ଚୈତ୍ର ନବରାତ୍ରି : ଦେବୀ ଦୁର୍ଗାଙ୍କୁ ଘରକୁ ଆଣିବା ପାଇଁ କରନ୍ତୁ ଏହି କାର୍ଯ୍ୟ, ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମାର୍ଚ୍ଚ ୨୨ ତାରିଖ ଚୈତ୍ର ନବରାତ୍ରି ଆରମ୍ଭ ହେବାକୁ ଯାଉଛି। ଏହାର ସମାପ୍ତି ମାର୍ଚ୍ଚ ୩୦ ତାରିଖରେ ହେବାକୁ ଯାଉଛି। ନବରାତ୍ରି ସମୟରେ ପ୍ରତ୍ୟେକ ଭକ୍ତ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ କରିଥାନ୍ତି। ନବରାତ୍ରି ପୂର୍ବରୁ ଘର ସଫେଇ, ସାଜସଜ୍ଜା ଚାଲିଥାଏ। ପ୍ରତ୍ୟେକ ଭକ୍ତଙ୍କର ଆଶା ରହିଥାଏ କି, ଦେବୀଙ୍କ କୃପା ଦୃଷ୍ଟି ସମସ୍ତଙ୍କ ଉପରେ ରହୁ।

ନବରାତ୍ରି ଅତ୍ୟନ୍ତ ଶୁଭ ହୋଇଥାଏ। କୁହାଯାଏ କି, ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଯଦି ଆପଣ ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ତାହେଲେ ନବରାତ୍ରି ପୂର୍ବରୁ ଘରୁ କିଛି ଖାସ ବସ୍ତୁ ବାହାର କରି ଦିଅନ୍ତୁ। ନଚେତ ଦେବୀ ଦୁର୍ଗା କ୍ରୋଧିତ ହୋଇଯିବେ। ଏହି ବସ୍ତୁ ଘର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହି ବସ୍ତୁକୁ ଘରୁ ବାହାର କରି ଦେବା ଦର ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏବେ ଆସନ୍ତୁ ସେହି ବସ୍ତୁ ଗୁଡ଼ିକ ବିଷୟରେ ଜାଣିବା –

ଖଣ୍ଡିତ ମୂର୍ତ୍ତି :-

ଶାସ୍ତ୍ର ଅନୁସାରେ ଖଣ୍ଡିତ ମୂର୍ତ୍ତି ଘରେ ରହିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ତେଣୁ ଖାସ କରି ନବରାତ୍ରି ସମୟରେ ନିଶ୍ଚିତ ଭାବରେ ଘରୁ ଖଣ୍ଡିତ ମୂର୍ତ୍ତି ବାହାର କରି ଦେବା ଉଚିତ। ଖଣ୍ଡିତ ମୂର୍ତ୍ତି ଘରକୁ ଦୁର୍ଭାଗ୍ୟ ଓ ଅଶୁଭତ୍ଵ ଆଣିଥାଏ। ଏହାସହିତ ଘରେ ଅଶାନ୍ତି ଓ ବିବାଦ ସୃଷ୍ଟି ହୋଇଥାଏ। ନବରାତ୍ରି ପୂର୍ବରୁ ଏହି ଖଣ୍ଡିତ ମୂର୍ତ୍ତିକୁ କୌଣସି ପୋଖରୀ ବା ନଦୀରେ ବିସର୍ଜନ କରି ଦେବା ଆବଶ୍ୟକ।

ପୁରୁଣା ଜୋତା ଓ ଚପଲ :-

ନବରାତ୍ରି ଆସିବା ପୂର୍ବରୁ ପୁରୁଣା ଜୋତା , ଚପଲ, ପୋଷାକ ଆଦି ଘରୁ ବାହାର କରି ଦେବା ଆବଶ୍ୟକ। ଏଗୁଡିକ ଘରେ ରହିଲେ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ ଏବଂ ଆପଣଙ୍କ ପରିବାର ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ପଡ଼ି ନଥାଏ। ଏହାସହିତ ଆର୍ଥିକ ସଙ୍କଟ ଦେଖା ଦେଇଥାଏ। ବ୍ୟବସାୟରେ ମାନ୍ଦାବସ୍ଥା ଦେଖା ଦେଇଥାଏ, ତେଣୁ କେବେବି ଘରେ ଖରାପ ଓ ଫାଟି ଯାଇଥିବା ପୋଷାକ ପରିଧାନ କରିବା ଓ ରଖିବା ଉଚିତ ନୁହେଁ।

ପିଆଜ ରସୁଣ :-

ନବରାତ୍ରି ସମୟରେ କେବେବି ତାମସିକ ଭୋଜନ କରନ୍ତୁ ନାହିଁ। ହିନ୍ଦୁ ଧର୍ମରେ ପିଆଜ ଓ ରସୁଣକୁ ତାମସିକ ଭୋଜନ ମାନା ଯାଇଛି। ନବରାତ୍ରିରେ ଏଗୁଡ଼ିକର ସେବନ କରିବା ଦ୍ୱାରା ଦେବୀ ଦୁର୍ଗା କ୍ରୋଧିତ ହୋଇ ଯାଇଥାନ୍ତି। ନବରାତ୍ରିରେ ଘରେ ବିନା ପିଆଜ ରସୁଣ ବ୍ୟଞ୍ଜନ ପ୍ରସ୍ତୁତ କରି ସେବନ କରନ୍ତୁ। ଏହାଦ୍ବାରା ଦେବୀ ଦୁର୍ଗାଙ୍କର କୃପା ଦୃଷ୍ଟି ପ୍ରାପ୍ତ ହେବ।

ଖରାପ ବା ବନ୍ଦ ପଡ଼ିଥିବା ବସ୍ତୁ :-

ନବରାତ୍ରି ଆସିବା ପୂର୍ବରୁ ଘରେ ବନ୍ଦ ପଡ଼ିଥିବା ବା ଖରାପ ହୋଇ ଯାଇଥିବା ଜିନିଷ ଯେପରି ଘଡି, ଟିଭି, ମୋବାଇଲ ଆଦି ଘରୁ ହଟାଇ ଦିଅନ୍ତୁ। ନଚେତ ଏହା ଆପଣଙ୍କ ପରିବାରର ଅନିଷ୍ଟ କରିବାର ସମ୍ଭାବନା ରହିଛି। ଏହାଦ୍ବାରା ଶତ୍ରୁ ବୃଦ୍ଧି ହୋଇଥାଏ ଏବଂ ଅଭାବ ଅନଟନ ଦେଖା ଦେଇଥାଏ।

Leave a Reply

Your email address will not be published. Required fields are marked *