ନବରାତ୍ରିରେ ୯ ଦିନ ଯାକ ଏହି ଗୋଟିଏ କାର୍ଯ୍ୟ ନିଶ୍ଚିତ ଭାବରେ କରନ୍ତୁ,ମା ଲକ୍ଷ୍ମୀ ଆପଣଙ୍କ ଧନଭଣ୍ଡାର କରିଦେବେ ପରିପୂର୍ଣ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ କାର୍ଯ୍ୟ ଆପଣ ନବରାତ୍ରି ସମୟରେ କରିବା ଉଚିତ ନୁହେଁ ଏବଂ କେଉଁ କାର୍ଯ୍ୟ ଆପଣ ନବରାତ୍ରି ସମୟରେ କଲେ ଶୁଭ ଫଳ ପ୍ରାପ୍ତ କରିବେ। ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଆମକୁ ଦେବୀ ଦୁର୍ଗାଙ୍କର କୃପା ପ୍ରାପ୍ତ ହୋଇ ପାରେ ନାହିଁ। ଏହାସହିତ ଆମେ କାର୍ଯ୍ୟକ୍ଷେତ୍ରରେ ଅନେକ କଠିନ ପରିଶ୍ରମ କଲେ ମଧ୍ୟ ଆଶାନୁରୂପ ସଫଳତା ମିଳେ ନାହିଁ।

ନବରାତ୍ରି ବ୍ରତ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ଆପଣ ନବରାତ୍ରି ବ୍ରତ କରୁଛନ୍ତି, ତାହେଲେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହିତ କରନ୍ତୁ। ଏହାଦ୍ବାରା ମାଆ ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହେବେ। ମନରେ ସନ୍ଦେହ ଓ ଅହଙ୍କାର ଭାବନା ରଖି କେବେବି ବ୍ରତ ରଖନ୍ତୁ ନାହିଁ। ନବରାତ୍ରିରେ କେବେବି ଅପଶଦ୍ଦ ବ୍ୟବହାର କରନ୍ତୁ ନାହିଁ। ଅର୍ଥାତ୍ ଏହିଦିନ କଟୁ ବଚନ କହିଲେ ମାଆ ଦୁର୍ଗା କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଆପଣଙ୍କର କୌଣସି କାର୍ଯ୍ୟ ସମ୍ପନ୍ନ ହୋଇ ପାରେ ନାହିଁ।

ନବରାତ୍ରି ସମୟରେ ଆମିଷ ସେବନ କରିବାରୁ ବଞ୍ଚିତ ରୁହନ୍ତୁ। ଏହି ସମୟରେ ନିରାମିଷ ଭୋଜନ ଗ୍ରହଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ମାଆ ଦୁର୍ଗାଙ୍କର କୃପା ଦୃଷ୍ଟି ରହିବା ସହିତ ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ଏହିସମୟରେ ନଖ ଓ ଚୁଟି କାଟିବା ଉଚିତ ନୁହେଁ। ନବରାତ୍ରି ଚାଲିଥିବା ସମୟରେ ଆପଣ ନିଜ ମନରେ ସର୍ବଦା ଶାନ୍ତି ଓ ସକାରାତ୍ମକ ଭାବନା ଜାଗ୍ରତ କରନ୍ତୁ। ମହିଳା ମାନେ ନିଜ ମାସିକ ଧର୍ମ ଚାଲିଥିବା ସମୟରେ ମନ୍ଦିର ଯିବାରୁ ବଞ୍ଚିତ ହୁଅନ୍ତୁ।

କିଛି ବିଶେଷ କାର୍ଯ୍ୟ ଉପରେ ଆପଣଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଯେପରି ଆପଣଙ୍କ ଘରେ ଦେବୀ ଦୁର୍ଗାଙ୍କର ତମ୍ବା ଧାତୁର ମୂର୍ତ୍ତି ଥିଲେ, ଏହାକୁ ପ୍ରତ୍ୟେକଦିନ ସଫାସୁତୁରା ରଖି ବସ୍ତ୍ର ପିନ୍ଧାଇ ଦିଅନ୍ତୁ। ନବରାତ୍ରି ପୂର୍ବ ଦିନ ଅଖଣ୍ଡ ଜ୍ୟୋତି ଜଳା ଯାଇଥାଏ। ନଅ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜ୍ୟୋତି ଜଳିବା ଆବଶ୍ୟକ। ଏହାଦ୍ବାରା ମାଆ ଦୁର୍ଗାଙ୍କର କୃପା ଲାଭ କରି ପାରିବେ। ନବରାତ୍ରିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣ ନବରାତ୍ରି ବ୍ରତ ପାଳନ କରୁଛନ୍ତି, ତାହେଲେ ଏହି ସମୟରେ କଳି ଝଗଡା ପରିସ୍ଥିତିରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *