ଘରେ ଶମୀ ବୃକ୍ଷ ଲଗାଇବାର ଉପଯୁକ୍ତ ସ୍ଥାନ, ଏହି ଦିଗରେ ଭୁଲରେ ବି ଲଗାନ୍ତୁ ନାହିଁ

ଶମୀ ଗଛ ତୁଳସୀ ଗଛ ଭଳି ଅତ୍ୟନ୍ତ ପୂଜନୀୟ ଅଟେ । ଏହି ଗଛକୁ ଘରେ ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଶମୀ ଗଛ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ମହାଦେବଙ୍କୁ ଜଳ ଅର୍ପିତ କରିବା ସମୟରେ ଜଳରେ ଶମୀ ଗଛର ପତ୍ର ମିଶାଇ ଅର୍ପିତ କଲେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

ଏହାବ୍ୟତୀତ ଏହି ଗଛକୁ ଘରେ ଲଗାଇଲେ ନକରାତ୍ମକତା ଦୂରେଇ ଯାଏ ଏବଂ ଘରେ ସକାରାତ୍ମକ ଶକ୍ତି ବଜାୟ ରହେ । ଘରେ ଶମୀ ଗଛ ଲଗାଇଲେ ଘରକୁ ସୁଖ ସମୃଦ୍ଧି ଏବଂ ଧନ ଐଶ୍ୱର୍ଯ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ । ଶମୀ ଗଛ ଘରେ ଲଗାଇଲେ ବିହାରରେ ଆସୁଥିବା ସମସ୍ୟା ମଧ୍ୟ ଦୂର ହୋଇଯାଏ । ଶନି ଦୋଷାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଶମୀ ଗଛ ଲଗାଇବା ପାଇଁ ଶନିବାର ଦିନ ସବୁଠାରୁ ଉପଯୁକ୍ତ ହୋଇଥାଏ ଏବଂ ଆପଣ ଚାହିଁଲେ ଦଶହରା ଦିନ ମଧ୍ୟ ଶମୀ ଗଛ ଲଗାଇ ପାରିବେ । ଶମୀ ଗଛ ଗଛ ଭିତରେ ଲଗାଇବା ଉଚିତ ନୁହେଁ । ଆପଣ ତାହାକୁ ଘରର ମୁଖ୍ୟଦ୍ୱାର ବାହାରେ , ବଗିଚାରେ କିମ୍ବା ବାଲକନୀରେ ମଧ୍ୟ ଲଗାଇ ପାରିବେ । ଘରର ମୁଖ୍ୟଦ୍ୱାର ବାହାରେ ଲଗାଇବା ସବୁଠାରୁ ଉପଯୁକ୍ତ ହୋଇଥାଏ ।

ଘରୁ ବାହାରିବା ସମୟରେ ଏହା ଡାହାଣ ପାର୍ଶ୍ଵରେ ରହିବା ଉଚିତ । ଶମୀ ଗଛକୁ ଛାତ ଉପରେ ରଖିଲେ ତାହାକୁ ଦକ୍ଷିଣ କିମ୍ବା ପୂର୍ବ ଦିଗରେ ରଖନ୍ତୁ । ଶମୀ ଗଛକୁ ମଧ୍ୟ ପ୍ରତ୍ୟେକ ଦିନ ତୁଳସୀ ଗଛ ଭଳି ପୂଜା କରିବା ଉଚିତ ଏବଂ ଧୂପ ଦୀପ ଜାଳିବା ଉଚିତ । ନଅ ଗ୍ରହ ମଧ୍ୟରେ ଶନି ଗ୍ରହ ଦୁର୍ବଳ ହେଲେ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ।

ଏହାଦ୍ବାରା ଜୀବନରେ ତମାମ ସମସ୍ୟା ଦେଖା ଦେଇଥାଏ । ତେଣୁ ଶମୀ ଗଛକୁ ନେଇ କିଛି ଉପାୟ କଲେ ସେହିସବୁ ସମସ୍ୟା ମଧ୍ୟ ଦୂର ହୋଇଯାଏ । ତେଣୁ ଆଖପାଖରେ କୌଣସି ଶନି ମନ୍ଦିର ଥିଲେ ଶନିଦେବଙ୍କୁ ଶମୀ ପତ୍ର ନିଶ୍ଚୟ ଅର୍ପିତ କରନ୍ତୁ । ଶମୀ ଗଛ ଘର ବାହାରେ ଲଗାଇଲେ ତାହାକୁ ଉତ୍ତର ପୂର୍ବ ଦିଗରେ ଲଗାଇଲେ ଅଧିକ ଫଳପ୍ରଦ ହୋଇଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।

ଯଦି ଆପଣ ଭଗବାନ ଗଣେଶଙ୍କୁ ନିୟମିତ ଭାବରେ ଶମୀ ପତ୍ର ଅର୍ପିତ କରନ୍ତି ତେବେ ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ । ଆପଣ ଚାହିଁଲେ କେବଳ ବୁଧବାର ଦିନ ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ବାରା ଘରର ଅଶାନ୍ତି ଦୂର ହୋଇଥାଏ ।

ଶମୀ ପତ୍ର ଶିବଲିଙ୍ଗରେ ଅର୍ପିତ କଲେ ସବୁ ଗ୍ରହ ସମସ୍ୟା ମଧ୍ୟ ଦୂର ହୋଇଯିବ । ଏହି ଉପାୟ ପ୍ରତ୍ୟେକ ସୋମବାର କରି ପାରିବେ । ଯଦି ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ଶନିବାର ଦିନ ଶମୀ ଗଛ କିଣି ଘରକୁ ନେଇ ଆସନ୍ତୁ । ତାହାକୁ ଏକ ଗାଉଁଲାରେ ଲଗାଇ ଘର ଅଗଣାରେ ରଖି ଦିଅନ୍ତୁ ।

ଏକ ଉପାୟ ଅନୁଯାୟୀ ସେହି ଶମୀ ଗଛ ମୂଳରେ ଏକ ସୁପାରି ଏବଂ କୋଏନ ରଖି ନିଜର ମନସ୍କାମନା କହି ମାଟିରେ ଦବାଇ ଦିଅନ୍ତୁ ଏବଂ ଏକ ଲୋଟା ଜଳ ଅର୍ପିତ କରନ୍ତୁ । ଶମୀ ଗଛରେ ପ୍ରତ୍ୟେକ ଦିନ ଜଳ ଅର୍ପିତ କରନ୍ତୁ । ସନ୍ଧ୍ୟା ସମୟରେ ଦୀପ ଜଳାନ୍ତୁ । ଦେଖିବେ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଯଦି ଘରେ କାହାରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଉଛି ତେବେ ଆଉ ଏକ ଉପାୟ କରି ପାରିବେ ।

ସେହି ଉପାୟ ଅନୁଯାୟୀ ଶନିବାର ଦିନ ଶମୀ ଗଛ ମୂଳରେ ଏକ ପଥର ଶିବଲିଙ୍ଗ ସ୍ଥାପିତ କରି ନିୟମିତ ଦୁଇ ଚାରି ବୁନ୍ଦା କ୍ଷୀର ଅର୍ପିତ କରନ୍ତୁ । ଏହିଭଳି ଭାବରେ ଯଦି ଆପଣ ନିୟମିତ ପୂଜା କରିବେ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ କରିବେ ତେବେ ପରିବାରକୁ ରୋଗ ଦୁଃଖ ଶୋକ ଆସିବ ନାହିଁ ।

ଯଦି ଘରେ କାହାରି ବିବାହ ହୋଇ ପାରୁନାହିଁ ତେବେ ଶମୀ ବୃକ୍ଷ ମୂଳରେ ନିୟମିତ ଦୀପ ଜଳାଇ ବିବାହ ନିମିତ୍ତ ପ୍ରାର୍ଥନା କରନ୍ତୁ । ଏହି ଉପାୟ ଆପଣ ନିଜେ କିମ୍ବା ପରିବାରର ଅନ୍ୟ କେହି ୪୩ ଦିନ ପର୍ଯ୍ୟନ୍ତ କରି ପାରିବେ । ଏହାବ୍ୟତୀତ ଆପଣ ସିନ୍ଦୁରରେ ଶମୀ ଵୃକ୍ଷକୁ ପୂଜା କଲେ ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *