ମୟୁର ପରକୁ ଘରର ଏହି ସ୍ଥାନରେ ଲଗାଇ ଦିଅନ୍ତୁ ,ସୁଖ ସମ୍ପତ୍ତି , ଧନ ଐଶ୍ୱର୍ଯ୍ୟ ସବୁ କିଛି ଘରକୁ ଟାଣି ହୋଇକି ଆସିବ

ଅନେକ ସମୟରେ ମନୁଷ୍ୟ ନିଜର ଦୁଃଖଦ ପରିସ୍ଥିତି କାରଣରୁ ଭାଙ୍ଗି ପଡ଼େ । ଯେଉଁ କାରଣରୁ ସେମାନଙ୍କ ମନୋବଳ ମଧ୍ୟ ଭାଙ୍ଗି ଯାଏ । ଯାହାକୁ ପୂଜା ପଦ୍ଧତି ଏବଂ କିଛି ଉପାୟ ଦ୍ୱାରା ଦୂର କରାଯାଇ ପାରିବ । ମାତ୍ର ଏଭଳି ପରିସ୍ଥିତିରେ ଧୌର୍ଯ୍ୟ ହରାଇବା ଉଚିତ ନୁହେଁ । ମାତ୍ର ଅନେକ ଲୋକଙ୍କୁ ସେହି ସବୁ ଉପାୟ ବିଷୟରେ ଜଣା ନଥାଏ । ଧନ ବୃଦ୍ଧି ପାଇଁ କିଛିନା କିଛି ଉପାୟ ଲୋକେ କରିଥାନ୍ତି ।

ଆଜିକାର ଲେଖାରେ ଆମେ ତିନୋଟି ମୟୁର ପରକୁ ନେଇ କରାଯାଉଥିବା ଉପାୟ ବିଷୟରେ କହିବୁ । କହିବାକୁ ଗଲେ ଶାସ୍ତ୍ରରେ ମୟୁର ପରର ଅନେକ ମହତ୍ତ୍ୱ ରହିଛି । ଏହା ଅତ୍ୟନ୍ତ ଚାମତ୍କାରି ଯନ୍ତ୍ର କହିଲେ ଚଳେ । ତାନ୍ତ୍ରିକ ପୂଜାରେ ଏହାର ଅନେକ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ମୟୁର ପରର ଉପାୟ ଦ୍ୱାରା ଘରର ଅମଙ୍ଗଳ ଟଳିଯାଏ ।

ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ନିଜ ମୁକୁଟରେ ମୟୁର ପରକୁ ଲଗାଉଥିବା ବେଳେ ଏହାଦ୍ବାରା ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ମୟୁର ପରର ଅନେକ ବ୍ୟବହାର ରହିଛି । ପୁରା କାଳରେ ସନ୍ଧ୍ୟା ନାମକ ରାକ୍ଷସକୁ ମୟୁର ମାରିଥିଲା । ଯେଉଁ କାରଣରୁ ଏହାର ମହତ୍ତ୍ୱ ବଢ଼ି ଯାଇଛି । ସେହିଠାରୁ ମୟୁର ଅଧିକ ପୂଜନୀୟ ଏବଂ ପବିତ୍ର ହୋଇ ଆସିଛି । ମୟୁର ପରର ବ୍ୟବହାର ଦ୍ୱାରା କାଳ ସର୍ପଦୋଷ ଦୂର ହୋଇଥାଏ ।

ଯେହେତୁ ଭଗବାନ ଶ୍ରୀକୃଷ୍ଣଙ୍କୁ କାଳ ସର୍ପଦୋଷ ଥିଲା ତେଣୁ ସେ ସର୍ବଦା ନିଜ ମୁକୁଟରେ ମୟୁର ପର ଧାରଣ କରୁଥିଲେ । ଭାରତ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ମୟୁର ପରର ଅନେକ ମହତ୍ତ୍ୱ ରହିଛି । ଏହାବ୍ୟତୀତ ସବୁ ଧର୍ମର ମୟୁର ପରର ମହତ୍ତ୍ୱକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ବର୍ଣ୍ଣନା କରାଯାଇଛି । ଯଦି ଘରର ସଦସ୍ୟ ସବୁଦିନ କଳହ ଏବଂ ଅଶାନ୍ତିରେ ରହୁଥାନ୍ତି ତେବେ ମୟୁର ପର ସ୍ଥାପିତ କରିବା ଦ୍ୱାରା ସେହିସବୁ ସମସ୍ୟା ଦୂର ହୋଇଯାଏ ।

ଘରେ ଅଶାନ୍ତିର କାରଣ ହେଉଛି ନକରାତ୍ମକ ଶକ୍ତି ଯାହାକି ମୟୁର ପର ଦ୍ୱାରା ଦୂର ହୋଇଥାଏ । ଏଥିପାଇଁ ମୟୁର ପରକୁ ଜନ୍ମାଷ୍ଟମୀ ଦିନ ଘରକୁ ଆଣି ଜୋର ଜୋରରେ ହଲାନ୍ତୁ ଏବଂ ଘରର କୌଣସି ଏକ କୋଣରେ ଲଗାଇ ଦିଅନ୍ତୁ । ଏହାଦ୍ବାରା ନକରାତ୍ମକତା ଦୂର ହୋଇଥାଏ । ଏହାଦ୍ବାରା ଆଖପାଖ ବାତାବରଣ ମଧ୍ୟ ଶୁଦ୍ଧ ହୋଇଥାଏ । ଘରର ବିଶେଷ ତିନୋଟି ଜାଗାରେ ମୟୁର ପର ରଖିବା ଉଚିତ । ସାଧରଣତଃ ଘରର ସଦସ୍ୟଙ୍କ ନଜର ଯେଉଁ ସ୍ଥାନରେ ଅଧିକ ପଡ଼ିଥାଏ ସେହି ସ୍ଥାନରେ ମୟୁର ପର ଲଗାଇବା ଉଚିତ । ଏହାଦ୍ବାରା ଘରର ସଦସ୍ୟଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଏହାବ୍ୟତୀତ ଗ୍ରହ ଦୋଷ ଶାନ୍ତି ପାଇଁ ମଧ୍ୟ ମୟୁର ପର ଘରେ ରଖାଯାଇ ଥାଏ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା କୌଣସି ରାମବାଣ ଠାରୁ କମ ନୁହେଁ । ମୟୁର ପର ଘରେ ରଖିବା ଦ୍ୱାରା ବ୍ୟକ୍ତିର ମନ୍ତ୍ର ସିଦ୍ଧି ଭଲ ହୋଇଥାଏ ।

ମୟୁର ପରକୁ ଯଦି ଆପଣ ସବୁବେଳେ ନିଜ ପାଖରେ ରଖନ୍ତି ତେବେ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଏହାବ୍ୟତୀତ ସମସ୍ତ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ । ଛୋଟ ପିଲାଙ୍କ ଖରାପ ସ୍ୱଭାବକୁ ଦୂର କରିବା ପାଇଁ ମଧ୍ୟ ଏହି ଉପାୟ ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ମୟୁର ପରକୁ ବିଛଣା ତଳେ କିମ୍ବା ତକିଆ ତଳେ ରଖିଦେଲେ ଖରାପ ସ୍ୱପ୍ନ ଆସେନାହିଁ । ପାଠ ପଢ଼ୁଥିବା ପିଲା ପଢ଼ାରେ ଦୁର୍ବଳ ଥିଲେ ପଢ଼ା ଘରେ ମୟୁର ପର କିମ୍ବା ବହି ଭିତରେ ମୟୁର ପର ରଖି ମାତା ସରସ୍ୱତୀଙ୍କୁ ଉପାସନା କଲେ ଦୁର୍ବଳତା ଦୂର ହୋଇଥାଏ ।

ଅନେକ ସମୟରେ କାର୍ଯ୍ୟ ପୂରଣ ନହୋଇ ଅଧାରେ ରହିଯାଏ ତେବେ ଶୋଇବା କକ୍ଷର ପୂର୍ବ ଦକ୍ଷିଣ ଦିଗରେ ମୟୁର ପର ଲଗାଇ ଦେଲେ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ । ଆର୍ଥିକ ସମସ୍ୟା ଥିଲେ କିମ୍ବା ଧନ ଅର୍ଜନ ହେବା ସତ୍ତ୍ୱେ ସଞ୍ଚୟ ହେଉ ନଥିଲେ ଦକ୍ଷିଣ ପୂର୍ବ କୋଣରେ ମୟୁର ପର ଲଗାଇ ଦିଅନ୍ତୁ । ଆର୍ଥିକ ଜନିତ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *