କଣ ହୋଇଥିଲା ଯେତେବେଳେ ଭଗବାନ ବିଷ୍ଣୁଙ୍କୁ ଅନ୍ତରୀକ୍ଷରେ ଦେଖିଥିଲା NASA !

ପ୍ରାୟ ଏକ ବର୍ଷ ପୂର୍ବରୁ ନାସା ବ୍ରହ୍ମାଣ୍ଡର ଏକ ଏପରି ଫୋଟ ଉଠାଇ ଥିଲା ଯାହାକୁ ଦେଖି ନାସା ସହିତ ଦୁନିଆର ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ପ୍ରଶ୍ନ ଏହା ଯେ ସେହି ଫୋଟରେ ଏପରି ଆଶ୍ଚର୍ଯ୍ୟ କରିବା ଭଳି କଣ ଥିଲା ? ପୁରାଣରେ ଭଗବାନ ବିଷ୍ଣୁ ଏହା କହିଛନ୍ତି ଯେ ଦୁନିଆର ପ୍ରତ୍ୟେକ ବସ୍ତୁରେ ଭଗବାନ ସାକ୍ଷାତ ବାସ କରନ୍ତି ।

ପ୍ରତ୍ୟେକ ଜୀବଙ୍କ ଆତ୍ମାରେ ମଧ୍ୟ ଭଗବାନ ନିହିତ । ଏହି ଦୁନିଆର ପ୍ରାରମ୍ଭରେ ଭଗବାନ ଅଛନ୍ତି ଏବଂ ଅନ୍ତରେ ମଧ୍ୟ ଭଗବାନ ହିଁ ରହିବେ । ପୁଣି ଯଦି ଆମେ ବେଦ ପୁରାଣ ଉପରେ ନଜର ପକାଇବା ତେବେ ସେଠାରେ ଭଗବାନଙ୍କୁ ତିନି ଶ୍ରେଣୀରେ ରଖାଯାଇଛି । ପ୍ରଥମେ ହେଉଛି ଭଗବାନ ବିଷ୍ଣୁ ଯିଏକି ସଂସାର ରୂପର ମଞ୍ଜି ରୋପଣ କରିଥିଲେ ।

ଏହାବ୍ୟତୀତ ଦୁନିଆରେ ଯାହା କିଛିବି ଅଛି କେବଳ ତାଙ୍କରି କୃପାରୁ ହିଁ ରହିଛି । ଏମିତିକି ମନୁଷ୍ୟର ବୁଦ୍ଧି ଠାରୁ ଆରମ୍ଭ କରି ଆତ୍ମା ପର୍ଯ୍ୟନ୍ତ ସବୁକିଛି ମହା ବିଷ୍ଣୁଙ୍କ କୃପା ଅଟେ ।ଦ୍ୱିତୀୟରେ ଅଛନ୍ତି ଶିରୋଦକଶାୟ ବିଷ୍ଣୁ । ତୃତୀୟରେ ଗର୍ଭଦକଶାୟ ବିଷ୍ଣୁ ।

ଯାହାଙ୍କ ନାଭି କୋମଳରୁ ଭଗବାନ ବ୍ରହ୍ମାଙ୍କ ଉତ୍ପତ୍ତି ହୋଇଥିଲା ଏବଂ ପରେ ସେସବୁକୁ ସମ୍ଭାଳିବା ପାଇଁ ଭଗବାନ ବିଷ୍ଣୁ ନିଜେ କାର୍ଯ୍ୟଭାର ଉଠାଇ ଥିଲେ । ତେବେ ଅନେକ ବେଦ ପୁରାଣ ଉପରେ ଶିରୋଦକଶାୟ ବିଷ୍ଣୁଙ୍କ ଫୋଟ ଦେଖି ନାସା ଉଠାଇ ଥିବା ଫୋଟକୁ ଦେଖନ୍ତୁ । ତେବେ ଆପଣ ଏହାକୁ ତୁଳନା କଲେ ଦେଖି ପାରିବେ ଯେ ଏହି ଦୁଇଟି ପ୍ରାୟତଃ ସମାନ ଦେଖା ଯାଇଥାଏ । କେବଳ ସେତିକି ନୁହେଁ ।

ଏହାର କିଛିଦିନ ପରେ ଏକ ନାସାର ଏକ ଟେଲିସ୍କୋପ ଦ୍ୱାରା ଆଉ ଏକ ଫୋଟ ଉଠା ଯାଇଥିଲା ଯାହାକୁ ହେଡ ଅଫ ଗୋଡ଼ର ନାମ ଦିଆଗଲା । ତାହାକୁ ଦେଖିଲେ ଏପରି ଲାଗିବ ଯେମିତି ଭଗବାନଙ୍କ ହାତ ସାମ୍ନାରେ ରହିଛି । ଯେତେବେଳେ ଏହି ଫୋଟ ନାସା ଦ୍ୱାରା ସେୟାର କରାଗଲା ସେତେବେଳେ ଏହା ଖୁବ ଭାଇରଲ ହୋଇଥିଲା ଏବଂ ଲୋକେ ଏହା ଦେଖି ଖୁବ ଆଶ୍ଚର୍ଯ୍ୟ ହୋଇଥିଲେ । ଧୀରେ ଧୀରେ ଏହି ଦୁଇଟି ଫୋଟ ସବୁଠି ଚର୍ଚ୍ଚା ସୃଷ୍ଟି କରିଥିଲା । କିଛି ଲୋକ ଏହା କହିଥିଲେ ଯେ ଏହା ବ୍ରହ୍ମାଣ୍ଡର ଶୀର୍ଷରୁ ନଜର ଆସୁଛି ଏବଂ ଆଙ୍ଗୁଠି ଉପରେ ସୁଦର୍ଶନ ଚକ୍ର ନଜର ଆସୁଛି ।

ଏହାର ଅର୍ଥ ଭଗବାନ ବିଷ୍ଣୁ ଏହି ବ୍ରହ୍ମାଣ୍ଡରେ ଉପସ୍ଥିତ ଅଛନ୍ତି । ପ୍ରକୃତି ଏଭଳି ସବୁ ଚମତ୍କାର ଦେଖାଇ ଥାଏ , ଯାହାକୁ ଦେଖି ସମସ୍ତଙ୍କ ହୋସ ଉଡ଼ି ଯାଏ । କିନ୍ତୁ ବିଜ୍ଞାନ ଏସବୁ ଉପରେ ବିଶ୍ୱାସ କରି ନଥାଏ ।

ମାତ୍ର ଏହି ଫୋଟ ଭାଇରଲ ହେବା ପରେ ସବୁ ଲୋକେ ସୋସିଆଲ ମିଡିଆରେ ଏହା ମାନିଥିଲେ ଯେ ଶିରୋଦକଶାୟ ବିଷ୍ଣୁ ନିଜର ଯୋଗ ମୁଦ୍ରାରେ ବିଶ୍ରାମ କରୁଛନ୍ତି । ମାତ୍ର ଖୁବ କମ ଲୋକେ ଏହାକୁ ବିଶ୍ୱାସ କରନ୍ତି । ତେଣୁ ଏପରି କୁହାଯାଏ ଯେ ଯେଉଁଠାରୁ ବିଜ୍ଞାନର ଶେଷ ହୋଇଛି ସେହିଠାରୁ ବେଦ ପୁରାଣର ଲେଖା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *