ବଡ଼ ଗୁରୁବାର : ଏକ ଚିମୁଟା ହଳଦୀ ନେଇ କରନ୍ତୁ ଏହି ଉପାୟ,ବର୍ଷ ସାରା ଘରକୁ ଆସିବ ଟଙ୍କା

ହଳଦୀର ସମ୍ବନ୍ଧ ଦେବଗୁରୁ ବୃହସ୍ପତିଙ୍କ ସହିତ ରହିଛି । ତେଣୁ ଆଜି ଆମେ ଆପଣଙ୍କୁ ହଳଦୀର କିଛି ପ୍ରୟୋଗ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନରେ ଧନ , ମାନ ସମ୍ମାନ ପ୍ରାପ୍ତ ହେବ । ହଳଦୀ ଏକ ଔଷଧି ଅଟେ ଏବଂ ବିବାହରେ ବର ବଧୂଙ୍କୁ ହଳଦୀ ଲଗାଇବା ପଛରେ ମଧ୍ୟ ଏହି କାରଣ ରହିଛି । ଯାହାଦ୍ୱାରା ଖରାପ ନଜର ଠାରୁ ମୁକ୍ତି ମିଳିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ପୂଜା ସମୟରେ ହାତରେ ଏବଂ ବେକରେ ହଳଦୀ ଟୀକା ଲଗାଇଲେ ବୃହସ୍ପତି ମଜବୁତ ହେବା ସହିତ ବାଣୀରେ ମଧ୍ୟ ମଧୁରତା ଆସିଥାଏ । ହଳଦୀ ଦାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୁଏ । ବାହାରେ କାନ୍ଥରେ ହଳଦୀ ରେଖା ଟାଣିଲେ ମଧ୍ୟ ଗୁରୁ ଗ୍ରହରେ ଅନୁକୂଳତା ଆସିବା ସହିତ ନକରାତ୍ମକ ଶକ୍ତି ଗୃହ ମଧ୍ୟକୁ ପ୍ରବେଶ କରିପାରେ ନାହିଁ ।

ଚାକିରୀରେ ଅନୁକୂଳତା ଏବଂ ସ୍ୱାସ୍ଥ୍ୟ ଏବଂ ମନକୁ ପବିତ୍ର କରିବା ପାଇଁ ସ୍ନାନ ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କରିବା ଉଚିତ । ସୂର୍ଯ୍ୟ ଦେବଙ୍କୁ ହଳଦୀ ମିଶା ଜଳ ଅର୍ଘ୍ୟ ଦେଲେ ମନଇଚ୍ଛା ବର ପ୍ରାପ୍ତି ହୋଇଥାଏ । ଯଦି ଆପଣଙ୍କ ଜୀବନରେ ବିଦ୍ୟା ଅଧ୍ୟୟନ ସମ୍ବନ୍ଧୀୟ କୌଣସି ସମସ୍ୟା ଆସୁଛି ତେବେ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ଉଚିତ ।

ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ତେବେ ପେଷା ଯାଇଥିବା ହଳଦୀ ଦାନ କରନ୍ତୁ । ଏହାଦ୍ବାରା ରୋଗ ସମସ୍ୟା ଦୂରେଇ ଯିବ । ମଥାରେ ସର୍ବଦା ହଳଦୀ ଟୀକା ଲଗାଇବା ଉଚିତ । ଏହାଦ୍ବାରା ଆପଣଙ୍କ ଆଖପାଖରେ ନକରାତ୍ମକତା ଦୂରେଇ ଯିବ ଏବଂ ସକାରାତ୍ମକତା ଆସିବ ।

ବୃହସ୍ପତି ଦୁର୍ବଳ ଥିଲେ ଏକ ହଳଦୀ ଗଣ୍ଠିକୁ ହଳଦିଆ କପଡ଼ାରେ ବାନ୍ଧି ନିଜ ବାହୁରେ ଧାରଣ କରନ୍ତୁ । ହଲଦୀକୁ ଯଦି ପୋଖରାଜ ଭଳି ଗୁରୁବାର ଦିନ ବେକରେ ଧାରଣ କରନ୍ତି ତେବେ ଏହା ପୋଖରାଜର ଲାଭ ଦେଇଥାଏ । ଯଦି ଆପଣ ମାନସିକ ଏବଂ ଶାରୀରିକ ଭାବରେ କୌଣସି ନକରାତ୍ମକତା ଦ୍ୱାରା ଘେରି ରହିଛନ୍ତି ବୋଲି ଭାବୁଛନ୍ତି ତେବେ ଏକ ଚିମୁଟା ପେଷା ହଳଦୀ ସ୍ନାନ ପାଣିରେ ମିଶାଇ ସ୍ନାନ କରନ୍ତୁ ।

ଏହାଦ୍ବାରା କ୍ୟାରିଅର ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ । ଘରେ ନକରାତ୍ମକତା ଅନୁଭୂତ ହେଲେ ଘରର ମେନ ଗେଟ ପାଖରେ ହଳଦୀ ସିଞ୍ଚି ଦିଅନ୍ତୁ କିମ୍ବା ଏକ ହଳଦୀ ରେଖା ଟାଣି ଦିଅନ୍ତୁ । ଏହି ଉପାୟ ପ୍ରତ୍ୟେକ ଦିନ କରନ୍ତୁ । ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ।

ଯଦି ବିବାହରେ ସମସ୍ୟା ଦେଖା ଦେଉଛି , ମନ ପସନ୍ଦ ଜୀବନ ସାଥି କିମ୍ବା ବିବାହରେ ବିଳମ୍ବ ଦେଖା ଦେଉଛି ତେବେ ସକାଳୁ ସ୍ନାନ ପରେ ସୂର୍ଯ୍ୟଙ୍କୁ ଏକ ଲୋଟା ଜଳ ଅର୍ପିତ କରିବା ସମୟରେ ସେଥିରେ ଅଳ୍ପ ହଳଦୀ ମିଶାଇ ଅର୍ପିତ କରନ୍ତୁ । ଶେଷରେ ଲୋଟାରେ ଲାଗିଥିବା ହଳଦୀ ନେଇ ନିଜ ମସ୍ତକରେ ମଧ୍ୟ ଲଗାଇ ଦିଅନ୍ତୁ

ଏହାଦ୍ବାରା ବିବାହ ସମ୍ବନ୍ଧୀୟ ସବୁ ସମସ୍ୟାର ସମାଧାନ ହୋଇଯିବ । ଯଦି ଆପଣ ନିଜ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ଚାହୁଁଛନ୍ତି ତେବେ ସାରା ଘରେ ହଳଦୀ ପାଣି ସିଞ୍ଚି ଦିଅନ୍ତୁ । ଏଥିରେ ଗଙ୍ଗା ଜଳ ମଧ୍ୟ ବ୍ୟବହାର କରନ୍ତୁ । ଏପରି ପ୍ରତ୍ୟେକ ଗୁରୁବାର କଲେ ଭଲ ଫଳ ପ୍ରାପ୍ତ ହେବ ।

ଗୁରୁବାର ଦିନ ଏକ ପ୍ଲେନ ପେପର ନେଇ ସେଥିରେ ହଳଦୀରେ ଶ୍ରୀ ଲେଖନ୍ତୁ । ହଲଦୀକୁ ପୂର୍ବରୁ ଗୋଲାପ ଜଳ କିମ୍ବା ଗଙ୍ଗା ଜଳରେ ମିଶାଇ ପେଷ୍ଟ ତିଆରି କରି ଦିଅନ୍ତୁ । ମାତ୍ର ଏଥିରେ କେବଳ ନିଜର ଅନାମିକା ଆଙ୍ଗୁଠି ହିଁ ପ୍ରୟୋଗ କରନ୍ତୁ । ପ୍ରାତଃ କାଳରେ ପୂଜା ସମୟରେ ଏହି କାଗଜକୁ ପୂଜା କରି ଘରର ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ ।

ଆପଣ ତାହାକୁ ନିଜ ପର୍ସରେ ମଧ୍ୟ ରଖି ପାରିବେ । ପ୍ରତ୍ୟେକ ଗୁରୁବାର ତାହାକୁ ପୂଜା କରି ପୁଣିଥରେ ପର୍ସରେ ପୁରାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ଅତ୍ୟନ୍ତ ଚମତ୍କାର ଲାଭ ପ୍ରାପ୍ତ ହେବ । ଏହି ଉପାୟ ଦ୍ୱାରା ଆପଣଙ୍କୁ କେବେବି ଧନର ଅଭାବ ହେବ ନାହିଁ ଏବଂ ଆପଣଙ୍କୁ ଉଭୟ ମାତା ଲକ୍ଷ୍ମୀ ଏବଂ ଶ୍ରୀହରି ବିଷ୍ଣୁଙ୍କ କୃପା ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *