ହନୁମାନ ଜୟନ୍ତୀ ଭାରତର ଅନ୍ୟ ମହତ୍ତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଅନ୍ୟତମ , ଯେଉଁଦିନ ଶ୍ରୀହନୁମାନ ଜନ୍ମ ଗ୍ରହଣ କରିଥିଲେ । ଏହିଦିନ ଅନେକ ପବିତ୍ର ଧର୍ମ କାର୍ଯ୍ୟ , ରାମାୟଣ ଏବଂ ସୁନ୍ଦରପାଠ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଏ । ହିନ୍ଦୁ ଧର୍ମରେ କୁହାଯାଇଛି ଯେ ହନୁମାନ ମହାଦେବଙ୍କ ୧୧ତମ ରୂପ ଅଟେ । ଯାହାଙ୍କ ଉପାସନା କଲେ ଜୀବନରେ ଆସୁଥିବା ସଙ୍କଟ ସମସ୍ୟା ସବୁ ଦୂର ହୋଇଥାଏ । ମଙ୍ଗଳବାର ଦିନଟି ଶ୍ରୀହନୁମାନଙ୍କୁ ଅର୍ପିତ ଅଟେ ।
ତେଣୁ ଯଦି କୌଣସି ବ୍ୟକ୍ତି ପ୍ରତ୍ୟେକ ମଙ୍ଗଳବାର ହନୁମାନଙ୍କ ଉପାସନା କରନ୍ତି ତେବେ ତାଙ୍କୁ ଶ୍ରୀହନୁମାନଙ୍କ କୃପା ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ହନୁମାନ ଜୟନ୍ତୀ ଏପ୍ରିଲ ୬ ବୁଧବାର ଦିନ ପଡୁଛି । ଚଳିତ ବର୍ଷ ହନୁମାନ ଜୟନ୍ତୀ ଅନେକ ଖାସ ଅବସର ନେଇ ଆସୁଛି ଏବଂ ୨୨ ଶୁଭ ଯୋଗ ନେଇ ଆସୁଛି । ଏହି ଦିନ କରାଯାଉଥିବା ଉପାୟ ଆପଣଙ୍କ ଜୀବନର ସବୁ ସମସ୍ୟା ଦୁଃଖ କଷ୍ଟ ବହୁତ ଜଲଦି ଦୂର କରିଦେବ ଏବଂ ସୁଖ ସମୃଦ୍ଧି ଧନ ପ୍ରାପ୍ତି ମଧ୍ୟ ହେବ ।
ହନୁମାନ ଜୟନ୍ତୀ ଦିନ ହନୁମାନଙ୍କ ପୂଜା ସହିତ ଯଦି ଆପଣ ହନୁମାନ ଜୟନ୍ତୀ ପାଠ କରନ୍ତି ତେବେ ବ୍ୟକ୍ତିର ଜୀବନରେ ସବୁ ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଥାଏ ଏବଂ ଶ୍ରୀହନୁମାନଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ସରଳ ଉପାୟ ବିଷୟରେ କହିବୁ । ଯଦି ଆପଣଙ୍କ ଜୀବନରେ ମଙ୍ଗଳ ଜନିତ ସମସ୍ୟା ଥାଏ ତେବେ ଏହିସବୁ ଉପାୟ ଦ୍ୱାରା ତାହା ମଧ୍ୟ ଦୂରେଇ ଯିବ ଏବଂ ମଙ୍ଗଳ ଉତ୍ତମ ରହିବ ।
ଏହାଦ୍ବାରା ସବୁ ଗ୍ରହ ନକ୍ଷତ୍ର ମଧ୍ୟ ଆପଣଙ୍କ ସପକ୍ଷରେ ରହିବ । ମାତ୍ର ଏହିସବୁ ଉପାୟକୁ ମୁହୂର୍ତ୍ତରେ କଲେ ତାହାର ଫଳ ସୁନିଶ୍ଚିତ ଅଟେ । ଅନେକ ସମୟରେ ମନୁଷ୍ୟର ମଙ୍ଗଳ ଗ୍ରହ ଦୁର୍ବଳ କାରଣରୁ ଅନେକ ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ମିଳିପାରେ ନାହିଁ । ପୁଣି ମଙ୍ଗଳ ଗ୍ରହର ସ୍ୱାମୀ ଶ୍ରୀ ହନୁମାନ ଅଟନ୍ତି ।
ଏହି ଉପାୟ ଅନୁଯାୟୀ ସକାଳୁ ଶୀଘ୍ର ଉଠି ନିତ୍ୟକର୍ମ ସାରି ସ୍ନାନ କରି ନାଲି ବସ୍ତ୍ର ଧାରଣ କରନ୍ତୁ ଏବଂ ଚମେଲି ତେଲ ଏକ ଦୀପରେ ନେଇ ହାତରେ କିଛି ସିନ୍ଦୁର ଆଖପାଖ କୌଣସି ହନୁମାନ ମନ୍ଦିରକୁ ଯାଆନ୍ତୁ । ଏହାପରେ ସିନ୍ଦୁରରେ ତେଲ ମିଶାଇ ହନୁମାନଙ୍କୁ ଲେପ ଲଗାନ୍ତୁ । ଲଗାଇ ସାରିବା ପରେ ସେହିଠାରେ ଛିଡ଼ା ହୋଇ ୧୧ ଥର ହନୁମାନ ଚାଳିଶା ପାଠ କରନ୍ତୁ ।
ଏହାଦ୍ବାରା ଆପଣଙ୍କୁ ହନୁମାନଙ୍କ ଅସୀମ କୃପା ପ୍ରାପ୍ତ ହେବ । ଏହି ଉପାୟ ଦ୍ୱାରା ମଙ୍ଗଳ ମଧ୍ୟ ଦୃଢ଼ ହେବ । ମନୁଷ୍ୟ ଜୀବନରେ ଆଉ ଏକ ସମସ୍ୟା ଯେ ଆଖପାଖ ଲୋକ ସବୁବେଳେ ତା ଉପରେ ଈର୍ଷା କରିଥାଏ । ସେମାନଙ୍କ ନଜର ଦୋଷ କାରଣରୁ ଘରର ଉନ୍ନତି ମଧ୍ୟ ଅଟକି ଯାଏ । ମାତ୍ର ଏହି ସମସ୍ୟା ମଧ୍ୟ ଶ୍ରୀହନୁମାନଙ୍କ କୃପାରୁ ଠିକ ହୋଇ ପାରିବ ।
ଏହି ସମସ୍ୟାର ସମାଧାନ ପାଇଁ ସିନ୍ଦୁର ଏବଂ ସୋରିଷ ତେଲ ନଇ କୌଣସି ହନୁମାନ ମନ୍ଦିରକୁ ଯାଆନ୍ତୁ । ଏଗାର ଥର ହନୁମାନ ଚାଳିଶା ପାଠ କରନ୍ତୁ । ଏହାପରେ ଘରକୁ ଆସି ଘର ମୁଖ୍ୟଦ୍ୱାରର ଡାହାଣ ପାର୍ଶ୍ଵରେ ସେହି ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ । ଯଦି ଆପଣ ଏହି ଉପାୟକୁ ହନୁମାନ ଜୟନ୍ତୀ ଦିନ କରି ଦିଅନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କୁ ପୁରା ବର୍ଷ ଏହାର ଲାଭ ମିଳିବ ।
କୌଣସି ନଜର ଦୋଷ , ତନ୍ତ୍ର ମନ୍ତ୍ର ଆପଣଙ୍କ ଉପରେ ପ୍ରଭାବ ପକାଇ ପାରିବ ନାହିଁ । ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ଅସୁସ୍ଥ ଅଛନ୍ତି , କିନ୍ତୁ ତଥାପି ଆପଣଙ୍କୁ କୌଣସି ଲାଭ ମିଳୁନାହିଁ ତେବେ ଅସୁସ୍ଥ ବ୍ୟକ୍ତିଙ୍କ ହାତରୁ ୧୧ଟି ରୋଟି ନେଇ କୌଣସି କୁକୁରକୁ ଖୁଆଇ ଦିଅନ୍ତୁ । ଏହାଦ୍ବାରା ସେହି ବ୍ୟକ୍ତି ଉପରେ କୌଣସି ସମସ୍ୟା କିମ୍ବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂରେଇ ଯିବ ।
ଯଦି ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡୁନାହିଁ ତେବେ ଏହି ହନୁମାନ ଜୟନ୍ତୀ ଦିନ ଏକ ହନୁମାନ ଚାଳିଶା ପୁସ୍ତକ କିଣି ଆଣନ୍ତୁ ଏବଂ ତାହାକୁ ଏକ ନାଲି କପଡ଼ାରେ ବାନ୍ଧି ନିଜ ପୂଜା ଘରେ ସ୍ଥାପିତ କରି ଦିଅନ୍ତୁ । ପ୍ରତ୍ୟେକ ମଙ୍ଗଳବାର ଦିନ ସେହି ପୁସ୍ତକକୁ ପୂଜା କରନ୍ତୁ । ଏପରି କଲେ ଆପଣଙ୍କ ଦୁର୍ଭାଗ୍ୟ ଦୂର ହୋଇଯିବ ଏବଂ ସୌଭଗ୍ୟରେ ପରିଣତ ହୋଇଯିବ । ହନୁମାନ ଜୟନ୍ତୀ ଦିନ ୧୧ ରୋଟିରେ ଗୁଡ଼ ରଖି କୌଣସି ନାଲି ଗାଈକୁ ଖାଇବାକୁ ଦିଅନ୍ତୁ ।
ଏହି ଉପାୟ କରିବା ଦ୍ୱାରା ଧନ ଜନିତ ସମସ୍ୟା ଦୂରେଇ ଯିବ । ଏହାବ୍ୟତୀତ ୩୩ କୋଟି ଦେବଦେବୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ । ଧନ ସମ୍ବନ୍ଧୀୟ ସମସ୍ୟା ଥିଲେ ହନୁମାନ ଜୟନ୍ତୀ ଦିନ ଏକ ହନୁମାନ ଚାଳିଶା କିଣି ଆଣନ୍ତୁ ଏବଂ ତାହାକୁ ଏକ ନାଲି କପଡ଼ାରେ ବାନ୍ଧି ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।