ନବରାତ୍ରୀର କୌଣସି ଦିନ ଏହି ଗଛକୁ ଉପାଡ଼ି ନେଇ ଆସନ୍ତୁ । ଦୂର ହୋଇଯିବ ଦାରିଦ୍ର୍ୟତା ।

ନବରାତ୍ରୀର ପୁରା ସମୟକୁ ଚୈତନ୍ୟ ଅବସ୍ଥା କିମ୍ବା ଜାଗ୍ରତ ଅବସ୍ଥା କୁହାଯାଏ । ଏହି ସମୟରେ ନଅ ଦୁର୍ଗା ପୂର୍ଣ୍ଣ ରୂପରେ ନିଜର ଶକ୍ତି ସହିତ ଜାଗ୍ରତ ଅବସ୍ଥାରେ ରହିଥାନ୍ତି ଏବଂ ନଅ ମାତା ପୃଥିବୀ ପୃଷ୍ଠକୁ ଆସନ୍ତି । ତେଣୁ ଏହି କାରଣରୁ ପୃଥିବୀ ପୃଷ୍ଠରେ ସବୁ ଜୀବଜନ୍ତୁ ଉଦ୍ଭିଦ ଠାରେ ଜାଗ୍ରତ ଅବସ୍ଥା ହେବା କାରଣରୁ ସବୁକିଛି ଜାଗ୍ରତ ଅବସ୍ଥାରେ ରହିଥାଏ । ସବୁ ଗଛରେ ଏହି ସମୟରେ ଶକ୍ତି ରହିଥାଏ ତେଣୁ ଏହା ପୂଜନୀୟ ହୋଇଥାଏ । ଗଛଲତା ମଣିଷକୁ ପ୍ରାଣବାୟୁ ପ୍ରଦାନ କରିଥାଏ ତେଣୁ ମନୁଷ୍ୟ ଗଛଲତାର ପୂଜା କରିଥାଏ ।

ବିଶେଷ କରି ଏହି ନବରାତ୍ରୀ ସମୟରେ ଗଛଲତା ଜାଗ୍ରତ ଅବସ୍ଥାରେ ରହିଥାଏ । ନବରାତ୍ରୀ ସମୟରେ ଯଦି ଆପଣ କୌଣସି ଗଛକୁ ଆଣୁଛନ୍ତି ତେବେ ମନ୍ତ୍ର ଜପ କରିବାର ଆବଶ୍ୟକତା ନଥାଏ । ତାହାକୁ ସିଦ୍ଧ କରିବାର ଆବଶ୍ୟକତା ନଥାଏ ।କାରଣ ନବରାତ୍ରୀରେ ନଅ ଦୁର୍ଗାଙ୍କ ଉପସ୍ଥିତି କାରଣରୁ ତାହା ସ୍ବୟଂ ସିଦ୍ଧ ହୋଇଯାଏ । ତେଣୁ କିଛି ଏପରି ଗଛ ଅଛି ଯାହାକୁ ଏହି ସମୟରେ ଘରକୁ ଆଣିବା ଦ୍ୱାରା ବ୍ୟକ୍ତିର ଦାରିଦ୍ର୍ୟତା ଦୂର ହୋଇଥାଏ ଏବଂ ଦୁର୍ଭାଗ୍ୟ ଦୂର ହୋଇଥାଏ ।

୧ . ସହଦେବୀ ଗଛ:-

ଯଦି ଆପଣଙ୍କର ଶାରୀରିକ ମାନସିକ କୌଣସି ପ୍ରକାରର ସମସ୍ୟା ରହିଛି ତେବେ ଏହି ସହଦେବୀ ଗଛ ରାମବାଣ ସଦୃଶ୍ୟ କାମ କରିଥାଏ । ଏହା ଦୈହିକ , ଦୈବୀକ ଏବଂ ଭୌତିକ ରୂପରେ ଶକ୍ତିପୂର୍ଣ୍ଣ ଗଛ ହୋଇଥାଏ । ଯାହାକି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହା ସବୁ ବନସ୍ପତିଙ୍କ ମାତା ଅଟେ । ତେଣୁ ଏହାକୁ ସହଦେବୀ କୁହାଯାଏ । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ପାଖରେ ଗାଉଁଲାରେ ଏହି ଗଛ ଲଗାଇଲେ ଏବଂ ପୂଜା ଅର୍ଚ୍ଚନା କଲେ ସବୁ ପ୍ରକାରର ଭୌତିକ ସୁଖର ପ୍ରାପ୍ତି ହୋଇଥାଏ ।

ତୁଳସୀ ସହିତ ଏହି ଗଛକୁ ଲଗାଇଲେ ଏହାର ପ୍ରଭାବ ଆହୁରି ବଢ଼ିଯାଏ । ଏହା ସବୁ ପ୍ରକାରର ରୋଗକୁ ଦୂର କରିଥାଏ । ଏହାଦ୍ବାରା ସବୁ ପ୍ରକାରର ସିଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ । ତକିଆ ତଳେ ଏହି ଗଛର ମୂଳକୁ ରଖିଲେ ଗଭୀର ନିଦ ଆସିଥାଏ । ନିଦ୍ରା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଏହା ରାମବାଣ ସଦୃଶ ଅଟେ ।

ମନ୍ତ୍ର ଜପ ଦ୍ୱାରା କୌଣସିବି ସିଦ୍ଧି ପ୍ରାପ୍ତ ହୋଇ ପାରିବ । ଏହି ଗଛର ମୂଳକୁ ତିଳକ କଲେ ଏହା ଶରୀରର ସମ୍ମୋହନ ଶକ୍ତିକୁ ବଢ଼ାଇ ଥାଏ । ଆପଣ କାହାକୁ ବଶୀକରଣ କରିବାକୁ ଚାହୁଁଥିଲେ ଏହି ଗଛର ମୂଳର ତିଳକ କରନ୍ତୁ । ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଏହାକୁ ନାଲି କପଡ଼ାରେ ଗୁଡ଼ାଇ ଅଣ୍ଟାରେ ବାନ୍ଧି ଦିଆଯାଏ ତେବେ ସମ୍ବନ୍ଧ ଭଲ ସ୍ଥାପିତ ହୋଇଥାଏ । ଏହାକୁ ସିନ୍ଧୁକରେ ରଖିଲେ ଧନରେ ବୃଦ୍ଧି ହୋଇଥାଏ । ଏହାର ମୂଳକୁ ଘରର ସିନ୍ଧୁକରେ ରଖିଲେ ଧନରେ ବୃଦ୍ଧି ହୋଇଥାଏ ।

ଏହାକୁ ନବରାତ୍ରୀ ସମୟରେ ଘରେ ଲଗାଇବାକୁ ତନ୍ତ୍ର ମନ୍ତ୍ର ଶକ୍ତି ଲାଗି ନଥାଏ । ଯଦି ଆପଣ ଅଲୌକିକ ଶକ୍ତିକୁ ଦେଖିବାକୁ ଚାହୁଁଛନ୍ତି ଏହି ଗଛର ମୂଳକୁ ମୁହଁରେ ରଖନ୍ତୁ । ଏହି ଗଛକୁ ଆପଣ ନବରାତ୍ରୀରେ ରାତି ୧୨ ପରେ କୌଣସି ସମୟରେ ଆପଣ ଘରକୁ ଆଣି ପାରିବେ ।

ରାତି ୧୨ ପରେ ଆଣିଲେ ସେଥିରେ ନବ ଦୁର୍ଗାଙ୍କର ସବୁ ଶକ୍ତି ସେଥିରେ ନିହିତ ହୋଇଥାଏ । ତେଣୁ ତାହାକୁ ସେହି ସମୟରେ ମୂଳରୁ ଉପାଡ଼ି ଆଣି ଘରେ ଗାଉଁଲାରେ ଲଗାଇ ଦିଅନ୍ତୁ । ମାତ୍ର ଏହି ଗଛକୁ ବିନା ଜୋତା ଚପଲ ପିନ୍ଧି ଯିବାକୁ ପଡ଼ିବ । ଖାଲି ପାଦରେ ହିଁ ଏହାକୁ ଆଣି ଘରେ ସ୍ଥାପିତ କରନ୍ତୁ ।

୨ . ବିଷ୍ଣୁକାନ୍ତା:-

ଏହି ଗଛକୁ ସାଧରଣତଃ ଅପରାଜିତା କୁହାଯାଏ । ବ୍ରହ୍ମଦେବ ସୃଷ୍ଟିର ନିର୍ମାଣ ସମୟରେ ସର୍ବପ୍ରଥମେ ଏହି ଗଛର ନିର୍ମାଣ କରିଥିଲେ । ଭଗବାନ ଶ୍ରୀହରି ବିଷ୍ଣୁ ଏହି ଗଛରେ ବାସ କରିଥିଲେ । ତେଣୁ ଏହି ଗଛକୁ ଏକ ପ୍ରକାରର କାନ୍ତି ଓ ଶକ୍ତି ପ୍ରାପ୍ତ ହୋଇଛି । ତେଣୁ ଜ୍ଞାନୀ ଲୋକେ ଏହାକୁ ବିଷ୍ଣୁକାନ୍ତା ନାମରେ ଜାଣିବାରେ ଲାଗିଲେ । ଏହି ଗଛ ଆପଣଙ୍କୁ ସର୍ବଦା ଆପଣଙ୍କ ଶତ୍ରୁ ଠାରୁ ଅପରାଜିତ ରଖିଥାଏ । ଏହାକୁ ମୁହଁରେ ଦବାଇ ଯଦି ଆପଣ ନିଜ ଶତ୍ରୁ ସହିତ ଲଢ଼ିବାକୁ ଯାଆନ୍ତି ତେବେ ଏହା ଶତ୍ରୁକୁ ପରାଜିତ କରିଥାଏ । ଯଦି ଏହି ଗଛକୁ ଘରକୁ ଆଣି ଲଗାନ୍ତି ତେବେ ଧନ , ଐଶ୍ୱର୍ଯ୍ୟ , ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । କାରଣ ଏହି ଗଛ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ ।

Leave a Reply

Your email address will not be published. Required fields are marked *