ନବରାତ୍ରୀରେ ଭୁଲରେ ବି ଏହି ଦୁଇଟି ତରକାରୀ ବନାନ୍ତୁ ନାହିଁ ନଚେତ ଭାଙ୍ଗିଯିବ ବ୍ରତ ଏବଂ ମାତା ରାଣୀ ହେବେ କ୍ରୋଧିତ

ଆଜି ଆମେ ଆପଣଙ୍କୁ କହିବୁ ଯେ ନବରାତ୍ରୀରେ କେଉଁ ସବୁ ଜିନିଷର ସେବନ କରିବା ଉଚିତ ନୁହେଁ । ନଚେତ ବ୍ରତ ଭାଙ୍ଗିବା ସହ ମାତା ରାଣୀ ମଧ୍ୟ କ୍ରୋଧିତ ହୋଇଥାନ୍ତି । ଶାସ୍ତ୍ର ପୁରାଣ ଅନୁଯାୟୀ ପ୍ରତ୍ୟେକ ବ୍ରତକୁ ସମ୍ପୂର୍ଣ୍ଣ ନିୟମ ଅନୁଯାୟୀ ପାଳନ କରିବା ଉଚିତ । ଏଭଳି କୁହାଯାଏ ଯେ ମନସ୍କାମନାକୁ ପୂରଣ କରିବା ପାଇଁ ନିଶ୍ଚିତ ଭାବରେ ସଂଘର୍ଷ କରିବାକୁ ପଡ଼ିଥାଏ । ତେଣୁ ପୁରା ବିଧି ବିଧାନ ସହିତ କଲେ ବ୍ରତର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ । ଅର୍ଥାତ ନିଷ୍ଠାର ସହିତ ଭଗବାନଙ୍କୁ ପୂଜା କଲେ ପୂଜାର ଫଳ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ ନବରାତ୍ରୀରେ କେଉଁ ଜିନିଷର ସେବନ କରିବା ଉଚିତ ନୁହେଁ ।

ନବରାତ୍ରୀରେ ସେଓ ନିହାତି ଖାଇବା ଉଚିତ । କଦଳୀ , ଅମୃତଭଣ୍ଡା , ପିଜୁଳି ଆଦି ନିହାତି ଖାଇବା ଉଚିତ । ଏହାଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ବ୍ରତ ମଧ୍ୟ ସଫଳ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ନବରାତ୍ରୀରେ ସୀତାଫଳ ନିହାତି ଖାଇବା ଉଚିତ । ଏହା ଖାଇବା ଦ୍ୱାରା ଅନେକ ରୋଗ ଅଛି ଯେଉଁଥିରୁ ମୁକ୍ତି ମିଳିଥାଏ । ନବରାତ୍ରୀରେ ଘରକୁ ସୀତାଫଳର ପ୍ରବେଶ ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହା ଖାଇବା ଦ୍ୱାରା ନବରାତ୍ରୀ ବ୍ରତ ସଫଳ ହୋଇଥାଏ । କାରଣ ଏଥିରେ ମାତା ସୀତାଙ୍କ ଆଶୀର୍ବାଦ ଥାଏ । ନବରାତ୍ରୀ ସମୟରେ ଯେଉଁ ବ୍ୟକ୍ତି ଏହାକୁ ସେବନ କରିଥାଏ ତାକୁ ଜୀବନରେ କେବେବି ଦୁଃଖ କଷ୍ଟର ସାମ୍ନା କରିବାକୁ ପଡ଼ି ନଥାଏ ।

ନବରାତ୍ରୀରେ ପ୍ଲାଷ୍ଟିକ ଡବାରେ ମିଳୁଥିବା ଜୁସ କିମ୍ବା ଲସି ଖାଇବା ଉଚିତ ନୁହେଁ । କାରଣ ସେଥିରେ ବିଭିନ୍ନ ପ୍ରକାରର ରସାୟାନିୟ ଦ୍ରବ୍ୟ ମିଶିଥାଏ । ଏହାଦ୍ବାରା ଆପଣଙ୍କ ବ୍ରତ ମଧ୍ୟ ଭାଙ୍ଗି ପାରେ । ଜୁସ ପିଇବା ସମୟରେ ସେଥିରେ ଅଧିକ ଲୁଣ ପକାନ୍ତୁ ନାହିଁ । ନିବରାତ୍ରୀରେ ଅଟାରେ ତିଆରି କିଛିବି ଜିନିଷ ଖାଇଲେ ଚେକ କରି ନିଅନ୍ତୁ ଯେ ଅଟାରେ ପୋକ ହୋଇ ନଥିବା ଉଚିତ ।

ନଚେତ ବ୍ରତର ଫଳ ପ୍ରାପ୍ତ ହେବ ନାହିଁ ଏବଂ ମାତା ରାଣୀ ମଧ୍ୟ କ୍ରୋଧିତ ହେବେ । ନବରାତ୍ରୀ ସମୟରେ ଆପଣ କ୍ଷୀର କିମ୍ବା ଚା’ ପିଇ ପାରିବେ କାରଣ ଏହା ଶରୀରକୁ ଶକ୍ତି ଦେଇଥାଏ । ମାତ୍ର ସେଥିରେ ଲୁଣ ପକାନ୍ତୁ ନାହିଁ । ନବରାତ୍ରିର ନଅ ଦିନରେ ମାତାଙ୍କର ନଅ ପ୍ରକାରର ଭିନ୍ନ ଭିନ୍ନ ରୂପ ପାଇଁ ଭିନ୍ନ ଭିନ୍ନ ଫୁଲ ଏବଂ ଭୋଗ ଅର୍ପିତ କରାଯାଏ ।

କିନ୍ତୁ କିଛି ଏପରି ଜିନିଷ ଅଛି ଯାହାକୁ ଭୁଲରେବି ଅର୍ପିତ କରିବା ଉଚିତ ନୁହେଁ । ନବରାତ୍ରୀରେ ବିବାହିତା ମହିଳା ଧଳା ବସ୍ତ୍ର ପିନ୍ଧି ପୂଜାପାଠ କିମ୍ବା ବ୍ରତ କରିବା ଉଚିତ ନୁହେଁ । ଏହାସହିତ କଳା ପୋଷାକ ମଧ୍ୟ ପିନ୍ଧିବା ଉଚିତ ନୁହେଁ । ମାତାଙ୍କ ଚୌକିରେ ନାଲି କପଡ଼ା ବିଛାଇ ଦିଅନ୍ତୁ । ମନ୍ଦିରକୁ ନବରାତ୍ରୀରେ ଏକୁଟିଆ ଛାଡ଼ିବା ଉଚିତ ନୁହେଁ । ଏହାକୁ ଅତ୍ୟନ୍ତ ଅଶୁଭ ମାନା ଯାଏ ।

ହିନ୍ଦୁ ଧର୍ମରେ ନଡ଼ିଆକୁ ସୁଖ ସମୃଦ୍ଧିର ପ୍ରତୀକ ମାନା ଯାଇଛି । ଯାହାକୁ ଶ୍ରୀଫଳ ମଧ୍ୟ କୁହାଯାଏ । ଯାହାକୁ କଳସ ସ୍ଥାପନା ସମୟରେ ବ୍ୟବହାର କରାଯାଏ । ତେଣୁ ପୂଜାରେ ବ୍ୟବହାର କରିବା ପାଇଁ ସର୍ବଦା ଗୋଟା ନଡ଼ିଆ ହିଁ ବ୍ୟବହାର କରନ୍ତୁ । ତେଣୁ ନବରାତ୍ରୀରେ ମାତାଙ୍କ କଳସ ସ୍ଥାପନା ସମୟରେ ପାଣି ଥିବା ନଡ଼ିଆ ହିଁ ଅର୍ପିତ କରନ୍ତୁ ।

Leave a Reply

Your email address will not be published. Required fields are marked *