ଶୁକ୍ରବାର ଦିନ ଏହି ପାଞ୍ଚଟି କାମ ଆଦୋୖ କରନ୍ତୁ ନାହିଁ । ପୁରା ଘର ହୋଇଯିବ ଦରିଦ୍ର ଏବଂ ଲାଗିଥାଏ ପାପ ।

କେବଳ ମଙ୍ଗଳବାର , ବୁଧବାର ଏବଂ ଗୁରୁବାର ନୁହେଁ ବରଂ ଶୁକ୍ରବାର ଦିନ କିଛି ବିଶେଷ କାମ କରିବା ଆଦୋୖ ଉଚିତ ନୁହେଁ । ହିନ୍ଦୁ ଧର୍ମ ଅନୁଯାୟୀ ଶୁକ୍ରବାର ଦିନକୁ ମାତା ଲକ୍ଷ୍ମୀଙ୍କ ଦିନ ମାନା ଯାଏ । ଏହିଦିନ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଏବଂ ବ୍ରତ ରଖିବାର ମଧ୍ୟ ପ୍ରଥା ରହିଛି । ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ମାତ୍ର ଶୁକ୍ରବାର ଦିନ କିଛି ଏପରି କାମ ଅଛି ଯାହାକୁ କରିବା ଆଦୋୖ ଉଚିତ ନୁହେଁ ।

୧ . ଧର୍ମ ଶାସ୍ତ୍ର ଅନୁସାରେ ଜଣେ ବିବାହିତା ମହିଳା ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ତେଣୁ ଜଣେ ବିବାହିତା ନାରୀର ଜୀବନ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ସେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ବ୍ରତ କରିଥାଏ ଏବଂ ପୂଜା କରିଥାଏ । ବ୍ରତ ନକଲେ ବି ପୂଜା ନିଶ୍ଚୟ କରିବା ଉଚିତ । ମାତା ଲକ୍ଷ୍ମୀଙ୍କ ସମେତ ଭଗବାନ ବିଷ୍ଣୁ ଏବଂ ଗଣେଶଙ୍କ ପୂଜା କଲେ ଜୀବନରେ କେବେବି ଧନ ଐଶ୍ୱର୍ଯ୍ୟର ଅଭାବ ହୁଏନାହିଁ ।

୨ . ମାତା ଲକ୍ଷ୍ମୀଙ୍କୁ ପକ୍ଷୀ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଯଦି ଆପଣ ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦିଅନ୍ତି ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଏହାଦ୍ବାରା କରଜରୁ ମଧ୍ୟ ମୁକ୍ତି ମିଳିଥାଏ ।

୩ . ଶୁକ୍ରବାର ଦିନ ପୂଜା କରିବା ସମୟରେ ଯଦି ଆପଣ ଝିଟିପିଟି ଦେଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଝିଟିପିଟି ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ପୂଜା ଘରେ , କିମ୍ବା ଶୁକ୍ରବାର ଦିନ ଆପଣଙ୍କ ଉପରେ କିମ୍ବା ସ୍ୱପ୍ନରେ ଝିଟିପିଟି ଦେଖିଲେ ଏହା ଜାଣି ଯାଆନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ।

୪ . ଶୁକ୍ର ଗ୍ରହକୁ ପ୍ରେମର ପ୍ରତୀକ ମାନା ଯାଏ । ତେଣୁ ଶୁକ୍ରଗ୍ରହ ମଜବୁତ ରହିଲେ ଏବଂ ପ୍ରସନ୍ନ ରହିଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଜାୟ ରହିଥାଏ ଏବଂ କେବେବି କୌଣସି ବିବାଦ ସୃଷ୍ଟି ହୁଏନାହିଁ । ମାତ୍ର ଶୁକ୍ର ଗ୍ରହ ଦୁର୍ବଳ ଥିଲେ ବିନା କାରଣରେ ହିଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

୫ . ଶୁକ୍ରବାର ଦିନ କେବେବି କାହାକୁ ଚିନି ଦେବା ଉଚିତ ନୁହେଁ । ଏହାଦ୍ବାରା ଶୁକ୍ର ଗ୍ରହ ଦୁର୍ବଳ ହୋଇଥାଏ ଏବଂ ଘରର ସମୃଦ୍ଧି ନଷ୍ଟ ହୋଇଥାଏ ।

6 . ଶୁକ୍ରବାର ଦିନ କାହାକୁ ଟଙ୍କା କରଜ ଦେବା ଉଚିତ ନୁହେଁ କିମ୍ବା କାହା ଠାରୁ ଟଙ୍କା କରଜ ନେବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଶୁକ୍ରବାର ଦିନ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୭ . ଶୁକ୍ରବାର ଦିନ କନ୍ୟା ମହିଳା କିମ୍ବା କିନ୍ନର ମାନଙ୍କ ଅପମାନ କରିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି ।

୮ . ଘରେ ଯଦି ହଠାତ କଳା ପିମ୍ପୁଡ଼ି ଧାଡ଼ି କରି ଲମ୍ବା ଲାଇନ କରି ଚାଲୁଥିବାର ଦେଖା ଯାଉଛି ତେବେ ତେବେ ଏହାର ଅର୍ଥ ମାତା ଲକ୍ଷ୍ମୀଙ୍କ ଘରକୁ ଆଗମନ ହୋଇଛି । ତେଣୁ ଏପରି ହେଲେ ସେହି କଳା ପିମ୍ପୁଡ଼ି ମାନଙ୍କୁ କୌଣସି ମିଠା ଦ୍ରବ୍ୟ ଖାଇବାକୁ ଦିଅନ୍ତୁ । ଏହା ଘରକୁ ଧନ ଆସିବାର ସଙ୍କେତ ଅଟେ ।

୯ . କୌଣସି ବ୍ୟକ୍ତି ଘରକୁ ହୀରା ଆଣିବା ପୂର୍ବରୁ ନିଜର ଶୁକ୍ର ଗ୍ରହର ସ୍ଥିତିକୁ ଦେଖାନେବା ଉଚିତ । ଶୁକ୍ର ଗ୍ରହ ମଜବୁତ ଥିଲେ ହିଁ ହୀରା ଆଣନ୍ତୁ ନଚେତ ଶୁକ୍ର ଗ୍ରହ ଆପଣଙ୍କୁ ବର୍ବାଦ କରି ପାରେ ।

୧୦ . ଶୁକ୍ରବାର ଦିନ ଖଟା ଖାଇବା ଉଚିତ ନୁହେଁ । କାରଣ ଏହିଦିନ ଲୋକେ ସନ୍ତୋଷି ମାତାଙ୍କ ପୂଜା କରିଥାନ୍ତି ।

ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ଏହି ଉପାୟ କରନ୍ତୁ । ଭୋଜନ ଅଇଁଠା କରିବା ପୂର୍ବରୁ ଗୋମାତାଙ୍କୁ ଖୁଆନ୍ତୁ । ଶୁକ୍ରବାର ଦିନ ଧଳା ବସ୍ତ୍ର ଧାରଣ କରନ୍ତୁ । ଚାନ୍ଦି , ଚାଉଳ , କ୍ଷୀର , ଦହି , ଧଳା ବସ୍ତ୍ର , ଚନ୍ଦନ ଏବଂ କିଛି ସୁଗନ୍ଧିତ ଦ୍ରବ୍ୟ କୌଣସି ପୂଜାରୀଙ୍କ ସ୍ତ୍ରୀକୁ ଦାନ କରି ଦିଅନ୍ତୁ । ଘରେ ତୁଳସୀ ଗଛ ଲଗାଇ ତାହାର ପୂଜା କରନ୍ତୁ ।

ପାଣିରେ ଚନ୍ଦନ ମିଶାଇ ସ୍ନାନ କରନ୍ତୁ । ଚନ୍ଦନ ତିଳକ କରନ୍ତୁ । ଚନ୍ଦନ କାଠ ଜଳରେ ପ୍ରବାହିତ କରନ୍ତୁ । ବ୍ରତ ରଖି କ୍ଷୀରି ବନାଇବାକୁ ଭୁଲନ୍ତୁ ନାହିଁ ଏବଂ ତାହାକୁ କାଉକୁ ଖୁଆନ୍ତୁ । ଶୁକ୍ରବାର ଦିନ କୌଣସି ଧଳା ରଙ୍ଗର ଗାଈକୁ ଅଟା ଖୁଆଇବା ଉଚିତ । କୌଣସି ଭିକାରୀକୁ ଧଳା ବସ୍ତ୍ର ଏବଂ ଧଳା ମିଠା ଦାନ କରନ୍ତୁ । ଝାଡୁ କରିବା ସମୟରେ କିଛି ବିଶେଷ ଧ୍ୟାନ ଦିଅନ୍ତୁ । ଝାଡୁ ଲଗାଇବା ସମୟରେ କଥା କହିବା ଉଚିତ ନୁହେଁ ।

ଝାଡୁରେ ଗୋଡ଼ ବଜାଇବା ମଧ୍ୟ ଉଚିତ ନୁହେଁ । ଯଦି ଗୋଡ଼ ବାଜି ଯାଉଛି ତେବେ ମାତା ଲକ୍ଷ୍ମୀଙ୍କୁ ତୁରନ୍ତ କ୍ଷମା ମାଗି ନିଅନ୍ତୁ । ମାସିକ ଧର୍ମ ସମୟରେ ଝାଡୁ ଛୁଇଁଲେ ପାପ ଲାଗିଥାଏ । ଏହାଦ୍ବାରା ଝାଡୁ ଅପବିତ୍ର ହୋଇଥାଏ । ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି ଏବଂ ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦାରିଦ୍ର୍ୟତା ଲାଗି ରହିଥାଏ । ସକାଳ ପୂଜା ପୂର୍ବରୁ ଝାଡୁ ଲଗାନ୍ତୁ । ସୂର୍ଯ୍ୟାସ୍ତ ସମୟରେ ଝାଡୁ କରିବା ଅଶୁଭ ହୋଇଥାଏ ।

ଏହାଦ୍ବାରା ଆଗାମୀ ସମୟରେ ସମସ୍ୟା ଦେଖା ଦେଇଥାଏ । ଶୋଇବା ପୂର୍ବରୁ ଅନେକ ଲୋକ ଝାଡୁ ଲଗାନ୍ତି , ଯାହାକି ଆଦୋୖ ଉଚିତ ନୁହେଁ । ଏଭଳି ଅନ୍ଧାରରେ ଝାଡୁ କେବଳ ଦୀପାବଳି ଦିନ ପୂର୍ବରୁ ହିଁ କରାଯାଇ ଥାଏ । ବରଂ ରାତିରେ ଘର ପୋଛା ଲଗାନ୍ତୁ । ଘରେ ଦୀପ ଜାଳିବା ପରେ ଅର୍ଥାତ ପୂଜା କରି ସାରିବା ପରେ ଝାଡୁ ଲଗାଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *