ନବରାତ୍ରୀର କୌଣସିବି ଦିନ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଗୁପ୍ତ ଜିନିଷ । ଘରକୁ ଆଗମନ ହେବ ଅପାର ଧନ !

ନବରାତ୍ରୀର ପର୍ବ ମାତା ରାଣୀଙ୍କୁ ସମର୍ପିତ ଅଟେ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଗୋଟିଏ ଜିନିଷ ବିଷୟରେ କହିବୁ , ଯାହାକୁ ଯଦି ଆପଣ ନବରାତ୍ରୀରେ ଘରକୁ ନେଇ ଆସନ୍ତି ତେବେ ମାତା ଲକ୍ଷ୍ମୀଙ୍କର ଘରକୁ ଆଗମନ ହେବ । ଯାହାଦ୍ୱାରା ଜୀବନରେ କୌଣସି ଜିନିଷର ଅଭାବ ହେବ ନାହିଁ । ଚଳିତ ବର୍ଷ ନବରାତ୍ରୀର ପର୍ବ ୨୦୨୩ ମାର୍ଚ୍ଚ ୨୨ ବୁଧବାର ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ଗୁରୁବାର ଦିନ ସମାପ୍ତ ହେବ । ଏଥର ନବରାତ୍ରୀ ପୁରା ନଅ ଦିନ ପାଳିତ ହେବ ଏବଂ ଏହିଦିନ ମାତା ରାଣୀଙ୍କ ପୂଜା କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।

ନବରାତ୍ରୀର ନଅ ଦିନରେ ମାତା ଦୁର୍ଗା ପୃଥିବୀରେ ଭ୍ରମଣ କରନ୍ତି ଏବଂ ଏହି ନଅ ଦିନରେ କିଛି ଉପାୟ କରି ମାତା ଦୁର୍ଗାଙ୍କୁ ପ୍ରସନ୍ନ କରାଯାଇ ପାରିବ । କିଛି ଏପରି ଜିନିଷ ରହିଛି ଯାହାକୁ ନବରାତ୍ରୀ ଦିନ ଘରକୁ ନେଇ ଆସିବା ଉଚିତ । ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକି ମାତା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେବେ ଚାଲନ୍ତୁ ସେହିସବୁ ଜିନିଷ ବିଷୟରେ ଜାଣିନେବା ।

୧ . ଷୋହଳ ଶୃଙ୍ଗାର :-

ନବରାତ୍ରୀ ପୂର୍ବରୁ ଷୋହଳ ଶୃଙ୍ଗାର ଘରକୁ ନେଇ ଆସିବା ଉଚିତ । ତାହା ମଧ୍ୟରେ ସିନ୍ଦୁର , ଚୁଡ଼ି , ଶଙ୍ଖା , ମଙ୍ଗଳସୁତ୍ର , ଚୁନି , ପାଉଁଜି ଇତ୍ୟାଦି ରହିଥାଏ । ତେବେ ନବରାତ୍ରୀରେ ପ୍ରଥମେ ଘରକୁ ପରିଷ୍କାର କରି ଏକ ଚୌକି ବସାଇ ତାହା ଉପରେ ନାଲି କିମ୍ବା ହଳଦିଆ କପଡ଼ା ବିଛାଇ ଦିଅନ୍ତୁ । ତାହା ଉପରେ ମାତା ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରନ୍ତୁ । ବର୍ତ୍ତମାନ ଷୋହଳ ଶୃଙ୍ଗାର ମାତାଙ୍କୁ ଟୀକା ଲଗାଇବା ପରେ ଅର୍ପିତ କରନ୍ତୁ । ଯଦି କୌଣସି ମହିଳା ନିଜେ ଷୋହଳ ଶୃଙ୍ଗାର କରି ମାତାଙ୍କୁ ତାହା ଅର୍ପିତ କରିଥାଏ ତେବେ ମାତା ଅଧିକ ପ୍ରସନ୍ନ ହୁଅନ୍ତି । ନବରାତ୍ରୀ ପରେ ତାହାକୁ କୌଣସି ବ୍ରାହ୍ମଣ ନାରୀକୁ ଦାନ କରି ଦିଅନ୍ତୁ କିମ୍ବା ନିଜେ ମଧ୍ୟ ତାହାକୁ ମାତାଙ୍କ ପ୍ରସାଦ ଭାବରେ ବ୍ୟବହାର କରି ପାରିବେ ।

୨ . ସୁନା କିମ୍ବା ଚାନ୍ଦି ମୁଦ୍ରା :-

ନବରାତ୍ରୀରେ ସୁନା କିମ୍ବା ଚାନ୍ଦିର ମୁଦ୍ରା ଆଣି ମାତାଙ୍କ ଚୌକି ଉପରେ ରଖି ଦିଅନ୍ତୁ । ନବରାତ୍ରୀ ପରେ ତାହାକୁ ନେଇ ଘରର ସିନ୍ଧୁକ କିମ୍ବା ଧନ ରଖାଯାଉଥିବ ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ମାତା ଦୁର୍ଗାଙ୍କ ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସେ ନାହିଁ ।

୩ . ପଦ୍ମ ଫୁଲ :-

ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅଧିକ ପସନ୍ଦ ଥାଏ । ସେଥିରେ ମାତା ଲକ୍ଷ୍ମୀ ବିରାଜମାନ କରିଥାନ୍ତି । ତେଣୁ ନବରାତ୍ରୀରେ ପଦ୍ମ ଫୁଲ ଆଣି ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରି ନିଜର ମନସ୍କାମନା କୁହନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବା ସହିତ ଧନର ଅଭାବ ହେବ ନାହିଁ ।

୪ . ଦକ୍ଷିଣାବର୍ତ୍ତୀ ଶଙ୍ଖ :-

ଏହି ଶଙ୍ଖ ଅତ୍ୟନ୍ତ ପବିତ୍ର ହୋଇଥାଏ । ଯେଉଁ ଘରେ ପରିବାର ସଦସ୍ୟ ଏକାଠି ହୋଇ ଏହି ଶଙ୍ଖର ସ୍ଥାପନା କରିଥାନ୍ତି ସେହି ଘରେ କେବେ ଗୃହ କ୍ଳେଶ ଅଶାନ୍ତି କିମ୍ୱା ଅଭାବ ଦେଖା ଦିଏନାହିଁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯାଏ । ଏହାକୁ ଘରେ ରଖିବା ଦ୍ୱାରା ରୋଗ , ଦାରିଦ୍ର୍ୟତା ଏବଂ କ୍ଳେଶ ଦୂରେଇ ଯାଏ । ଏହାକୁ ନବରାତ୍ରୀରେ ସ୍ଥାପିତ କଲେ ମାତା ଦୁର୍ଗା ଏବଂ ମାତା ଲକ୍ଷ୍ମୀ ଘରେ ସ୍ଥାୟୀ ରୂପରେ ବାସ କରନ୍ତି ।

୫ . କଉଡ଼ି :-

ନବରାତ୍ରୀ ସମୟରେ ଘରକୁ ନିଶ୍ଚୟ କଉଡ଼ି ଆଣନ୍ତୁ । ଶାସ୍ତ୍ର ଅନୁଯାୟୀ ମାତା ଲକ୍ଷ୍ମୀ ସମୁଦ୍ରରୁ ଉତ୍ପତ୍ତି ହୋଇଛନ୍ତି ଏବଂ କଉଡ଼ି ମଧ୍ୟ ସମୁଦ୍ରରୁ ଉତ୍ପତ୍ତି ହୋଇଛି । ନବରାତ୍ରୀ ସମୟରେ ମାତାଙ୍କ ଚୌକି ପାଖରେ କଉଡ଼ି ନିଶ୍ଚୟ ରଖନ୍ତୁ । ଏହାଦ୍ବାରା ଘରେ ସକାରାତ୍ମକତା ରହିଥାଏ ।ମାତ୍ର ତାହାକୁ ହଳଦି ଲଗାଇ ରଖନ୍ତୁ । ମାତାଙ୍କ ସହିତ ସେହି କଉଡ଼ିକୁ ମଧ୍ୟ ନଅ ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ । ନଅ ଦିନ ପରେ କନ୍ୟା ପୂଜନ ପରେ ସେହି କଉଡ଼ିକୁ ନାଲି କପଡ଼ାରେ ବାନ୍ଧି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଧନରେ ବୃଦ୍ଧି ହେବ । ଏହାବ୍ୟତୀତ କଉଡ଼ି ଧାରଣ କରିବା ଦ୍ୱାରା ଖରାପ ନଜରରୁ ମୁକ୍ତି ମିଳିଥାଏ ।

୬ . ମନ୍ଦାର ଫୁଲ :-

ନବରାତ୍ରୀରେ ମାତାଙ୍କୁ ମନ୍ଦାର ଫୁଲ ଅର୍ପିତ କରିବା ଉଚିତ । ଏହା ମାତାଙ୍କର ଅତି ପ୍ରିୟ ହୋଇଥାଏ । ଏହାଦ୍ବାରା ମାତା ରାଣୀ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ନବରାତ୍ରୀ ସମୟରେ ଘରକୁ ତୁଳସୀ ଗଛ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ଆଗମନ କରନ୍ତି । ରବିବାର ଏବଂ ଏକାଦଶୀକୁ ଛାଡ଼ି ପ୍ରତ୍ୟେକ ଦିନ ତୁଳସୀରେ ଜଳ ଚଢ଼ାନ୍ତୁ । ପ୍ରତ୍ୟେକ ଦିନ ତୁଳସୀ ମୂଳରେ ଦୀପ ଜଳାନ୍ତୁ । ଏହାଦ୍ବାରା ଘରେ କେବେ ଆର୍ଥିକ ଅଭାବ ଦେଖା ଦେବ ନାହିଁ । ଏହାବ୍ୟତୀତ ନବରାତ୍ରୀରେ କୌଣସି ଶୁଭ ମୁହୂର୍ତ୍ତରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ ।

Leave a Reply

Your email address will not be published. Required fields are marked *