ସପ୍ତାହର ପ୍ରତ୍ୟେକ ଦିନ ପ୍ରତ୍ୟେକ ନିର୍ଦିଷ୍ଟ ଦେବତାଙ୍କୁ ସମର୍ପିତ ହୋଇଥାଏ । ସେହିଭଳି ବୁଧବାର ଦିନଟି ଭଗବାନ ଶ୍ରୀଗଣେଶଙ୍କୁ ସମର୍ପିତ ଅଟେ । ତେଣୁ ବୁଧବାର ଦିନ ଶ୍ରୀଗଣେଶଙ୍କୁ ପୂଜା କରୁ ଭଗବାନଙ୍କ ପ୍ରିୟ ବସ୍ତୁ ଅର୍ପିତ କରି ଲୋକେ ମନସ୍କାମନା ପୂରଣ କରିବା ପାଇଁ ଆରାଧନା କରିଥାନ୍ତି । କିନ୍ତୁ ଏହିଦିନ କିଛି କାମ ଅଛି ଯାହା ଆଦୋୖ କରିବା ଉଚିତ ନୁହେଁ ନଚେତ ଘର ପରିବାର ଉପରେ ସମସ୍ୟା ଆସିଥାଏ ।
ପ୍ରଥମତଃ ଏହିଦିନ ପଶ୍ଚିମ ଏବଂ ଉତ୍ତରକୁ ଯାତ୍ରା କରନ୍ତୁ ନାହିଁ ଏବଂ କାହାକୁ କରଜ ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ । ବୁଧବାର ଦିନ କ୍ଷୀରରେ କାଢ଼ା ବନାନ୍ତୁ ନାହିଁ । ଘରକୁ ଏହିଦିନ ଅତିଥି ଆସିଲେ ତାଙ୍କ ସମ୍ମାନ କରନ୍ତୁ । ଏହିଦିନ ପାନର ସେବନ କରନ୍ତୁ ନାହିଁ ବୁଧବାର ଦିନଟି କିନ୍ନର ମାନଙ୍କ ଦିନ ହୋଇଥାଏ । ତେଣୁ ଏହିଦିନ କିନ୍ନର ମାନଙ୍କୁ ଅପଶବ୍ଦ କୁହନ୍ତୁ ନାହିଁ ଏବଂ ତାଙ୍କୁ ଦାନ ଦିଅନ୍ତୁ । ଏହାଦ୍ବାରା ସୁଖ ସମୃଦ୍ଧି ଧନ ପ୍ରାପ୍ତି ହୋଇଥାଏ ।
ଏହିଦିନ କାହାକୁବି ଅପଶବ୍ଦ କୁହନ୍ତୁ ନାହିଁ ଏବଂ ଏହିଦିନ କଳା ରଙ୍ଗର ପୋଷାକ , ଚୁଡ଼ି , ବିନ୍ଦି ଧାରଣ କରନ୍ତୁ ନାହିଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାଦ୍ବାରା ଘରର ଉନ୍ନତି ଚାଲିଯାଏ । ଏହିଦିନ ମହିଳା ମାନେ ବିଶେଷ କରି ନାଲି ଏବଂ ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ । କୌଣସିବି କାର୍ଯ୍ୟରେ ବାଧାକୁ ଦୂର କରିବା ପାଇଁ ଭଗବାନ ଗଣେଶଙ୍କ ପୂଜା ନିଶ୍ଚିତ ଆବଶ୍ୟକ ଅଟେ । ଜୀବନରେ କୌଣସି ପ୍ରକାରର ସମସ୍ୟା ବାଧା ଭଗବାନ ଗଣେଶଙ୍କ ଆରାଧନା ଦ୍ୱାରା ସମାପ୍ତ ହୋଇ ପାରିବ । କିନ୍ତୁ ଦିବସର ପ୍ରାରମ୍ଭରେ ନିତ୍ୟକର୍ମ ସାରି ସର୍ବପ୍ରଥମେ ଭଗବାନ ଗଣେଶଙ୍କ ପୂଜା ପରେ ହିଁ ଅନ୍ୟ ଦେବଦେବୀଙ୍କୁ ପୂଜା କରାଯାଏ ।
ସକାଳୁ ସର୍ବପ୍ରଥମେ ଉଠି ନିଜ ହାତର ଦର୍ଶନ ପରେ ଭଗବାନ ଶ୍ରୀଗଣେଶଙ୍କୁ ପ୍ରାର୍ଥନା କରି ଦିନର ଆରମ୍ଭ କରନ୍ତୁ । ଏହାଦ୍ବାରା ଜୀବନର ସମସ୍ତ ବିଘ୍ନ ବାଧା ଦୂର ହୋଇଥାଏ । ଲଗାତାର ସାତୋଟି ବୁଧବାର ଭଗବାନ ଗଣେଶଙ୍କର ବିଧି ବିଧାନ ସ୍ୱରୂପ ପୂଜା କରନ୍ତୁ । ଏହି ବିଧି ଅନୁଯାୟୀ ବୁଧବାର ପ୍ରାତଃ କାଳରେ ଶୀଘ୍ର ଉଠି ବିଛଣାରେ ହିଁ ବସି ଭଗବାନ ଗଣେଶଙ୍କୁ ନିଜ ମନସ୍କାମନା ପ୍ରାର୍ଥନା ଆକାରରେ କହି ଦିଅନ୍ତୁ ଏବଂ ନିଜର ବିଶେଷ ପୂଜା ଆରାଧନା ସମ୍ପର୍କରେ ମଧ୍ୟ ଜଣାଇ ଦିଅନ୍ତୁ ।
ଏହାପରେ ସ୍ନାନ କରି ଏବଂ ସ୍ୱଚ୍ଛ ବସ୍ତ୍ର ଧାରଣ କରି କୌଣସି ଗଣେଶ ମନ୍ଦିର କିମ୍ବା ଘରେ ଭଗବାନ ଗଣେଶଙ୍କର କୌଣସି ବିଗ୍ରହ , ମୂର୍ତ୍ତି କିମ୍ବା ଫୋଟକୁ ପୂଜା କରନ୍ତୁ । ବିଗ୍ରହ ଥିଲେ ତାହାକୁ ପ୍ରଥମେ ପଞ୍ଚାମୃତ ଏବଂ ତାପରେ ଗଙ୍ଗା ଜଳରେ ସ୍ନାନ କରାଇ ହଳଦିଆ ବସ୍ତ୍ର ଅର୍ପିତ କରନ୍ତୁ ।
ପୂଜା ପାଇଁ ସମସ୍ତ ବସ୍ତୁ ଉପଲବ୍ଧ ରଖିବା ଆବଶ୍ୟକ । ଏହାପରେ ଭଗବାନ ଗଣେଶଙ୍କୁ ଅତର , ହଳଦିଆ ଫୁଲ ମାଳା , ଶୁଦ୍ଧ ଘିଅ ଦୀପ , ଧୂପ , ଦୁବ ନିଜ ସାମ୍ୟର୍ଥ ଅନୁସାରେ ଅର୍ପିତ କରନ୍ତୁ । ଏହାପରେ ଭଗବାନ ଗଣେଶଙ୍କୁ ସିନ୍ଦୁର ହଳଦୀ ଅକ୍ଷତ ତିଳକ କରନ୍ତୁ । ଏହାଦ୍ବାରା ସଙ୍କଟ ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହିଦିନ ପୂଜା ସମୟରେ ମୁଗ , ଆଖୁ ଏବଂ ହଳଦିଆ ମୋଦକ ଅର୍ପିତ କଲେ ନିଜ ଜୀବନର ସବୁ ଦୁଃଖକୁ ଭଗବାନ ଗଣେଶ ହରଣ କରି ନିଅନ୍ତି ।
ଏହିଦିନ ବିଶେଷ ଭାବରେ ଧଣିଆ ଚୁରମା ବନାଇ ଭଗବାନଙ୍କୁ ଭୋଗ ଲଗାଇବା ପରେ ପରବାର ଲୋକଙ୍କ ସହିତ ସେବନ କରନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ସବୁ ଦୂର ହୋଇଥାଏ । ମୋଦକ ନଥିଲେ ଆପଣ ବୁନ୍ଦୀ ଲଡୁ ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ବାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ।