ଗୁରୁବାର ଦିନ ଏହି ପାଞ୍ଚଟି କାମ ଭୁଲରେ ବି କରନ୍ତୁ ନାହିଁ । ନଚେତ ପୁରା ପରିବାର ଉପରକୁ ଆସିବ ଭାରି ସଙ୍କଟ

ସପ୍ତାହର ପ୍ରତ୍ୟେକ ଦିନର ମହତ୍ତ୍ୱ ରହିଛି । ମାତ୍ର ସେଥିମଧ୍ୟରୁ ଗୁରୁବାର ଦିନର ଅଧିକ ରହିଛି କାରଣ ଏହାକୁ ଧର୍ମର ଦିନ ମଧ୍ୟ କୁହାଯାଏ । ଗୁରୁବାର ଦିନ କୌଣସି ଧାର୍ମିକ କାର୍ଯ୍ୟ କରିବା ଉଚିତ ମାତ୍ର କିଛି ଏଭଳି କାମ କରିବା ଉଚିତ ନୁହେଁ ଯାହାଦ୍ୱାରା ପରିବାର ଉପରକୁ କୌଣସି ବଡ଼ ସମସ୍ୟା ଆସିବ । କାରକ ଗୁରୁଗ୍ରହ ମନୁଷ୍ୟର ଜନ୍ମ ଜାତକରେ ସୁଖର କାରକ ହୋଇଥାନ୍ତି । ଗୁରୁ ଗ୍ରହ ମଜବୁତ ହେଲେ ବିବାହ ଯୋଗ ବହୁତ ଯଲଦି ବନିଥାଏ , ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ

ତେଣୁ ଗୁରୁ ଗ୍ରହ ଜାତକରେ ଉଚିତ ସ୍ଥାନରେ ଥିଲେ ଯୋଗ୍ୟ ସନ୍ତାନ ପ୍ରାପ୍ତି , ବ୍ୟବସାୟରେ ଉନ୍ନତି , ଚାକିରୀରେ ପଦୋନ୍ନତି , ସୁଖ ସମୃଦ୍ଧି , ମାନ ସମ୍ମାନ , ଧାର୍ମିକ କାର୍ଯ୍ୟରେ ମନ ଏବଂ ଜୀବନରେ ସବୁ ପ୍ରକାରର ଶୁଭତାର ଆଗମନ ହୋଇଥାଏ । ମାତ୍ର ଗୁରୁ ଗ୍ରହ ଠିକ ସ୍ଥିତିରେ ନରହିଲେ ବିବାହରେ ବିଳମ୍ବ , ନିଃସନ୍ତାନ , ଦାମ୍ପତ୍ୟ ଜୀବନରେ ସମସ୍ୟା , ବ୍ୟବସାୟ ଏବଂ ଚାକିରୀରେ ବାଧା , ଅଧିକ ଅର୍ଥ ଖର୍ଚ୍ଚ ହେବା ଭଳି ସମସ୍ୟା ଦେଖା ଦେଇଥାଏ ।

ତେଣୁ ଗୁରୁଙ୍କୁ ଉଚ୍ଚ କରିବା ପାଇଁ ଗୁରୁବାର ଦିନ ଯଦି ଆପଣ କିଛି ବିଶେଷ ଉପାୟ କରନ୍ତି ତେବେ ଜୀବନରେ କୌଣସି ସମସ୍ୟା ରହେନାହିଁ । ମହିଳାଙ୍କ ମାନଙ୍କ ଜାତକରେ ଯେଉଁ ଗୁରୁ ଗ୍ରହ ବିଷୟରେ କୁହାଯାଏ ତାହା ସ୍ୱାମୀ ଏବଂ ସନ୍ତାନର କାରକ ହୋଇଥାଏ । ବୃହସ୍ପତିଦେବଙ୍କ କୃପାରୁ ହିଁ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଅର୍ଥାତ ଗୁରୁ ଗ୍ରହ ସନ୍ତାନ ଏବଂ ସ୍ୱାମୀ ଉଭୟଙ୍କୁ ପ୍ରଭାବିତ କରିବ । ତେଣୁ ଗୁରୁବାର ଦିନ ଯେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ତାହା କଲେ ସନ୍ତାନ ଏବଂ ସ୍ୱାମୀର ଆୟୁଷ ପ୍ରଭାବିତ ହୋଇଥାଏ

ଏହି କାରଣରୁ ଉଭୟଙ୍କ ମଧ୍ୟରେ ସମ୍ବନ୍ଧ ଭଲ ରହେ ନାହିଁ । ତେଣୁ ମହିଳା ମାନେ ଗୁରୁବାର ଦିନ ନିଜ କେଶ ଧୋଇବା ଉଚିତ ନୁହେଁ କିମ୍ବା କେଶ କାଟିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ବୃହସ୍ପତି କମଜୋର ହୋଇଥାଏ ଯାହାଦ୍ୱାରା ସ୍ୱାମୀ ଏବଂ ସନ୍ତାନର ଉନ୍ନତି ଅଟକି ଯାଏ , ସମ୍ବନ୍ଧରେ ସମସ୍ୟା ସୃଷ୍ଟି ହୁଏ , ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହୁଏ । ଏହିଦିନ ଶେଭିଂ ଏବଂ ନଖ କାଟିବା ମଧ୍ୟ ବର୍ଜିତ ଅଟେ ।

ଏହିଦିନ ଫେସିଆଲ ହେବା , ନଖ କାଟିବା କିମ୍ବା ଘରକୁ ସଫା କରିବା ବର୍ଜିତ ଅଟେ । କାରଣ ଗୁରୁଗ୍ରହର ଅର୍ଥ ହେଉଛି ଜୀବ ଅର୍ଥାତ ଜୀବନ ତେଣୁ ଏହିଦିନ ଏହିସବୁ କାମ କଲେ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ଆୟୁଷ ମଧ୍ୟ କମିଥାଏ । ଗୁରୁବାର ଦିନ ଘରେ ଅଧିକ ଓଜନ ଥିବା ପୋଷାକ ଧୋଇବା ଉଚିତ ନୁହେଁ । ଆପଣ ଘରର ଯେଉଁ ନିୟମିତ ସ୍ୱଚ୍ଛତା କରି ପାରିବେ ମାତ୍ର ଘରର ପୁରା କୋଣ ଅନୁକୋଣକୁ ସଫା କରନ୍ତୁ ନାହିଁ । ଏହିଦିନ ଘରେ ପୋଛା ଲଗାନ୍ତୁ ନାହିଁ ।

ନଚେତ ଘରର ଛୋଟ ପିଲାଙ୍କ ଶିକ୍ଷା ଉପରେ ଖରାପ ପ୍ରଭାବ ପଡ଼ିଥାଏ , ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ଅଟକି ଯାଏ , ଧନରେ ହାନୀ ହୋଇଥାଏ । ଏହିଦିନ କାହାକୁ ଟଙ୍କା ପଇସା ଟଙ୍କା ଦେବା ଉଚିତ ନୁହେଁ କିମ୍ବା ନେବା ମଧ୍ୟ ଉଚିତ ନୁହେଁ । ଏହିଦିନ କରଜ ନେଣ ଦେଣ , ଖିଚୁଡ଼ି ପ୍ରସ୍ତୁତି ଆଦି କାମ ଠାରୁ ଦୂରେଇ ରୁହନ୍ତୁ । କାରଣ ଗୁରୁବାର ଦିନ ଘରେ ଖିଚୁଡ଼ି ବନାଇବା ଏବଂ ଖାଇବା ଦ୍ୱାରା ଧନ ହାନୀ ହୋଇଥାଏ ଏବଂ ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅଟକି ଯାଏ ।

ଏହିଦିନ ମାତା ପିତା , ଅତିଥି ଅର୍ଥାତ କୌଣସି ଗୁରୁଜନଙ୍କୁ ଅପମାନିତ କରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଗୁରୁ ଗ୍ରହର ଅଶୁଭ ଫଳ ମିଳିଥାଏ । ତେବେ ଗୁରୁବାର ଦିନ କୌଣସି ଶୁଭ କାର୍ଯ୍ୟ , ପ୍ରାତଃ କାଳରେ ଶୀଘ୍ର ଉଠି ଶ୍ରୀହରି ବିଷ୍ଣୁଙ୍କ ପୂଜା , କଦଳୀ ଗଛର ପୂଜା ଇତ୍ୟାଦି କରନ୍ତୁ । କଦଳୀ ଗଛକୁ ପୂଜା କରିବା ସମୟରେ ଜଳରେ ହଳଦୀ ମିଶାଇ ଅର୍ପିତ କରନ୍ତୁ । ଏହାଦ୍ବାରା ବୃହସ୍ପତି ସମ୍ବନ୍ଧୀୟ କୌଣସିବି ସମସ୍ୟା ଦୂରେଇ ଯିବ । ସନ୍ଧ୍ୟା ସମୟରେ କଦଳୀ ଗଛ ମୂଳରେ ଶୁଦ୍ଧ ଘିଅ ଦୀପ ପ୍ରଜ୍ଜ୍ଵଳିତ କରନ୍ତୁ

ଏହାଦ୍ବାରା ଗୁରୁ ଗ୍ରହ ଶୁଭ ଫଳ ଦିଅନ୍ତି । ଗୁରୁବାର ଦିନ ବିଷ୍ଣୁ ସହସ୍ର ନାମର ପାଠ ଏବଂ ” ଓଁ ନମଃ ଭଗବତେ ବାସୁଦେବାୟ ” ମନ୍ତ୍ରର ଜପ କରିବା ଉଚିତ । ଏହିଦିନ ” ଓଁ ଗୁର ଗୁରବେ ନମଃ ” ଏହି ମନ୍ତ୍ରର ଯଥା ସମ୍ଭବ ଜପ କରନ୍ତୁ । ଏହିଦିନ ନାରାୟଣଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା କଲେ ଘରେ ଉଭୟଙ୍କର ମିଳିତ ଭାବରେ ଉପସ୍ଥିତି ରହିଥାଏ । ଗୁରୁବାର ଦିନ ହଳଦିଆ ଜିନିଷର ଦାନ , ହଳଦିଆ ବସ୍ତ୍ର ଧାରଣ , ମଥାରେ ହଳଦୀ ତିଳକ ଲଗାଇବା ଦ୍ୱାରା ମଧ୍ୟ ବୃହସ୍ପତି ମଜବୁତ ହୁଅନ୍ତି ଏବଂ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *