ଏପ୍ରିଲ ୨୦ , ୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ସମ୍ପୂର୍ଣ୍ଣ ୧୦୦ ବର୍ଷ ପରେ ଦେଖାଯିବ ସୂର୍ଯ୍ୟଙ୍କର ତିନି ରୂପ । ୧୨ ରାଶି ଉପରେ ପଡ଼ିବ ଏଭଳି ପ୍ରଭାବ ।

ଚଳିତ ବର୍ଷ ଏପ୍ରିଲ ୨୦ ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଘଟିତ ହେବାକୁ ଯାଉଛି । ଯେଉଁ ଦିନ ସୂର୍ଯ୍ୟ ପରାଗ କାରଣରୁ ସମଗ୍ର ୧୨ ଗୋଟି ରାଶି ଉପରେ ଏହାର ଶୁଭ କିମ୍ବା ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ପୁଣି ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁମାନ ଅନୁଯାୟୀ କିଛି ରାଶି ଉପରେ ଏହାର ଗଭୀର ଖରାପ ପ୍ରଭାବ ପଡ଼ିବାକୁ ଯାଉଛି । ଯେଉଁ କାରଣରୁ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସୂର୍ଯ୍ୟ ପରାଗର ପ୍ରଭାବ କେଉଁ ରାଶି ଉପରେ ପଡ଼ିବ ଏବଂ ପ୍ରଭାବରୁ ମୁକ୍ତି ପାଇବା ପାଇଁ କେଉଁ ଉପାୟ କରିହେବ । ଏମିତିରେ ତ ଏଥରର ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ । କିନ୍ତୁ ଏହି କାରଣରୁ ସବୁ ରାଶି ଉପରେ ଏହାର ପ୍ରଭାବ ପଡ଼ିବ ।

୧ . ମେଷ ରାଶି:-

ଏଥର ସୂର୍ଯ୍ୟ ପରାଗ ମେଷ ରାଶି ଏବଂ ଅଶ୍ୱିନୀ ନକ୍ଷତ୍ରରେ ଲାଗିବାକୁ ଯାଉଛି ତେଣୁ ଏହି ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ କାରଣ ଏହି ରାଶିର ସ୍ୱାମୀ ଚନ୍ଦ୍ରମା । ଆଗାମୀ ୪୫ ଦିନ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ଏହାବ୍ୟତୀତ ନିଜ ଜୀବନସାଥୀର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସାବଧାନ ରହିବାର ଆବଶ୍ୟକତା ରହିଛି । ସନ୍ତାନ ପାଇଁ ଚିନ୍ତିତ ରହି ପାରନ୍ତି । ତେଣୁ ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଆଦିତ୍ୟ ମନ୍ତ୍ରର ଜପ କରନ୍ତୁ ।

୨ . ବୃଷଭ ରାଶି:-

ସୂର୍ଯ୍ୟ ପରାଗ ଏହି ରାଶିର ୧୨ ଭାଗରେ ଲାଗୁଛି । ଯାହାକି ଅନିଦ୍ରାର କାରଣ ଅଟେ । ଯେଉଁ କାରଣରୁ ଷଷ୍ଠ ସ୍ଥାନରେ ସୂର୍ଯ୍ୟଙ୍କ ପ୍ରଭାବ ପଡ଼ିବାରୁ ଖୁବ କଷ୍ଟଦାୟକ ହୋଇଥାଏ । ଯାହାକି ସାଧରଣତଃ ରୋଗ , ଶତ୍ରୁ ଏବଂ ଋଣର କାରଣ ହୋଇଥାଏ । ତେଣୁ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ । ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ଆଗାମୀ ୪୫ ଦିନ ପର୍ଯ୍ୟନ୍ତ କୌଣସି ଜମି କିଣିବାକୁ ଚାହୁଁଥିଲେ ତାହାକୁ ଟାଳି ଦିଅନ୍ତୁ ।

୩ . ମିଥୁନ ରାଶି:-

ଏହି ରାଶିରେ ସୂର୍ଯ୍ୟ ୧୨ ଭାଗରେ ଗୋଚର କରିବେ । ତେଣୁ ଏହି ବ୍ୟକ୍ତିଙ୍କୁ କୌଣସି ପ୍ରକାରର ହାନୀ ହୋଇପାରେ । ଆୟ ବ୍ୟୟ କ୍ଷେତ୍ରରେ ଏହି ସମୟରେ ଧୌର୍ଯ୍ୟ ରଖନ୍ତୁ । ପ୍ରାଇଭେଟ ଚାକିରୀ ହୋଇଥିଲେ ପ୍ରମୋସନ ପାଇଁ ଅପେକ୍ଷା କରନ୍ତୁ । ପ୍ରସ୍ତାବ କଥା ଚାଲିଥିଲେ , ଉଚିତ ସମୟ ପାଇଁ ମଧ୍ୟ ଅପେକ୍ଷା କରନ୍ତୁ । ଏହି ରାଶିରେ ସୂର୍ଯ୍ୟ ୩ୟ ସ୍ଥାନରେ ଥିବାରୁ ଆପଣଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ ।

୪ . କର୍କଟ ରାଶି:-

କର୍କଟ ରାଶିରେ ଏହି ପରାଗ ଦଶମ ଭାଗରେ ଲାଗିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କାହା ସହିତ ମତଭେଦ ହୋଇପାରେ , ଝଗଡ଼ା ମଧ୍ୟ ହୋଇପାରେ । ବାହନ ଏବଂ ଜମି କିଣିବାକୁ ଚାହୁଁଥିଲେ ଏହି ନିଷ୍ପତ୍ତିକୁ କିଛି ଦିନ ପର୍ଯ୍ୟନ୍ତ ଟାଳି ଦିଅନ୍ତୁ । ଏହି ସମୟରେ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

୫ . ସିଂହ ରାଶି:-

ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ହିଁ ହୋଇଥାନ୍ତି ଏବଂ ଏହି ରାଶିର ନବମ ସ୍ଥାନରେ ପରାଗ ଲାଗିବାକୁ ଯାଉଛି । ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ଯାଉଛନ୍ତି ତେବେ କିଛି ସମସ୍ୟା ଦେଖାଦେଇ ପାରେ । ଆପଣଙ୍କ ଭାଇଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ସମସ୍ୟା ଦେଖାଦେଇ ପାରେ ।

୬ . କନ୍ୟା ରାଶି:-

କନ୍ୟା ରାଶି ପାଇଁ ସୂର୍ଯ୍ୟ ୧୨ ତମ ଭାଗର ସ୍ୱାମୀ ଅଟନ୍ତି । ତେଣୁ ଅଷ୍ଟମ ଭାବ ମଧ୍ୟ ଯିବା ଉଚିତ ନୁହେଁ । ଅଷ୍ଟମ ଭାଗରେ ବାହନ ଦୁର୍ଘଟଣା ରହିଥାଏ । ତେଣୁ ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଅନ୍ୟ ଭାଗରେ ଆପଣଙ୍କ ଜାତକରେ ରାହୁ ବିରାଜିତ ଅଛି । ଯେଉଁ କାରଣରୁ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେଇ ପାରେ । ତେଣୁ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଡ୍ରାଇଭିଂ ସାବଧାନ କରନ୍ତୁ ।

୭ . ତୁଳା ରାଶି:-

ତୁଳା ରାଶି ପାଇଁ ଏହି ସୂର୍ଯ୍ୟ ପରାଗ ସପ୍ତମ ଭାବରେ ରହିବ । ଏହା ଉପରେ ରାହୁର ଦୃଷ୍ଟି ପଡ଼ୁଥିବାରୁ ଆୟ ପ୍ରଭାବିତ ହୋଇପାରେ । ନିଜ ପାର୍ଟନର ସମେତ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

୮ . ବିଛା ରାଶି:-

ବିଛା ରାଶିର ଷଷ୍ଠ ଭାଗରେ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ତେଣୁ ଷଷ୍ଠ ଭାଗରେ ରୋଗ ଋଣ ଏବଂ ଶତ୍ରୁତାର ଆଶଙ୍କା ରହିଛି । ତେଣୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଗାମୀ ୪୫ ଦିନ ଖର୍ଚ୍ଚ ବଢ଼ିବା ସହିତ ଅନାବଶ୍ୟକ ଖର୍ଚ୍ଚ ଆସିପାରେ । ତେଣୁ ସତର୍କର ସହିତ ଆଗକୁ ବଢ଼ନ୍ତୁ ।

୯ . ଧନୁ ରାଶି:-

ଧନୁ ରାଶିର ବ୍ୟକ୍ତିଙ୍କ ପଞ୍ଚମ ଭାଗରେ ଗ୍ରହଣ ଲାଗିବ । ଗର୍ଭବତୀ ମହିଳାଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି କାରଣ ସପ୍ତମ ଭାଗ ସନ୍ତାନର ଅଟେ । ଗ୍ରହଣ ଦିନ ଡେଲିଭରି ହେଲେ ଏହାର ଖାସ ପ୍ରଭାବ ଦେଖିବାକୁ ମିଳିବ । ଆୟରେ ନ୍ୟୁନତା ଦେଖାଦେଇ ପାରେ ଏବଂ ଏହାବ୍ୟତୀତ ଧାର୍ମିକ ଯାତ୍ରା କରୁଥିଲେ ସତର୍କ ରୁହନ୍ତୁ ।

୧୦ . ମକର ରାଶି:-

ମକର ରାଶିର ଚତୁର୍ଥ ଭାଗରେ ଗ୍ରହଣ ଲାଗିବ । ଯଦି ବାହନ କିଣିବାକୁ ଚାହୁଁଛନ୍ତି ତେବେ କିଛି ଦିନ ପର୍ଯ୍ୟନ୍ତ ଏହି ପ୍ଲାନକୁ ବନ୍ଦ ରଖନ୍ତୁ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ସୂର୍ଯ୍ୟ ଆପଣଙ୍କ ଜାତକର ଅଷ୍ଟମ ଭାଗର ସ୍ୱାମୀ ହେବେ । ତେଣୁ ସାବଧାନତାର ସହିତ ଡ୍ରାଇଭିଂ କରନ୍ତୁ ।

୧୧ . କୁମ୍ଭ ରାଶି:-

କୁମ୍ଭ ରାଶିର ଜାତକଙ୍କ ପାଇଁ ସୂର୍ଯ୍ୟ ସପ୍ତମ ଭାଗର ରାଶି ଅଟନ୍ତି । ତେଣୁ ସପ୍ତମ ଭାଗ ସହିତ ତୃତୀୟ ଭାଗରେ ମଧ୍ୟ ସୂର୍ଯ୍ୟ ପରାଗର ପ୍ରଭାବ ଦେଖିବାକୁ ମିଳିବ । ତୃତୀୟ ସ୍ଥାନରେ ସାନ ଭାଇ ଭଉଣୀର ଯତ୍ନ ନିଅନ୍ତୁ । ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ ।

୧୨ . ମୀନ ରାଶି:-

ମୀନ ରାଶିର ଜାତକଙ୍କ ପାଇଁ ସୂର୍ଯ୍ୟ ପରାଗ ଦ୍ୱିତୀୟ ଭାଗରେ ଲାଗିବ । ଦ୍ୱିତୀୟ ଭାଗ ସୂର୍ଯ୍ୟଙ୍କ ଭାଗ ହୋଇଥାଏ । ଏହି କାରଣରୁ ଧନ ହାନୀ ହୋଇଥାଏ । ଅଷ୍ଟମ ଭାଗରେ ରାହୁ କେତୁର ଗୋଚର ହୋଇପାରେ ତେଣୁ ଲଢ଼େଇ ଝଗଡ଼ ଠାରୁ ଦୂରେଇ ରୁହନ୍ତୁ ।ତେଣୁ ବିଶେଷ କରି ମିଥୁନ , କୁମ୍ଭ ଏବଂ ମୀନ ରାଶିର ଜାତକଙ୍କୁ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *