କୋଟି କୋଟି ଟଙ୍କାର କରଜରୁ ବି ମିଳିଯିବ ମୁକ୍ତି,ବାସ ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ ….

ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କର ବିଶେଷ ଆରାଧନା କଲେ ସବୁ ପ୍ରକାରର କରଜରୁ ମୁକ୍ତି ମିଳିଥାଏ । ଏହାଦ୍ୱାରା ଜୀବନର ସବୁ ଦୁଃଖ କଷ୍ଟ ଏବଂ ସମସ୍ୟା ମଧ୍ୟ ଦୂରେଇ ଯାଏ । ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ କେବଳ ଏକ ଦୀପ ଜାଳି ପାରିବେ କିମ୍ବା ହନୁମାନ ଚାଳିଶା ପାଠ କରି ପାରିବେ । ମାତ୍ର ବିଶେଷ ମନସ୍କାମନା ପୂରଣ ପାଇଁ ଏକ ଛୋଟ ଉପାୟ କରି ପାରିବେ ।

ପ୍ରଥମତଃ ହନୁମାନଙ୍କୁ ଅର୍ପିତ କରୁଥିବା ଭୋଗରେ ତୁଳସୀ ପତ୍ର ନିଶ୍ଚୟ ପକାନ୍ତୁ । ଯଦି ଆପଣ ମଙ୍ଗଳବାର ଦିନ ହନୁମାନଙ୍କୁ ପାନ ଅର୍ପିତ କରନ୍ତି ତେବେ ଜୀବନର ସବୁ ସମସ୍ୟାରୁ ମୁକ୍ତି ମିଳିବ ଏବଂ ମନସ୍କାମନା ମଧ୍ୟ ପୂରଣ ହେବ । ମାତ୍ର ପାନ କେବଳ ସାଧା ହିଁ ବନାନ୍ତୁ । ସେଥିରେ ଆପଣ ଲବଙ୍ଗ , ଅଳେଇଚ ଏବଂ ମିଶ୍ରୀ ମଧ୍ୟ ଦେଇ ପାରିବେ ।

ଏହାଦ୍ୱାରା ପାନ ଆକାରରେ ଆପଣ ନିଜର ସଙ୍କଟ ହନୁମାନଙ୍କ ଠାରେ ଅର୍ପିତ କରିବେ । ଆପଣ ତାହା ମନ୍ଦିରରେ କିମ୍ବା ଘରେ ମଧ୍ୟ କରି ପାରିବେ । ଯଦି ଆପଣ ହନୁମାନଙ୍କୁ ଲବଙ୍ଗ , ଅଳେଇଚ ଏବଂ ସୁପାରି ଅର୍ପିତ କରନ୍ତି ତେବେ ଶନି ଦୋଷ ଜନିତ ପୀଡ଼ା ମଧ୍ୟ ଦୂର ହୋଇଯିବ । କରଜ ଜନିତ ସମସ୍ୟାରେ ଫସି ଯାଇଥିଲେ ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କୁ ପାନ ଅର୍ପିତ କରନ୍ତୁ ।

ଏହାବ୍ୟତୀତ ସୋରିଷ ତେଲ ଦୀପ ହନୁମାନଙ୍କ ସାମ୍ନାରେ ଜାଳିଲେ ଜୀବନର ସବୁ ସମସ୍ୟା ଦୂରେଇ ଯିବ । ଅଧିକ ଆର୍ଥିକ ସମସ୍ୟା କିମ୍ବା ନଜର ଦୋଷ ସମ୍ବନ୍ଧୀୟ ସମସ୍ୟା ଥିଲେ ଏକ ଛୋଟ ପାଣି ଥିବା ନଡ଼ିଆ ନେଇ ସେଥିରେ ସିନ୍ଦୁରରେ ସ୍ୱସ୍ତିକ ଲେଖି ନାଲି ସୂତା ବାନ୍ଧି ହନୁମାନଙ୍କୁ ଅର୍ପିତ କରି ଦିଅନ୍ତୁ । ଏଗାର ମଙ୍ଗଳବାର ଏପରି କରି ଏକ ନାଲି କପଡ଼ାରେ ସୋରିଷ ସହିତ ବାନ୍ଧି ଘର ଦ୍ୱାରରେ ଝୁଲାଇ ଦିଅନ୍ତୁ ।

ଏହାଦ୍ବାରା ନଜର ଦୋଷ ଦୂରେଇ ଯିବ । ଯଦି ଜୀବନରେ ମାଙ୍ଗଳିକ ଦୋଷ ରହିଛି ତେବେ ମଙ୍ଗଳବାର ଦିନ ଗୁଡ଼ ଚଣା ପ୍ରସ୍ତୁତ କରି ହନୁମାନଙ୍କୁ ଭୋଗ ଲଗାନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ହନୁମାନଙ୍କୁ ବୁନ୍ଦୀ ଲଡ଼ୁ ଅର୍ପିତ କରନ୍ତି ତେବେ ସବୁ ଗ୍ରହ ଶାନ୍ତ ହୋଇଯିବ । ଏହାଦ୍ବାରା ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଯିବ ।

ଯଦି ଆପଣ କରଜ ଜନିତ ସମସ୍ୟାରେ ବୁଡ଼ି ରହିଛନ୍ତି ତେବେ ମଙ୍ଗଳବାର ଦିନ ସନ୍ଧ୍ୟା କିମ୍ବା ସକାଳ ସମୟରେ ଅଟାରେ ପାଞ୍ଚଟି ଦୀପ ତିଆରି କରି ପାଞ୍ଚଟି ଅଶ୍ୱତ୍ଥ ପତ୍ର ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କ ସାମ୍ନାରେ ଏକ ଥାଳିରେ ପାଞ୍ଚଟି ଅଶ୍ୱତ୍ଥ ପତ୍ର ଉପରେ ପାଞ୍ଚଟି ଅଟା ଦୀପ ରଖି ଘିଅ ଏବଂ ବାତି ଲଗାଇ ଦୀପ ଜାଳି ଦିଅନ୍ତୁ । ଏହାପରେ ହନୁମାନଙ୍କ ଆରତୀ କରନ୍ତୁ । ଏହାଦ୍ବାରା ଶନି ଦୋଷା ଦୂର ହେବ , କରଜ ସମସ୍ୟା ଦୂର ହେବ ଏବଂ ଜୀବନର ସବୁ ସମସ୍ୟା ମଧ୍ୟ ଦୂରେଇ ଯିବ ।

ଏଗାରଟି ଅଶ୍ୱତ୍ଥ ପତ୍ର ନେଇ ସବୁଥିରେ ଶ୍ରୀ ଓଁ ସିନ୍ଦୁର ଏବଂ ଚମେଲି ତେଲରେ ଲେଖି ଏକ ମାଳା ପ୍ରସ୍ତୁତ କରି ହନୁମାନଙ୍କୁ ପିନ୍ଧାଇ ଦିଅନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ଧନ ପ୍ରାପ୍ତ ହେବା ସହିତ ବିଗିଡ଼ି ଯାଇଥିବା କାମ ମଧ୍ୟ ସୁଧୁରି ଯାଏ । ଯଦି ଘରେ ଛୋଟ ପିଲାଙ୍କୁ ସୁଧାରିବାକୁ ଏବଂ ବୁଦ୍ଧିମାନ କରିବାକୁ ଚାହୁଁଛନ୍ତି ତେବେ ଘିଅ ସିନ୍ଦୁର ମିଶାଇ ହନୁମାନଙ୍କୁ ଲଗାଇ ଦିଅନ୍ତୁ ।

ସେହି ସମୟରେ ହାତରେ ଲାଗିଥିବା ସିନ୍ଦୁର ଆଣି ରଖି ଦିଅନ୍ତୁ ଏବଂ ତାହାକୁ ନିୟମିତ ଭାବରେ ଛୋଟ ପିଲାଙ୍କ ତିଳକ କରନ୍ତୁ । ଏହାଦ୍ବାରା ପିଲାଙ୍କ ବୁଦ୍ଧି ଏବଂ ଏକାଗ୍ରତା ବଢ଼ିବ । ସୌଭଗ୍ୟ ବୃଦ୍ଧି ହେବ ଏବଂ ଦୁର୍ଘଟଣାରୁ ବର୍ତ୍ତିବେ । ସନ୍ଧ୍ୟା ସମୟରେ ଆପଣ ଘିଅ ଦୀପରେ ଲବଙ୍ଗ ପକାଇ ହନୁମାନଙ୍କ ସାମ୍ନାରେ ଜାଳି ପାରିବେ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *