ଏହି ସାତୋଟି ସଙ୍କେତ ମିଳିଲେ ଜାଣି ରଖନ୍ତୁ ଯେ ଆପଣଙ୍କ ଘରେ ରହିଛି ଭୂତ ପ୍ରେତର ବାସ

ଅନେକ ସମୟରେ ମନୁଷ୍ୟ ଉପରେ ତନ୍ତ୍ର କ୍ରିୟା ହୋଇଥିବା ସତ୍ତ୍ୱେବି ଜଣା ପଡ଼ି ନଥାଏ । ଯାହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ମାତ୍ର ଏସବୁର ଏକ ଲକ୍ଷଣ ରହିଥାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ସକାରାତ୍ମକ ଶକ୍ତି ଭଳି ନକରାତ୍ମକ ଶକ୍ତି ମଧ୍ୟ ରହିଥାଏ । ତେଣୁ ଯେତେବେଳେ ନକରାତ୍ମକତା ବଢ଼ିଯାଏ ସେତେବେଳେ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ଯାହାକି ଖୁବ ଶକ୍ତିଶାଳୀ ହୋଇଥାଏ । ଯଦି ଖରାପ ନଜର ଲାଗିଥାଏ ତେବେ ଜୀବନରେ ଅକାରଣେ ଅନେକ ସମସ୍ୟା ଦେଖା ଦେଇଥାଏ । ନଜର ଦୋଷ ଲାଗିବା କାରଣରୁ ବ୍ୟକ୍ତିକୁ ସବୁ କ୍ଷେତ୍ରରେ ନିରାଶା ମିଳିଥାଏ । ବାରମ୍ବାର ସ୍ୱାସ୍ଥ୍ୟ ସମସ୍ୟା , ମାନସିକ ଚିନ୍ତା , ସବୁ କାର୍ଯ୍ୟରେ ଅସଫଳତା ଆଦି ସମସ୍ୟା ଦେଖା ଦେଇଥାଏ । ମନ ବାବୁବେଳେ ଭୟଭୀତ ରହିବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ ମାନସିକ ଚିନ୍ତା ସବୁବେଳେ ରହିଥାଏ ।

ଘରେ ସବୁବେଳେ ଝଗଡ଼ା ବିବାଦ ଅଶାନ୍ତିର ବାତାବରଣ ହୋଇଯାଏ । ପ୍ରଥମତଃ ଯଦି ଆପଣଙ୍କ ଉପରେ କୌଣସି ତନ୍ତ୍ର ମନ୍ତ୍ର ହୋଇଛି ତେବେ ତାହାର ପ୍ରଭାବ ମନ ମସ୍ତିଷ୍କ ଉପରେ ପଡ଼ିଥାଏ । ଯେଉଁ କାରଣରୁ ମନ ସବୁବେଳେ ବିଚଳିତ ରହିବ । ଯଦି ଆପଣ ଭାବୁଛନ୍ତି ଯେ ଆପଣ ବିନା କାରଣରୁ ଚିନ୍ତିତ ଅଛନ୍ତି ଏବଂ କୌଣସି କାମରେ ଆପଣଙ୍କର ମନ ଲାଗୁ ନାହିଁ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଉପରେ କେହି ତନ୍ତ୍ର ମନ୍ତ୍ର କ୍ରିୟା କରିଛି । ବିନା କାରଣରେ ଯଦି ଘରର ସଦସ୍ୟଙ୍କ ମଧ୍ୟରେ କଳହ ଝଗଡ଼ା ଦେଖା ଦେଉଛି ତେବେ ଏହା ମଧ୍ୟ ନକରାତ୍ମକତା ଏବଂ ତନ୍ତ୍ର ମନ୍ତ୍ର ହେବାର ଏକ ସଙ୍କେତ ଅଟେ । ଏପରି ହେବା ଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ସ୍ନେହ ପ୍ରେମ କମିଯାଏ । ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ମୃତ ଭାବରେ ମିଳୁଛି ତେବେ ଏହାର ଅର୍ଥ ଆପଣଙ୍କ ଘର ଉପରେ ତନ୍ତ୍ର ମନ୍ତ୍ର ହୋଇଛି ।

ଯଦି ଆପଣଙ୍କୁ ଏପରି ପ୍ରତୀତ ହେଉଛି ଯେ ଆପଣଙ୍କ ପଛରେ କେହି ଆସୁଛି ତେବେ ଏହାର ଅର୍ଥ ଏହା ଯେ ବାସ୍ତବରେ ଆପଣଙ୍କ ପଛରେ କେହି ଆସୁଛି । ଏହା କେବଳ ତନ୍ତ୍ର ମନ୍ତ୍ର କାରଣରୁ ହୋଇଥାଏ । ଅନେକ ଲୋକ ରାତିରେ ସ୍ୱପ୍ନ ଦେଖନ୍ତି ଯେ କେହି ତାଙ୍କୁ ଡାକୁଛନ୍ତି ବୋଲି । ଏହା ମଧ୍ୟ ଭଲ ହୋଇ ନଥାଏ । ତେଣୁ ତୁରନ୍ତ ଏସବୁରୁ ବାହାରିବା ପାଇଁ ଘରେ ପୂଜାପାଠ ହେବା ଆବଶ୍ୟକ । ଯଦି ବିନା କୌଣସି କାରଣରେ ଆପଣଙ୍କ ଶରୀରରେ ଯନ୍ତ୍ରଣା ଏବଂ ମୁଣ୍ଡ ବ୍ୟଥା ହେଉଛି ତେବେ ଏହା ମଧ୍ୟ ତନ୍ତ୍ର ମନ୍ତ୍ର କିମ୍ବା ନଜର ଦୋଷ କାରଣରୁ ହୋଇଥାଏ । ଯଦି ଘରେ ଆପଣ ରଖିଥିବା ଜିନିଷ ଅନ୍ୟତ୍ର ମିଳୁଛି କିମ୍ବା ହଠାତ ଗାଏବ ହୋଇ ଯାଉଛି ତେବେ ଏହା ମଧ୍ୟ ଏକ ସଙ୍କେତ ଅଟେ । ଏହି ତନ୍ତ୍ର ମନ୍ତ୍ର କାରଣରୁ ଅନେକ ସମୟରେ ଘରେ ଚୋରି ହୋଇଥାଏ ଏବଂ ଘରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ହୋଇପାରେ ନାହିଁ ।

ଯଦି ଆପଣଙ୍କର ଚାକିରୀ କିମ୍ବା ବ୍ୟବସାୟରେ ଉନ୍ନତି ହେଉନାହିଁ କିମ୍ବା ଆପଣ ରାତିରେ ଭୟଙ୍କର ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ମଧ୍ୟ ତନ୍ତ୍ର ମନ୍ତ୍ର ନଜର ଦୋଷ କାରଣରୁ ହୋଇଥାଏ । କେବେବି ଯଦି ଆପଣଙ୍କୁ ସନ୍ଦେହ ଆସୁଛି ଯେ କୌଣସି ନକରାତ୍ମକ ଶକ୍ତି ଆପଣଙ୍କୁ ଡାକୁଛି ତେବେ ଉତ୍ତର ଦିଅନ୍ତୁ ନାହିଁ । ଯଦି ତାହା ନକରାତ୍ମକ ଶକ୍ତି ହୋଇଥିବ ତେବେ ତାହା ଥରେ ହିଁ ଶବ୍ଦ କରିବ । ଯଦି ଘରେ ବାରମ୍ବାର ଅଶାନ୍ତି ଦେଖା ଦେଉଛି ତେବେ ଘରେ ପୂଜାପାଠ କରାନ୍ତୁ । ବିନା କାରଣରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା କିମ୍ବା ଶରୀର ଶୁଖିଲେ ତାହା ମଧ୍ୟ ତନ୍ତ୍ର ମନ୍ତ୍ର କ୍ରିୟା କାରଣରୁ ହୋଇଥାଏ । ଏହାଦ୍ବାରା ଜୀବନ ଯାଇ ନଥାଏ ମାତ୍ର ଶରୀର କାର୍ଯ୍ୟ କରିବାକୁ ସକ୍ଷମ ମଧ୍ୟ ନଥାଏ । ତେଣୁ ଏଭଳି ସମସ୍ୟା ହେଲେ ତୁରନ୍ତ ତାନ୍ତ୍ରିକ ଚିକିତ୍ସା କରାଇ ନିଅନ୍ତୁ ।

Leave a Reply

Your email address will not be published. Required fields are marked *