ଘରେ ଏହି ଚାରି ଜଣ ଦେବତାଙ୍କର ପୂଜନ କରନ୍ତୁ ନାହିଁ, ନଚେତ ହୋଇପାରେ ଘୋର ଅନର୍ଥ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରକାରର ଜ୍ଞାନ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଘର ତିଆରି ହେବା ପୂର୍ବରୁ ପୂଜା ଘର ତିଆରି ହେବା ନିହାତି ଆବଶ୍ୟକ ଅଟେ। ଠାକୁର ଘର ସଂପୂର୍ଣ୍ଣ ସକାରାତ୍ମକ ଉର୍ଜାରେ ଭରି ରହିଥାଏ। ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଅଧିକ ଗୁରୁତ୍ବ ଦିଆଯାଉଛି। ବାସ୍ତୁ ଶାସ୍ତ୍ରରେ ଠାକୁର ଘରକୁ ନେଇ ଅନେକ ନିୟମ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଠାକୁର ପୂଜା କରିବା ସମୟରେ ମୁହଁ କେଉଁ ସ୍ଥାନ ଆଡ଼କୁ ରହିବା ଉଚିତ ଏବଂ କିପରି ଠାକୁର ପୂଜା କରିବା ଆବଶ୍ୟକ ଏଭଳି ଅନେକ ଉପାୟ ରହିଛି।

ବେଳେବେଳେ ଆମ ଜାଣତରେ ଯେଉଁ ଅବା ଅଜାଣତରେ କିଛି ଏଭଳି ଭୁଲ ଜିନିଷ ଠାକୁର ଘରେ ରଖି ଦେଇଥାଉ, ଯାହା ନକରାତ୍ମକ ପ୍ରଭାବ ବୃଦ୍ଧି କରିଥାଏ। ଏହି ଜିନିଷ ଗୁଡିକରୁ ବାହାରୁଥିବା ନକାରାତ୍ମକ ଶକ୍ତି ସମ୍ପୂର୍ଣ୍ଣ ଠାକୁର ଘରକୁ ଅପବିତ୍ର କରି ଦେଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କର ରାଶି ଅନୁସାରେ, ଇଷ୍ଟଦେବ ରହିଥାନ୍ତି। ଶାସ୍ତ୍ର ଅନୁସାରେ ଠାକୁର ଘରେ ଦେବୀ ଓ ଦେବତାଙ୍କର ମୂର୍ତ୍ତି ବା ଫଟୋ ସୀମିତ ଭାବରେ ରହିବା ଉଚିତ। ଅର୍ଥାତ ଠାକୁର ଘରେ ଗୋଟେରୁ ଅଧିକ ମୂର୍ତ୍ତି ରହିବା ଉଚିତ ନୁହେଁ।

ପ୍ରତ୍ୟେକ ଦେବୀ ଓ ଦେବତାଙ୍କର ପୂଜାର୍ଚ୍ଚନାର ବିଧି ଅଲଗା ହୋଇଥାଏ। ଆଉକିଛି ଦେବତାଙ୍କର ରୌଦ୍ର ରୂପ ରହିଥାଏ, ସେହି ଦେବତାଙ୍କର ପୂଜା ପଦ୍ଧତି କଠିନ ହୋଇଥାଏ। ତେଣୁ ଏହି ଦେବତାଙ୍କର ମୂର୍ତ୍ତି କଦାପି ରଖିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା କେଉଁ ଭୁଲ କରିବା ଦ୍ଵାରା ପରିବାର ସଙ୍କଟରେ ପଡ଼ି ଯାଇଥାଏ। ପ୍ରଥମେ ହେଉଛି ଠାକୁର ଘରକୁ ପରିଷ୍କାର ନକରିବା। ଠାକୁର ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ନଚେତ ସେହି ସ୍ତ୍ନରେ ଦେବୀ ଓ ଦେବାର ବାସ କରନ୍ତି ନାହିଁ।

ଧ୍ୟାନ ରଖିବେ କି ଠାକୁର ଘରେ ଠାକୁର ମୂର୍ତ୍ତି ପରସ୍ପର ସାମ୍ନାରେ ରହିବା ଉଚିତ ନୁହେଁ। ଯେଉଁ ଦେବୀ ଓ ଦେବତାଙ୍କର ମୂର୍ତ୍ତି ଠାକୁର ଘରେ ରଖୁଛନ୍ତି, ତାହେଲେ ମୂର୍ତ୍ତି ବସିବା ଅବସ୍ଥାରେ ରହିବା ଆବଶ୍ୟକ। ଠାକୁର ଘରେ କେବେବି ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଯଦି ଆପଣ ଠାକୁର ଘରେ ଶିବଲିଙ୍ଗ ରଖୁଛନ୍ତି, ତାହେଲେ ଦୁଇ ଇଞ୍ଚ ବିଶିଷ୍ଟ ଶିବଲିଙ୍ଗ ରଖନ୍ତୁ। ପ୍ରତ୍ୟେକଦିନ ଠାକୁର ଘରେ ଝୁଣା ଦିଅନ୍ତୁ, ଏହାଦ୍ବାରା ଦେବୀ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଘରେ ସ୍ଥାୟୀ ବାସ କରିବେ।

Leave a Reply

Your email address will not be published. Required fields are marked *