ଭାଗ୍ୟଶାଳୀ ସ୍ତ୍ରୀଙ୍କର ଏହି ପାଞ୍ଚଟି ମଧ୍ୟରୁ ଗୋଟିଏ ଅଙ୍ଗରେ ରହିଥାଏ କଳାଯାଇ……ଜାଣନ୍ତୁ କଳାଯାଇର ରହସ୍ୟ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଶରୀରର ବିଭିନ୍ନ ଅଙ୍ଗରେ ଥିବା କଳାଯାଇର ମହତ୍ତ୍ୱ ବିଷୟରେ କହିବୁ । କେହିକେହି ଏହାକୁ ଶୁଭ କହୁଥିବା ବେଳେ ଆଉ କେହି କେହି ଏହାକୁ ଅଶୁଭ କହିଥାନ୍ତି । ସାଧରଣତଃ କହିବାକୁ ଗଲେ ଚେହେରାରେ କଳାଯାଇ ଥିଲେ ତାହା ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କର ଗାଲରେ କଳାଯାଇ ଥାଏ ସେମାନେ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି ଏବଂ ଏହା ଧନ ଲାଭର ସଙ୍କେତ ଦେଇଥାଏ ।

ଯେଉଁ ବ୍ୟକ୍ତିଙ୍କର ନାକରେ କଳାଯାଇ ଥାଏ ସେମାନେ ଅନୁଶାସିତ ହୋଇଥାନ୍ତି । ମାତ୍ର ଜୀବନରେ ସଂଘର୍ଷ ରହିଥାଏ । ଯଦି କାହାରି ନାକ ତଳେ କଳାଯାଇ ଥାଏ ତେବେ ତାଙ୍କୁ ଇଚ୍ଛା ଭଲପାଉଥିବା ବ୍ୟକ୍ତି ବହୁତ ଅଛନ୍ତି । ସେହିଭଳି ଯଦି କେହି ବ୍ୟକ୍ତିର ମଥାରେ କଳାଯାଇ ଥାଏ ତେବେ ତାଙ୍କ ଜୀବନ ସଂଘର୍ଷମୟ ଥାଏ ।

ଯେଉଁ ବ୍ୟକ୍ତିଙ୍କ ଓଠରେ କଳାଯାଇ ଥାଏ ସେ ଅତ୍ୟନ୍ତ ରୋମାଣ୍ଟିକ ହୋଇଥାନ୍ତି । ପ୍ରଥମତଃ ନାଲି ତିଳ ଦୁର୍ଭାଗ୍ୟ ଏବଂ ସମ୍ପନ୍ନତାର ପ୍ରତୀକ ହୋଇଥାଏ । ଯାହାକି ବୈବାହିକ ଜୀବନ ଏବଂ ପାରିବାରିକ ଜୀବନରେ ଦୁର୍ଭାଗ୍ୟ ଆଣିଥାଏ । ଯଦି ନାଲି ତିଳ ବାହୁରେ ଥାଏ ତେବେ ବ୍ୟବସାୟରେ ଅଧିକ ଲାଭ ହୋଇଥାଏ ମାତ୍ର ଛାତିରେ ଥିଲେ ବିଦେଶ ଯାତ୍ରା କରିଥାଏ ।

ମାତ୍ର ତାହା ଯଦି ପିଠିରେ ଥାଏ ତେବେ ସାହସ କ୍ଷେତ୍ରରେ ସଫଳତା ମିଳିଥାଏ । ଯଦି ହାତର ଆଙ୍ଗୁଠି ସନ୍ଧିରେ ଥାଏ ତେବେ ତାହା ଦୁର୍ଭାଗ୍ୟର ସଙ୍କେତ ଅଟେ ମାତ୍ର ହାତର ଅନୁ କୌଣସି ଅଂଶରେ ରହିଲେ ଶୁଭ ହୋଇଥାଏ । ଯଦି ବ୍ୟକ୍ତୁର ପାଦ ତଳେ ରହିଛି ତେବେ ତାହା ବ୍ୟକ୍ତିକୁ ଦୂରକୁ ନେଇଯାଏ ଏବଂ ସଫଳତା ମଧ୍ୟ ଦେଇଥାଏ ।

ଯଦି କଳାଯାଇ ଛାତିରେ ଥାଏ ତେବେ ତାହା ପାରିବାରିକ ଜୀବନରେ ଦୁଃଖ ଦେଇଥାଏ । ପେଟରେ କଳାଯାଇ ଥିଲେ ତାହା ପ୍ରଚୁର ଧନ ଦେଇଥାଏ ମାତ୍ର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । କଳାଯାଇରେ ବାଳ ଥିଲେ ତାହା ଅଶୁଭ ହୋଇଥାଏ । ଜଳାଯାଇ ଗଭୀର ରଙ୍ଗର ହୋଇଥିଲେ ତାହା ଗଭୀର ସମସ୍ୟା ଆଣିଥାଏ ଏବଂ ଯଦି ତାହା ହାଲୁକା ରଙ୍ଗର ହୋଇଥାଏ ତେବେ ଶୁଭ ପରିଣାମ ଦେଇଥାଏ ।

୧୨ କିମ୍ବା ୧୨ ରୁ କମ ସଂଖ୍ୟକ କଳାଯାଇ ଥିଲେ ଶୁଭ ହୋଇଥାଏ । ମାତ୍ର ତାଠାରୁ ଅଧିକ ଥିଲେ ଅଶୁଭ ହୋଇଥାଏ । ଏମିତିରେ ତ ପୁରୁଷଙ୍କ ଡାହାଣ ଏବଂ ସ୍ତ୍ରୀଙ୍କ ବାମ ପଟେ କଳାଯାଇ ରହିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ସେହିପରି ସ୍ତ୍ରୀଙ୍କ ଛାତିରେ କଳାଯାଇ ଥିଲେ ସେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାଏ ।

ମଥାର ମଝାମଝିରେ କଳାଯାଇ ଥିଲେ ତାହା ଶୁଭ ହୋଇଥାଏ । ମାତ୍ର ଡାହାଣରେ ଥିଲେ କୌଣସି କ୍ଷେତ୍ରରେ ନିପୁଣ ଏବଂ ବାମ ପଟେ ଥିଲେ ଅଧିକ ଖର୍ଚ୍ଚ କରାଇଥାଏ । ଆଖିର ପାର୍ଶ୍ଵରେ କଳାଯାଇ ଥିବା ଲୋକେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି । ଆଖି ପଲକରେ କଳାଯାଇ ଥିଲେ ସେହି ବ୍ୟକ୍ତି ଅତ୍ୟନ୍ତ ସେନ୍ସିଟିଭ ହୋଇଥାଏ । ବାମ ଆଖିରେ କଳାଯାଇ ଥିଲେ ବିବାଦ ଆଶଙ୍କା ରହିଥାଏ ।

ବ୍ୟକ୍ତିର କାନରେ କଳାଯାଇ ଥିଲେ ବ୍ୟକ୍ତି କମ ଆୟୁଷର ହୋଇଥାଏ ଅର୍ଥାତ ଅଳ୍ପାୟୁ ହୋଇଥାଏ । ମହିଳାଙ୍କ ନାମରେ କଳାଯାଇ ଥିଲେ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ବ୍ୟକ୍ତିର ଓଠ ତଳେ କଳାଯାଇ ରହିଲେ ଜୀବନରେ ସାମାନ୍ୟ ସମସ୍ୟା ଦେଖା ଦିଏ । ଏପରି କୁହାଯାଏ ଯେ ଯଦି ବ୍ୟକ୍ତିର ଶରୀରର କୌଣସି ଅଙ୍ଗରେ କଳାଯାଇ ଅଛି ତେବେ ପୂର୍ବ ଜନ୍ମରେ ବ୍ୟକ୍ତିକୁ କୌଣସି ସ୍ଥାନରେ ଆଘାତ ଲାଗିଥାଏ ।

Leave a Reply

Your email address will not be published. Required fields are marked *