ନବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ଟି କାମ । ନଚେତ ମାତା ଦୁର୍ଗା ହୋଇଯିବେ କ୍ରୋଧିତ ।

ମାତାଙ୍କର ଅନେକ ରୂପ ରହିଛି । ତେଣୁ ଭକ୍ତର ଭକ୍ତି କାରଣରୁ ହିଁ ମାତା ବହୁତ ଜଲଦି ପ୍ରସନ୍ନ ହୋଇ ଯାଆନ୍ତି । ମାତ୍ର କିଛି ଏଭଳି କାମ ଅଛି ଯାହାକୁ କରିବା ଦ୍ୱାରା ମାତା ବହୁତ ଜଲଦି କ୍ରୋଧିତ ମଧ୍ୟ ହୋଇଯାନ୍ତି । ଆଜିକାର ଏହି ଲେଖାରେ ଆପଣଙ୍କୁ କହିବୁ ଯେ ନବରାତ୍ରୀରେ କେଉଁ ଭୁଲ ଦ୍ୱାରା ମାତା କ୍ରୋଧିତ ହୁଅନ୍ତି । ପ୍ରଥମତଃ ମାତା ଦୁର୍ଗା ନିଜର କୌଣସି ଭକ୍ତକୁ ବ୍ରତ କରିବାକୁ ବାଧ୍ୟ କରି ନାହାଁନ୍ତି । କିନ୍ତୁ ଯଦି ଆପଣ ବ୍ରତ କରୁଛନ୍ତି ତେବେ କୌଣସି ଶଙ୍କା କିମ୍ବା ଦୁର୍ଭାବନା ବିନା କରନ୍ତୁ । ଯେଉଁ ମନରେ କୌଣସି ଶଙ୍କା କିମ୍ବା ଦୁର୍ଭାବନା ରହିଥାଏ ସେହି ମନ କେବେବି ଶାନ୍ତ ହୋଇ ନଥାଏ । ଅଶାନ୍ତ ମନରେ ପୂଜା ପାଠ କଲେ କିଛିବି ଲାଭ ହୋଇ ନଥାଏ ।

ମାତାଙ୍କୁ ସର୍ବଦା ସମ୍ମାନ କରିବା ଉଚିତ । ଦ୍ୱିତୀୟତଃ ନବରାତ୍ରୀରେ କୌଣସି ଅପଶବ୍ଦ ପ୍ରୟୋଗ କରିବା ଉଚିତ ନୁହେଁ କିମ୍ବା କାହାକୁ ଗାଳି ଗୁଲଜ କିମ୍ବା କାହା ସହିତ କଳି ଝଗଡ଼ା ମଧ୍ୟ କରିବା ଉଚିତ ନୁହେଁ । ନବରାତ୍ରୀରେ ମଦ ମାଂସ , ତମାଖୁ , ଗୁଟଖାର ସେବନ କରନ୍ତୁ ନାହିଁ । କାରଣ ତାମସିକ ଭୋଜନ ଶରୀରରେ ଉଷ୍ମତା ସୃଷ୍ଟି କରିଥାଏ ଏବଂ ଏହାଦ୍ବାରା ମନ ଶାନ୍ତ ରହେ ନାହିଁ । ତେଣୁ ନବରାତ୍ରୀରେ ସାତ୍ଵିକ ଭୋଜନ କରିବା ଉଚିତ । ନଚେତ ମାତା ଦୁର୍ଗା କ୍ରୋଧିତ ହେବେ ।

ଏହିଦିନ ବିଶେଷ କରି ଖଟା ଜିନିଷ ସେବନ ଠାରୁ ଦୂରରେ ରୁହନ୍ତୁ । ଏହିଦିନ ଘରକୁ ଆସୁଥିବା କୌଣସି ଗରିବ କିମ୍ବା କନ୍ୟାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ନବରାତ୍ରୀରେ ଗରିବଙ୍କୁ ସାହାଯ୍ୟ କରିବା ଏବଂ ଦାନ କରିବା ଦ୍ୱାରା ମାତା ପ୍ରସନ୍ନ ହୁଅନ୍ତି ଏବଂ ଏହିଦିନ ମାତା ଦୁର୍ଗା କନ୍ୟା ରୂପରେ ବୁଲନ୍ତି । ଏହିଦିନ ନଖ କିମ୍ବା କେଶ କାଟନ୍ତୁ ନାହିଁ । କାରଣ ଏହାଦ୍ୱାରା ଶରୀରରୁ ଶକ୍ତି ଚାଲିଯାଏ । ଚମଡ଼ାରେ ତିଆରି ବସ୍ତୁ ବ୍ୟବହାର କରନ୍ତୁ ନାହିଁ ଏବଂ ଅଖଣ୍ଡ ଦୀପ ଜାଳୁଥିଲେ ଘରକୁ ବନ୍ଦ କରି ଯାଆନ୍ତୁ ନାହିଁ । ଘରେ ଥିବା କଳସ ଆସ୍ଥା ଏବଂ ମାତାଙ୍କ ସମ୍ମାନର ପ୍ରତୀକ ହୋଇଥାଏ ।

ଯଦି ତାହା କୌଣସି ଘରୋଇ ପଶୁର ଧକ୍କା କାରଣରୁ ପଡ଼ି ଯାଏ ତେବେ କୌଣସି ଦୁର୍ଘଟଣା ଘଟିପାରେ । ମାତାଙ୍କ ମନ୍ତ୍ରକୁ ସମ୍ପୂର୍ଣ୍ଣ ଆସ୍ଥାର ସହିତ ଏବଂ ନିଷ୍ଠାର ସହିତ ଜପ କରିବା ଉଚିତ । ଅତ୍ୟାବଶ୍ୟକ ନଥିଲେ ମଝିରୁ ଉଠିବା ଉଚିତ ନୁହେଁ । ନବରାତ୍ରୀ ସମୟରେ ଦିନରେ ଶୋଇବା ବର୍ଜିତ ଅଟେ । ମାସିକ ଧର୍ମ ସମୟରେ ମନ୍ଦିର ଯାଆନ୍ତୁ ନାହିଁ । ନବରାତ୍ରୀ ସମୟରେ ଘରର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ । ଘରର ମୁଖ୍ୟଦ୍ୱାରରେ ଆପରିଷ୍କାର ହେବାକୁ ଦିଅନ୍ତୁ ନାହିଁ । ପୂଜା ପୂର୍ବରୁ ପ୍ରତ୍ୟେକ ଦିନ ରୋଲି ଦ୍ୱାରା ସ୍ୱସ୍ତିକ ବନାନ୍ତୁ । ଏହାଦ୍ବାରା ଘରକୁ ସକାରାତ୍ମକତା ଆସିଥାଏ । ମାତାଙ୍କ ମୂର୍ତ୍ତି ଥିଲେ ତାହାକୁ ଅଭିଷେକ କରି ନୂଆ କପଡ଼ା ଅର୍ପିତ କରନ୍ତୁ ଏବଂ ଫୋଟ ଥିଲେ ତାହାକୁ ପ୍ରତ୍ୟେକ ଦିନ ପୋଛି ଦିଅନ୍ତୁ ।

ଘରେ ଘଟ ସ୍ଥାପନା ପରେ ତାହାକୁ ଛାଡ଼ି କୁଆଡ଼େ ଯାଆନ୍ତୁ ନାହିଁ । ଅଖଣ୍ଡ ଦୀପ ପୁରା ନଅ ଦିନ ପର୍ଯ୍ୟନ୍ତ ଜଳାନ୍ତୁ । ଦୁର୍ଗା ଚାଳିଶା ପାଠ କରନ୍ତୁ । ଏହାଦ୍ବାରା ମାତା ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହେବେ । କାରଣ ଏହି ନଅ ଦିନରେ ମାତା ଦୁର୍ଗା ଭକ୍ତଙ୍କ ଘରେ ପୃଥିବୀ ପୃଷ୍ଠରେ ଭ୍ରମଣ କରନ୍ତି । ଆମ ସଂସ୍କୃତିରେ କନ୍ୟାଙ୍କୁ ମାତା ଦୁର୍ଗାଙ୍କ ରୂପ ମାନା ଯାଇଛି । ତେଣୁ ନବରାତ୍ରୀରେ କନ୍ୟା ପୂଜନର ଅନେକ ମହତ୍ତ୍ୱ ରହିଛି । ନବରାତ୍ରୀ ପୂଜନ କନ୍ୟା ପୂଜନ ବିନା ଅଧୁରା ହୋଇଥାଏ । ତେଣୁ ନବରାତ୍ରୀରେ କନ୍ୟା ପୂଜନ କରି କନ୍ୟାଙ୍କୁ ଭୋଜନ ଦିଅନ୍ତୁ ଏବଂ ଦକ୍ଷିଣା ଦେଇ ପ୍ରସନ୍ନ କରନ୍ତୁ । କନ୍ୟା ମାନେ ପ୍ରସନ୍ନ ହେବା ଅର୍ଥ ମାତା ଦୁର୍ଗା ପ୍ରସନ୍ନ ହୋଇଯିବେ ।

Leave a Reply

Your email address will not be published. Required fields are marked *