ଆପଣାନ୍ତୁ ହଳଦିଆ ସୋରିଷର ଉପାୟ,ତାପରେ ଦେଖନ୍ତୁ ଦୂର ହୋଇଯିବେ ସବୁ ଶତ୍ରୁ ଏବଂ ମାଗିବେ କ୍ଷମା ପ୍ରାର୍ଥନା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ, ତାହା ଆପଣ ହଳଦିଆ ସୋରିଷ ନେଇ କରନ୍ତୁ। ହଳଦିଆ ସୋରିଷ ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂର କରି ପାରିବେ। ଘରେ ଇଷ୍ଟଦେବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଅନେକ ଉପାୟ କରିଥାନ୍ତି। ଧର୍ମ ଶାସ୍ତ୍ର ଅନୁସାରେ ଘରର ବାତାବରଣ ସର୍ବଦା ସୁସ୍ଥ ଓ ସକାରାତ୍ମକ ରଖିବା ନିହାତି ଜରୁରୀ ଅଟେ।

ବେଳେବେଳେ ଜୀବନରେ ଆମ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ କାର୍ଯ୍ୟ ଆମ ଦ୍ଵାରା ହୋଇଥାଏ, ଯାହାଫଳରେ ଆମ ଜୀବନରେ ଅନେକ ଆର୍ଥିକ ସଙ୍କଟ ଓ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

ଜୀବନରେ ଶତ୍ରୁ ଭୟ ଲାଗି ରହୁଥିଲେ ଏବଂ ଅନେକ କଠିନ ପରିସ୍ଥିତି ସହିତ ମୁକାବିଲା କରିବାକୁ ପଡ଼ୁଥିଲେ, ଆପଣ ହଳଦିଆ ସୋରିଷ ମୁଠାଏ ନିଜ ଅଭିଳାଷା ବ୍ୟକ୍ତ କରି ମାଆ ବଗଳାମୁଖୀଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଦେବୀଙ୍କ ଆଶୀର୍ବାଦରେ କୌଣସି ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବ ନାହିଁ।

ଯଦି ପରିବାରର କୌଣସି ସଦସ୍ୟଙ୍କୁ ନଜର ଦୋଷ ଲାଗି ରହିଛି, ତାହେଲେ ଗୋଟେ ପାତ୍ର ନିଅନ୍ତୁ ଏହାକୁ ଗରମ କରନ୍ତୁ। ତାପରେ ଏହା ଉପରେ ଅଳ୍ପ ହଳଦିଆ ସୋରିଷ ଓ ଅଳ୍ପ ଫିଟିକିରି ଖଣ୍ଡ ପକାନ୍ତୁ। ତାପରେ ଏହାକୁ ଗୋଟେ କାଗଜରେ ରଖି ମୋଡ଼ି ଦିଅନ୍ତୁ। ତାପରେ ଏହାକୁ ନଜର ଲାଗିଥିବା ବ୍ୟକ୍ତିର ମୁଣ୍ଡ ଚାରି ପଟରେ ବୁଲାଇ ଆଣି ବାହାରେ ଫିଙ୍ଗି ଦିଅନ୍ତୁ।

ଘରର ସମସ୍ତ ବାସ୍ତୁ ଦୋଷ ଦୂର କରିବା ପାଇଁ ଗୋଟେ ଲାଲ କପଡ଼ାରେ ଅଳ୍ପ ହଳଦିଆ ସୋରିଷ ରଖନ୍ତୁ, ତାପରେ ଏହାକୁ ଲାଲ ସୂତାରେ ବାନ୍ଧି ଠାକୁର ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରେ ସବୁ ବାସ୍ତୁ ଦୋଷ ଦୂର ହୋଇଯିବ। ଏହାସହିତ ସମସ୍ତ ବାଧା ବିଘ୍ନ ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *