ମନୀ ପ୍ଲାଣ୍ଟରେ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ । ଆକର୍ଷିତ ହେବ ଧନ ଏବଂ ରାତାରାତି ହୋଇଯିବେ କୋଟିପତି

ହିନ୍ଦୁ ଧର୍ମ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ ମନୀ ପ୍ଲାଣ୍ଟ ଗଛ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ମାନ୍ୟତା ରହିଛି ଯେ ଏହି ଗଛ ସବୁବେଳେ ଧର୍ମକୁ ନେଇ ଚାଲିଥାଏ । ମନୀ ପ୍ଲାଣ୍ଟରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ମନୀ ପ୍ଲାଣ୍ଟର ଭଲ ଭାବରେ ଯତ୍ନ ନେଲେ ଘରେ କେବେ କୌଣସି ଜିନିଷର ଅଭାବ ହୁଏନାହିଁ ଏବଂ ସେହି ବ୍ୟକ୍ତିକୁ ଧନୀ ହେବାକୁ କେହି ଅଟକାଇ ମଧ୍ୟ ପାରନ୍ତି ନାହିଁ ।

ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ ମନୀ ପ୍ଲାଣ୍ଟରୁ ମିଳୁଥିବା ୧୦ ଟି ଚମତ୍କାରୀ ଫାଇଦା ବିଷୟରେ କହିବୁ ଏହାବ୍ୟତୀତ ଘରେ ମନୀ ପ୍ଲାଣ୍ଟର ଯତ୍ନ କିଭଳି ଭଲଭାବରେ ନିଆଯାଇ ପାରିବ ସେ ବିଷୟରେ ମଧ୍ୟ କହିବୁ । ଯଦି ଆପଣ ଶୀଘ୍ର ଧନୀ ହେବାକୁ ଚାହୁଁଛନ୍ତି ତେବେ ମନୀ ପ୍ଲାଣ୍ଟକୁ ବଜାରରୁ ନକିଣି କୌଣସି ଧନୀ ବ୍ୟକ୍ତିଙ୍କ ଘରୁ ଚୋରି କରି ଆଣିବା ଉଚିତ । ଯେଉଁ ବ୍ୟକ୍ତି ପ୍ରଥମରୁ ହିଁ ଧନୀ ହୋଇଥିବ ।

ତେବେ ସେହି ଗଛରୁ ଅଳ୍ପ ଅଂଶ କାଟି ଆଣି ଘରେ ଗାଉଁଲା କିମ୍ବା ମାଟି ପ୍ରସ୍ତୁତ କରି ଲଗାଇ ଦିଅନ୍ତୁ । ଏଭଳି ମନୀ ପ୍ଲାଣ୍ଟକୁ ଲଗାଉଥିବା ବ୍ୟକ୍ତି ବହୁତ ଜଲଦି ଧନୀ ହୋଇଯାଏ । ମନୀ ପ୍ଲାଣ୍ଟ ଲଗାଇବାର ଉଚିତ ସ୍ଥାନ ରହିଛି । ତେବେ ଆପଣ ଘରର ଟେରିସ , ଭୂଇଁରେ କିମ୍ବା ଘେ ଭିତରେ ମଧ୍ୟ ମନୀ ପ୍ଲାଣ୍ଟ ଗଛ ଲଗାଇ ପାରିବେ । ସାଧରଣତଃ ଏହି ଗଛକୁ ଉତ୍ତର ପୂର୍ବ ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ହୋଇଥାଏ ।

ମନୀ ପ୍ଲାଣ୍ଟର ଚେରକୁ ଶୋ ଅପ କରିବା ଉଚିତ ନୁହେଁ । ତେଣୁ ଏହାର ଚେରକୁ ଘୋଡ଼ାଇ ଦେବା ଉଚିତ କିମ୍ବା ଏହାକୁ ନାଲି କପଡ଼ା କିମ୍ବା ନାଲି ସୂତାରେ ଗୁଡ଼ାଇ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇ ଥାଏ । କିନ୍ତୁ ମନୀ ପ୍ଲାଣ୍ଟ ଉପରେ ବିପଦ ଆସିଲେ ପରୋକ୍ଷରେ ଘର ଉପରେ ବିପଦ ଆସିଥାଏ । ତାହା ଏହିଭଳି ଯେ ମନୀ ପ୍ଲାଣ୍ଟର ଗୋଟିଏବି ପତ୍ର ହଳଦିଆ ପଡ଼ିଲେ ଘରର ଆର୍ଥିକ ସମସ୍ୟା ହେବାର ସୂଚନା ମିଳିଥାଏ ।

ଏହାଦ୍ବାରା ଖର୍ଚ୍ଚ ଅଧିକ କିମ୍ବା ଧନ ହାନୀ ହୋଇଥାଏ । ତେବେ ଏଭଳି ସମସ୍ୟା ସେହି ଘରେ ଦେଖା ଦେଇଥାଏ ଯେଉଁ ଘରେ ମନୀ ପ୍ଲାଣ୍ଟରେ ଉପଯୁକ୍ତ ଜଳ ଦିଆଯାଏ ନାହିଁ । ମନୀ ପ୍ଲାଣ୍ଟରେ ସର୍ବଦା ପରିଷ୍କାର ଜଳ ଦେବା ଉଚିତ । ଏହାବ୍ୟତୀତ ଆଳୁ ରସ ମଧ୍ୟ ସମୟ ସମୟରେ ଦେଲେ ମନୀ ପ୍ଲାଣ୍ଟ ଭଲ ବଢ଼ିଥାଏ । ମନୀ ପ୍ଲାଣ୍ଟ ଭଲ ବଢ଼ିଲେ ଘରର ଆର୍ଥିକ ସ୍ଥିତି ମଧ୍ୟ ସେତେ ମଜବୁତ ରହିଥାଏ । ଘରେ ମନୀ ପ୍ଲାଣ୍ଟ ସବୁଜ ଏବଂ ଭରପୁର ହେଲେ ଘରକୁ ଧନର ଆଗମନ ହୋଇଥାଏ ।

ମନୀ ପ୍ଲାଣ୍ଟରେ ସର୍ବଦା ପରିଷ୍କାର ଏବଂ ପିଇବା ଉପଯୋଗୀ ପାଣି ଦେବା ଉଚିତ । ମହିଳା ମାନଙ୍କର ମାସିକ ଧର୍ମ ସମୟରେ ମନୀ ପ୍ଲାଣ୍ଟରେ ପାଣି ଦେବା ଉଚିତ ନୁହେଁ । ରବିବାର ଦିନ ମନୀ ପ୍ଲାଣ୍ଟରେ ଜଳ ଦେବା ଉଚିତ ନୁହେଁ । ମନୀ ପ୍ଲାଣ୍ଟ ଯେତେ ଉପରକୁ ବଢ଼ିଥାଏ ସେତେ ଧନ ଆକର୍ଷିତ ହୋଇଥାଏ । ମନୀ ପ୍ଲାଣ୍ଟ ଲଗାଇଥିବା ମୂଳ ପାଖରେ ମାଟିରେ ଏକ ମୁଦ୍ରା ପୋତି ଦିଅନ୍ତୁ । ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।

ମନୀ ପ୍ଲାଣ୍ଟକୁ କାହାକୁ ବି ଭୁଲରେ ଉପହାର ସଦୃଶ୍ୟ ଦେବା ଉଚିତ ନୁହେଁ । ନଚେତ ସେହି ମନୀ ପ୍ଲାଣ୍ଟ ସହିତ ନିଜ ଘରର ସମୃଦ୍ଧି ଅନ୍ୟ ଘରକୁ ମଧ୍ୟ ଚାଲିଯାଏ । ଆପଣ ଚାହିଁଲେ ବାହାରୁ କିଣି ଉପହାର ସ୍ୱରୂପ ଦେଇ ପାରିବେ ମାତ୍ର ଘରେ ଥିବା ମନୀ ପ୍ଲାଣ୍ଟ କାହାକୁ ଦିଅନ୍ତୁ ନାହିଁ । ସାଧରଣତଃ ମନୀ ପ୍ଲାଣ୍ଟ ଘରେ , ଅଫିସରେ ଏବଂ ବ୍ୟବସାୟ ସ୍ଥାନରେ ରଖିଲେ ତାହା ଆଖିକୁ ଆରାମ ଦେଉଥିବା ସହିତ ଆର୍ଥିକ ଦୃଢ଼ତା ମଧ୍ୟ ଆଣିଥାଏ । ମନୀ ପ୍ଲାଣ୍ଟ ଶୁକ୍ରର ପ୍ରତୀକ ହୋଇଥିବାରୁ ଏହାକୁ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ଏବଂ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ

Leave a Reply

Your email address will not be published. Required fields are marked *