ଲବଙ୍ଗକୁ ନେଇ କେବଳ କରି ଦିଅନ୍ତୁ ଏହି ଉପାୟ । ଧାର ନେଇଥିବା ଲୋକ ନିଜେ ହାତ ଯୋଡ଼ି ଫେରାଇବ ଟଙ୍କା ।

ଅନେକ ସମୟରେ ଯଦି ଆପଣଙ୍କ ଝାଳବୁହା ଧନ କିମ୍ବା କଷ୍ଟ ଅର୍ଜିତ ଧନ କେହି ନେଇଯାଏ କିମ୍ବା ଆପଣ କାହାକୁ ସାହାଯ୍ୟ କରିଥିବେ କିନ୍ତୁ ସେହି ବ୍ୟକ୍ତିର ଖରାପ ସମୟ ତ ଚାଲିଗଲା କିନ୍ତୁ ଆପଣଙ୍କ ଟଙ୍କା ଆଉ ଫେରିନାହିଁ , ତେବେ ସେହି କଷ୍ଟ ସମସ୍ତେ ବୁଝି ପାରିବେ ନାହିଁ । ଖୁବ କଷ୍ଟରେ ରୋଜଗାର କରିଥିବା ଟଙ୍କାର ମୂଲ୍ୟ କେବଳ ସେ ହିଁ ବୁଝିଥାଏ । ପରିଶ୍ରମ କରି ଯେଉଁ ଟଙ୍କା ଆପଣ ନିଜର କୌଣସି ଜରୁରୀ କାମ ପାଇଁ ରଖିଥାନ୍ତି କିନ୍ତୁ ତାହାର ଉପଯୋଗ ହୋଇ ପାରେ ନାହିଁ । ତାହା ମନୁଷ୍ୟକୁ ନିଶ୍ଚିତ ଭାବରେ ବେଶ କଷ୍ଟ ଦେଇଥାଏ ।

ଅନେକ ସମୟରେ ଲୋକେ ଟଙ୍କାର ମୂଲ୍ୟ କିମ୍ବା ପରିଶ୍ରମର ମୂଲ୍ୟ ନବୁଝି ଟଙ୍କା ତ ନେଇ ଯାଆନ୍ତି କିନ୍ତୁ ତାହାକୁ ଆଉ ଫେରାନ୍ତି ନାହିଁ । ତେଣୁ ଏଭଳି ପରିସ୍ଥିତିରେ ଆପଣ ଏକ ଉପାୟ କରି ପାରିବେ । ଯାହାଦ୍ୱାରା ଆପଣଙ୍କ ଟଙ୍କା ଫେରି ଆସିବ । ଧନ ପ୍ରାପ୍ତି କିମ୍ବା ଧନ ଫେରି ପାଇବାକୁ ଶାସ୍ତ୍ରରେ ଅନେକ ପ୍ରକାରର ଉପାୟ ରହିଛି । ତାହା ମଧ୍ୟରୁ ଆପଣ ଲବଙ୍ଗକୁ ନେଇ କିଛି ଉପାୟ କରି ପାରିବେ । ଯାହାଦ୍ୱାରା ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଜ଼ ଅଟକି ରହିଥିବା ଧନ କିମ୍ବା କରଜ ଦେଇଥିବା ଟଙ୍କା ମଧ୍ୟ ଫେରି ଆସିବ । ତେବେ ଏହି ଉପାୟକୁ ଆପଣ କୌଣସି ଶନିବାର , ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ତିଥିରେ ମଧ୍ୟ କରି ପାରିବେ ।

ପ୍ରଥମତଃ ଯେଉଁ ବ୍ୟକ୍ତି ଆପଣଙ୍କ ଠାରୁ ଟଙ୍କା ନେଇ ଯଦି ଆପଣଙ୍କ କଲ ରିସିଭ କରୁ ନାହାଁନ୍ତି କିମ୍ବା ଆପଣଙ୍କ ଉତ୍ତର ଦେଉ ନାହାଁନ୍ତି ଏବଂ ଅଣଦେଖା କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଚିନ୍ତିତ ନହୋଇ କୌଣସିବି ଅମାବାସ୍ୟା କିମ୍ବା ପୂର୍ଣିମା ତିଥିରେ ସନ୍ଧ୍ୟାରେ ଆପଣ କର୍ପୂର କିମ୍ବା ଗୋବର ଟେଳା ସହିତ ଆପଣ ଏହି ଉପାୟ କରି ପାରିବେ । ଉପାୟ ଅନୁଯାୟୀ ବର୍ତ୍ତମାନ ସେହି କର୍ପୂର କିମ୍ବା ଗୋବର ଟେଳାକୁ ଜଳାଇ ଦିଅନ୍ତୁ ଏବଂ ତାହାକୁ ଜଳାଇ ଆପଣଙ୍କ ଠାରୁ ଟଙ୍କା ନେଇଥିବା ବ୍ୟକ୍ତିର ନାମର ପ୍ରତ୍ୟେକ ଅକ୍ଷର ଅନୁଯାୟୀ ହିଁ ସେତିକି ସଂଖ୍ୟକ ଲବଙ୍ଗ ନିଅନ୍ତୁ ।

ବର୍ତ୍ତମାନ ତାହାକୁ ଶତ୍ରୁର ନାମ ନେଇ ସେହି କର୍ପୂର ଜଳୁଥିବା କିମ୍ବା ଗୋବର ଟେଳା ଜଳୁଥିବା ନିଆଁରେ ଜାଳି ଦିଅନ୍ତୁ । ଜାଳିବା ସମୟରେ ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କ ଟଙ୍କା ଫେରିଆସୁ ବୋଲି । ଆପଣ ଭଗବାନ ଶିବଙ୍କୁ ମଧ୍ୟ ପ୍ରାର୍ଥନା କରି ପାରିବେ । ତେବେ ଏହି ଉପାୟ ଆପଣ ଲଗାତାର ପାଞ୍ଚଟି ଶନିବାର କଲେ ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରିଆସିବ । କିନ୍ତୁ ଆପଣଙ୍କୁ ମଧ୍ୟ ମାଗିବା ବନ୍ଦ କରିବା ଉଚିତ ନୁହେଁ । ପ୍ରୟାସ ଜାରି ରଖିବା ଉଚିତ । କାରଣ ତାହା ଆପଣଙ୍କ ପରିଶ୍ରମ କାରଣରୁ ଅର୍ଜିତ ଧନ ଅଟେ । ତେଣୁ ତାହାକୁ ମାଗିବାରେ କୁଣ୍ଠାବୋଧ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *