ଏପ୍ରିଲ ୨୦ ଗୁରୁବାର ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହାକୁ ଅଶୁଭ ମାନା ଯାଇଛି । କାରଣ ଏହି ସମୟରେ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ରଶ୍ମି ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ି ପାରି ନଥାଏ । ଯେଉଁ କାରଣରୁ ଏହି ସମୟରେ ନକରାତ୍ମକ ଶକ୍ତି ମାନେ ଜାଗ୍ରତ ହୋଇ ଉଠନ୍ତି । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ସମୟରେ କିଛି କାମ କରିବାକୁ ବାରଣ ମଧ୍ୟ କରାଯାଇଛି ।
ସୂର୍ଯ୍ୟଗ୍ରହଣ ସାଧରଣତଃ ଅମାବାସ୍ୟା ତିଥିରେ ଏବଂ ଚନ୍ଦ୍ରଗ୍ରହଣ ପୂର୍ଣିମା ତିଥିରେ ହୋଇଥାଏ । ଚଳିତ ବର୍ଷ ରୁକ୍ମିଣୀ ଅମାବାସ୍ୟା ଦିନ ଏହି ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ମେଷ ରାଶି ଏବଂ ଅଶ୍ୱିନୀ ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହି ସୂର୍ଯ୍ୟ ପରାଗ ମେଷ ରାଶିରେ ସଙ୍ଗଠିତ ହେବ ।
ତେଣୁ ଏହି କାରଣରୁ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବାକୁ ଯାଉଛି । ଗ୍ରହଣ ଲାଗିବାର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ପାକ ନିଷେଧ ରହିଥାଏ । ଏହି ସମୟକୁ ସୂତକ ସମୟ ମଧ୍ୟ କୁହାଯାଏ । ଏହି ସମୟରେ କୌଣସି ରୋଷେଇ କାର୍ଯ୍ୟ କିମ୍ବା ଖାଦ୍ୟ ଗ୍ରହଣ ବର୍ଜିତ ହୋଇଥାଏ । ସୂର୍ଯ୍ୟପରାଗର ୧୨ ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ଼ କରାଯାଇଥାଏ । ପରାଗ ଲାଗିବାର ସମୟ ହେଉଛି ଏପ୍ରିଲ ୨୦ ଗୁରୁବାର ସକାଳ ୦୭.୦୪ ରୁ ଦିନ ୧୨.୨୯ ପର୍ଯ୍ୟନ୍ତ ରହିବ ।
ଏହି ପରାଗ ପ୍ରାୟ ୫ ଘଣ୍ଟା ୨୫ ମୀନ ପର୍ଯ୍ୟନ୍ତ ଲାଗି ରହିବ । ଏହି ପରାଗ ଅଷ୍ଟ୍ରେଲିଆ , ଦକ୍ଷିଣ ଆଫ୍ରିକା , ଅଣ୍ଟାର୍କଟିକା ସମେତ ପାଶ୍ଚାତ୍ୟ ଦେଶ ମାନଙ୍କରେ ଦୃଶ୍ୟମାନ ହେବ । ମାତ୍ର ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ପାକ ନିଷେଧର ସମୟ ମଧ୍ୟ ମାନ୍ୟ ହେବନାହିଁ କିନ୍ତୁ ପୃଥିବୀ ଉପରେ ଏହାର ପ୍ରଭାବ ରହିବ
ଠିକ ଏହାର ୧୫ ଦିନ ପରେ ଅର୍ଥାତ ମେ ମାସ ୫ ତାରିଖ ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପୃଥିବୀ ପୃଷ୍ଠରେ ସଙ୍ଗଠିତ ହେବାକୁ ଯାଉଛି ଯାହାକି ଭାରତ ସମେତ ଓଡ଼ିଶାରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏହାର ସୂତକ କାଳ ମଧ୍ୟ ପାଳିତ ହେବ । ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଅଟେ । ତେଣୁ ଏହି ସମୟରେ ଗର୍ଭବତୀ ମହିଳା ମାନେ ସତର୍କ ରହିବା ଉଚିତ ।
ଗର୍ଭବତୀ ମହିଳାଙ୍କ ପାଇଁ ସୂର୍ଯ୍ୟ ପରାଗ ଅତ୍ୟନ୍ତ ଅଶୁଭ ଅଟେ ତେଣୁ ଗର୍ଭବତୀ ମହିଳା ପରାଗ ଦେଖିବା ଉଚିତ ନୁହେଁ । ଏହି ସୂର୍ଯ୍ୟ ପରାଗ କାରଣରୁ କିଛି ଗ୍ରହଙ୍କ ଅବସ୍ଥାନରେ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁ କାରଣରୁ କିଛି ରାଶିଙ୍କ ଉପରେ ଖରାପ ପ୍ରଭାବ ପଡ଼ିବାକୁ ଯାଉଥିବା ବେଳେ କିଛି ରାଶି ଉପରେ ଶୁଭ ପ୍ରଭାବ ମଧ୍ୟ ପଡ଼ିବାକୁ ଯାଉଛି ।
ତେବେ ସେହି ରାଶି ମାନେ ହେଉଛନ୍ତି ବୃଷଭ ରାଶି , ମିଥୁନ ରାଶି , କର୍କଟ ରାଶି , ତୁଳା ରାଶି , ବିଛା ରାଶି , ଧନୁ ରାଶି , କୁମ୍ଭ ରାଶି ଏବଂ ମୀନ ରାଶି । ଏହାବ୍ୟତୀତ ମେଷ ରାଶି , କନ୍ୟା ରାଶି , ସିଂହ ରାଶି ଏବଂ ମକର ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଏହି ସୂର୍ଯ୍ୟ ପରାଗର ଯଥେଷ୍ଟ ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ତେଣୁ ଏହି ରାଶିର ବ୍ୟକ୍ତି ମାନେ ସୂର୍ଯ୍ୟ ପରାଗ ସମୟରେ ଭଗବାନଙ୍କ ନାମ ଜପ କରିବା ଉଚିତ । ଏହି ସମୟରେ କିଛି କାମ କରିବାକୁ ବାରଣ କରାଯାଇଛି ।
୧ . ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ । କାରଣ ଏହି ସମୟରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ବିଷ ତୁଲ୍ୟ ହୋଇଯାଏ ଏବଂ ଅଶୁଭ ହୋଇଥାଏ ।
୨ . ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ଖାଦ୍ୟ ଖାଇଲେ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ । ଏହି ସମୟରେ ଆପଣ ଅତି ଜରୁରୀ ଥିଲେ ଶୁଖିଲା ଖାଦ୍ୟ ଖାଇ ପାରିବେ କିମ୍ୱା ଖାଦ୍ୟରେ ତୁଳସୀ ପତ୍ର ପକାଇ ସେବନ କରି ପାରିବେ ।
୩ . ସୂର୍ଯ୍ୟ ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ବର୍ଜିତ ଅଟେ । ଏମିତିକି ଶୁଭ କାର୍ଯ୍ୟ କରିବାର ଆଲୋଚନା ମଧ୍ୟ ବର୍ଜିତ ଅଟେ । ଏହାଦ୍ୱାରା ପରିବାରର ଅନିଷ୍ଟ ହୋଇଥାଏ ।
୪ . ସୂର୍ଯ୍ୟ ପରାଗ ସମୟରେ ଆରତୀ କିମ୍ବା ଦେବଦେବୀଙ୍କ ପୂଜା ମଧ୍ୟ ବର୍ଜିତ ଅଟେ । ଏପରି କରିବାକୁ କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଲାଗି ରହିଥାଏ । ଏହି ସମୟରେ ଠାକୁର ଘରକୁ ମଧ୍ୟ ବନ୍ଦ ରଖନ୍ତୁ ।
୫ . ପରାଗ ପରେ ସ୍ନାନ କରିବା ସହିତ ପରାଗ ସମୟରେ ପିନ୍ଧିଥିବା ବସ୍ତ୍ରକୁ ଧୋଇ ଦିଅନ୍ତୁ ।