ଭଗବାନଙ୍କ ସାମ୍ନାରେ ଦୀପ ଜାଳିବା ପୂର୍ବରୁ କରନ୍ତୁ ନାହିଁ ଏହି ଭୁଲ । ନଚେତ ହୋଇଥାଏ କରଜ ଏବଂ ଦାରିଦ୍ର୍ୟତା ସମସ୍ୟା ।

ହିନ୍ଦୁ ଧର୍ମରେ ଦୀପ ଜାଳିବାର ଅନେକ ମହତ୍ତ୍ୱ ରହିଛି । ଦୀପ ଶିଖାକୁ ଅତ୍ୟନ୍ତ ପବିତ୍ର ମାନା ଯାଇଥାଏ । ଏଭଳି କୁହାଯାଏ ଯେ ବିନା ଦୀପ ପ୍ରଜ୍ଜ୍ଵଳନ ରେ କୌଣସିବି ପୂଜାପାଠ ସମ୍ପନ୍ନ ହୋଇପାରେ ନାହିଁ । ଦୀପ ଜଳିବାର ଅନେକ ଲାଭ ମିଳିଥାଏ । ଏହା ସିଧା ସଳଖ ଭଗବାନଙ୍କ ସହିତ ସଂଯୋଗ ବନାଇ ଥାଏ ଏବଂ ଏହାଦ୍ବାରା ନକରାତ୍ମକତା ମଧ୍ୟ ନଷ୍ଟ ହୋଇଥାଏ ।

ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ଦୀପ ଜାଳିବାର ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକି ପାଳନ କରିବା ଦ୍ୱାରା ଜୀବନ ବଦଳି ଯାଏ ଏବଂ ନମାନିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ପ୍ରଥମତଃ ଯଦି ଆପଣ ଦୀପକୁ ଭୁଲ ଦିଗରେ ରଖନ୍ତି ତେବେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ ।

ମନ୍ଦିରରେ ଦୀପ ଜାଳିବା ପାଇଁ ପଶ୍ଚିମ ଦିଗର ଧ୍ୟାନ ରଖନ୍ତୁ । ଏହାଦ୍ବାରା ପୋଜିଟିଭ ଶକ୍ତି ଆକର୍ଷିତ ହୋଇଥାଏ । ଭଗବାନଙ୍କ ଡାହାଣ ଦିଗରେ ଘିଅ ଦୀପ ଏବଂ ବାମ ପାର୍ଶ୍ଵରେ ତେଲ ଦୀପ ଜାଳିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଘର ମନ୍ଦିରରେ ଘିଅ ଦୀପ ଜାଳିବା ସର୍ବଶ୍ରେଷ୍ଠ ହୋଇଥାଏ । ଆପଣ ମାଟି କିମ୍ବା କୌଣସି ଧାତୁର ଦିଅ ଜାଳି ପାରିବେ ମାତ୍ର ଦୀପ ଖଣ୍ଡିତ ହୋଇ ନଥିବା ଆବଶ୍ୟକ ।

ନଚେତ ଘରକୁ ନକରାତ୍ମକତା ଆସିଥାଏ ଏବଂ ମନସ୍କାମନା ମଧ୍ୟ ପୂରଣ ହୁଏନାହିଁ ଏବଂ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଯଦି ଆପଣ ଘିଅ ଦୀପ ଜାଳୁଛନ୍ତି ତେବେ ଫୁଲବତୀ ଏବଂ ଯଦି ତେଲ ଦୀପ ଜାଳୁଛନ୍ତି ତେବେ ଲମ୍ବା ବତୀର ଉପଯୋଗ କରନ୍ତୁ ।ସାଧରଣତଃ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଘିଅ ଦୀପ ଏବଂ ମନସ୍କାମନା ପୂରଣ ପାଇଁ ତେଲ ଦୀପ ଜାଳିବା ଉଚିତ । ଦୀପ ଶିଖା ସିଧା ଭଗବାନଙ୍କ ଫୋଟ କିମ୍ବା ମୂର୍ତ୍ତି ସାମ୍ନାରେ ରଖିବା ଉଚିତ । ଦୀପବତୀ ଭୁଲରେ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ।

ଧନ ପ୍ରାପ୍ତି ପାଇଁ ନାଲି ବତୀରେ ଦୀପ ଜଳାନ୍ତୁ । ଦୀପ ଜଳିବା ସମୟରେ ହଠାତ ଦୀପ ଲିଭିଗଲେ ନୂଆ ବତୀ ବନାଇ ଦୀପରେ ପୁଣି ତେଲ କିମ୍ବା ଘିଅ ଦେଇ ଦୀପ ଜଳାନ୍ତୁ ମାତ୍ର ପୋଡ଼ି ଯାଇଥିବା ବତୀକୁ ପୁଣିଥରେ ବ୍ୟବହାର କରନ୍ତୁ ନାହିଁ ଏବଂ ଭଗବାନଙ୍କୁ କ୍ଷମା ମାଗି ନିଅନ୍ତୁ । ଅନେକ ସମୟରେ ଘରେ ଅଧିକ ବାସ୍ତୁ ଦୋଷ ଥିବା କାରଣରୁ ଦୀପ ବାରମ୍ବାର ଲିଭିଥାଏ । ତେଣୁ ଏମିତିରେ ଭଗବାନଙ୍କୁ କ୍ଷମା ମାଗି ନୂଆ ବତୀ ଦେଇ ଦୀପ ଜଳାନ୍ତୁ ।

ଏକ ଉପାୟ ଅନୁଯାୟୀ ବତୀ ଉପରେ ଏକ ମୁଦ୍ରା ରଖି ଦିଅନ୍ତୁ । ଏହାବ୍ୟତୀତ ଏକ ଲବଙ୍ଗ ରଖି ଦିଅନ୍ତୁ ଯାହାଦ୍ୱାରା ବତୀ ଉପରକୁ ଉଠି ରହିବ । ଯଦି ଆପଣ ଘିଅ ଦୀପ ଜାଳୁଛନ୍ତି ତେବେ ନିଜ ବାମ ହାତ ପାର୍ଶ୍ଵରେ ରଖନ୍ତୁ ମାତ୍ର ତେଲ ଦୀପ ଜାଳୁଥିଲେ ଡାହାଣ ହାତ ପାର୍ଶ୍ଵରେ ରଖନ୍ତୁ । ଶୁଭଙ୍ଗ କରୋତି କଲ୍ୟାଣଂ , ଆରୋଗ୍ୟ ଧନ ସମ୍ପଦା , ଶତ୍ରୁ ବିନାଶାୟ , ଦୀପନ ଜ୍ୟୋତି ନମସ୍ତୁତେ । ପୂଜା ମଝିରେ ଦୀପ ଲିଭିଲେ ତାହା ଆପଣଙ୍କ ମନସ୍କାମନା ପୂର୍ଣ୍ଣ ନହେବାର ସନ୍ଦେହ ଅଟେ । ଦୀପ ଜାଳିବା ସମୟରେ ସର୍ବଦା ଆସନ ଦେଇ ରଖନ୍ତୁ । ଅର୍ଥାତ ଦୀପ ତଳେ ଅକ୍ଷତ ରଖି ଦିଅନ୍ତୁ । ନଚେତ ପୂଜାପାଠ ସମ୍ପୂର୍ଣ୍ଣ ହୁଏନାହିଁ । ଏହାବ୍ୟତୀତ ଆପଣ ଫୁଲ ପାଖୁଡ଼ା ଉପରେ ମଧ୍ୟ ଦୀପ ଜାଳି ପାରିବେ । ଯଦି ଆପଣ ଶନିବାର ଦିନ ଦୀପ ଜାଳୁଛନ୍ତି ତେବେ କଳା ରଙ୍ଗର ବତୀ ସର୍ବଶ୍ରେଷ୍ଠ ହୋଇଥାଏ ।

Leave a Reply

Your email address will not be published. Required fields are marked *