ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ ଏହି ଗୋଟେ ଜିନିଷ, ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ କରିବେ ଧନ ବର୍ଷା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଗୁରୁବାର ଦିନର କିଛି ଖାସ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ। ବୃହସ୍ପତି ଦେବ ଦେବତା ମାନଙ୍କର ଗୁରୁ ଅଟନ୍ତି। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଶୁଭ ସ୍ଥିତିରେ ରହିଥାନ୍ତି, ସେହି ବ୍ୟକ୍ତିଙ୍କୁ କେବେବି ଧନର ଅଭାବ ହୋଇ ନଥାଏ। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ବୃହସ୍ପତି ଅଶୁଭ ସ୍ଥିତିରେ ରହିଥାନ୍ତି, ସେମାନଙ୍କୁ ସର୍ବଦା ଆର୍ଥିକ ସଂକଟରେ ମୁକାବିଲା କରିବାକୁ ପଡ଼ିଥାଏ ଏବଂ ଏମାନଙ୍କ ପାଖରେ କେବେବି ଅର୍ଥ ଅଧିକ ସମୟ ତିଷ୍ଠି ରହି ପାରନ୍ତି ନାହିଁ।

ଏହାସହିତ ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ମଧ୍ୟ ଖରାପ ପ୍ରଭାବ ଦେଖିବାକୁ ମିଳେ। ବୃହସ୍ପତି ଶୁଭ ସ୍ଥିତିରେ ରହିଲେ ମନୁଷ୍ୟ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି , କଦଳୀ ଗଛ ମୂଳରେ କେଉଁ ଜିନିଷ ଅର୍ପଣ କଲେ ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଚନ୍ଦନ ଗଛର କିଛି କାଠ ପକାଇବେ, ତାହେଲେ ଏହା ଆପଣଙ୍କୁ ଶୁଭ ପରିଣାମ ପ୍ରଦାନ କରିବ। ଏହାଦ୍ବାରା ଆପଣଙ୍କ ଆୟରେ ବୃଦ୍ଧି ହେବ ଏବଂ ବ୍ୟବସାୟରେ ପ୍ରଗତି ହେବ। ଯଦି ଆପଣ ଅନେକ ସଂକଟର ମୁକାବିଲା କରୁଛନ୍ତି ଏବଂ ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି

ତାହେଲେ ଗୁରୁବାର ଦିନ କଦଳୀ ଗଛ ମୂଳରେ ବୃହସ୍ପତି ମନ୍ତ୍ର ଜପ କରି ଚଣା ଡାଲି ଓ ଅଳ୍ପ ଗୁଡ଼ ଅର୍ପଣ କରନ୍ତୁ। କଦଳୀ ଗଛରେ ହଳଦୀ ଅର୍ପଣ କଲେ ଜନ୍ମ ଜନ୍ମର ଦାରିଦ୍ର୍ୟତା ଦୂର ହେବା ସହିତ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଯଦି ଆପଣ ଋଣ ଭାରରେ ବୁଡି ରହିଛନ୍ତି, ତାହେଲେ ଗୁରୁବାର ଦିନ ଚନ୍ଦନ କାଠର ମାଳା କଦଳୀ ଗଛରେ ଅର୍ପଣ କରନ୍ତୁ।

Leave a Reply

Your email address will not be published. Required fields are marked *