ଘରେ ତନ୍ତ୍ରମନ୍ତ୍ର ହୋଇଥିଲେ ଦେଖା ଦେଇଥାଏ ୭ ଟି ସଙ୍କେତ,ଏମିତି ଭାବରେ ତନ୍ତ୍ରମନ୍ତ୍ରକୁ ଦୂର …….

ଅନେକ ସମୟରେ ମନୁଷ୍ୟ ଏହା ଜାଣି ପାରି ନଥାଏ ଯେ ତା ଉପରେ ତନ୍ତ୍ର କ୍ରିୟା ହୋଇଛି ବୋଲି । ଯାହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖା ଦିଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ତନ୍ତ୍ର କ୍ରିୟା ଆପଣଙ୍କ ଉପରେ ହୋଇଥିଲେ କେଉଁ ଲକ୍ଷଣ ଦେଖା ଦେଇଥାଏ ସେହି ବିଷୟରେ କହିବୁ ।

ବିଶେଷ କରି ଏହା ନକରାତ୍ମକ ଶକ୍ତି କାରଣରୁ ହୋଇଥାଏ । ନଜର ଦୋଷ କିମ୍ବା ତନ୍ତ୍ର କ୍ରିୟା ହୋଇଥିଲେ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ଏବଂ ମନରେ ଭୟ ସୃଷ୍ଟି ହୋଇଥାଏ । ନଜର ଦୋଷ କାରଣରୁ ମୁଣ୍ଡ ବ୍ୟଥା , ନିଦ ନହେବା , ସବୁବେଳେ ରୋଗ ଦେଖା ଦେବା , ଘରେ କଳି ଝଗଡ଼ା ଅଶାନ୍ତି ଇତ୍ୟାଦି ଅନେକ ସମସ୍ୟା ହୋଇଥାଏ ।

ଆପଣଙ୍କ ଉପରେ ତନ୍ତ୍ର ମନ୍ତ୍ର ହୋଇଥିଲେ ସର୍ବପ୍ରଥମେ ମସ୍ତିଷ୍କ ଅଶାନ୍ତ ହୋଇଯାଏ ଏବଂ ମନ ଭଲ ରହେନାହିଁ । ଅର୍ଥାତ ବିନା କାରଣରେ ମନ ବିଚଳିତ ହୋଇଥାଏ । ଏଭଳି ହେଲେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଉପରେ ତନ୍ତ୍ର ମନ୍ତ୍ର ହୋଇଛି । ଅନେକ ସମୟରେ ଏହି କାରଣରୁ ମନୁଷ୍ୟକୁ ଭୋକ ମଧ୍ୟ ଲାଗି ନଥାଏ ।

ଅନେକ ସମୟରେ ଲୋକେ ଖାଦ୍ୟରେ କିଛି ମିଶାଇ ଖାଇବାକୁ ଦେଇ ଦିଅନ୍ତି ଯେଉଁଥିରେ ତନ୍ତ୍ର ମନ୍ତ୍ର ହୋଇଥାଏ । ଏହାବ୍ୟତୀତ ପରିବାରରେ କଳହ ଏବଂ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ ଘରକୁ କୌଣସି ପକ୍ଷୀ ଆସି ମରି ଯାଉଛି ତେବେ ଏହାର କାରଣ ଆପଣଙ୍କ ଉପରେ କିମ୍ବା ଆପଣଙ୍କ ଘର ଉପରେ କେହି ତନ୍ତ୍ର ମନ୍ତ୍ର କରିଛି ।

ତନ୍ତ୍ର ମନ୍ତ୍ର ହୋଇଥିଲେ ମନୁଷ୍ୟ ସବୁବେଳେ ଏକୁଟିଆ ଚୁପଚାପ ରହିଥାଏ ଏବଂ ସବୁବେଳେ ବିଚଳିତ ରହିଥାଏ । ଏହାର ଅର୍ଥ ସେହି ବ୍ୟକ୍ତି ଉପରେ କେହି ତନ୍ତ୍ର ମନ୍ତ୍ର କରିଛି । ଅନେକ ସମୟରେ ଆଖପାଖରେ କିଛି ନଥିବା ସତ୍ତ୍ୱେବି କିଛି ଜିନିଷର ଉପସ୍ଥିତି ଅନୁଭୂତ ହୋଇଥାଏ । ଯାହା ବାସ୍ତବରେ ହିଁ ରହିଥାଏ । ଅନେକ ସମୟରେ ନିଦରେ ଏପରି ପ୍ରତୀତ ହୋଇଥାଏ ଯେପରି କେହି ଆପଣଙ୍କୁ ଡାକୁଛି । ତେବେ ଏପରି କ୍ଷେତ୍ରରେ ନିଶ୍ଚିତ ଭାବରେ ଗମ୍ଭୀର ତନ୍ତ୍ର ମନ୍ତ୍ର ସେହି ବ୍ୟକ୍ତି ଉପରେ ହୋଇଥାଏ । ତେଣୁ ଏଭଳି କ୍ଷେତ୍ରରେ ପୂଜା ବିଧି କରିବା ଉଚିତ ।

ଅନେକ ସମୟରେ ପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଚିକିତ୍ସା ପରେବି ତାହା ଠିକ ହୋଇ ନଥାଏ । ଏହାର କାରଣ ତନ୍ତ୍ର ମନ୍ତ୍ର ହୋଇଥାଏ । ଅନେକ ସମୟରେ କୌଣସି ବିବାହ କାର୍ଯ୍ୟ , ସନ୍ତାନ ନହେବା କିମ୍ବା ଅତ୍ୟଧିକ ଖର୍ଚ୍ଚ ଇତ୍ୟାଦି ମଧ୍ୟ ତନ୍ତ୍ର ମନ୍ତ୍ରର ପରିଣାମ ଅଟେ । ରାତିରେ ଭୟଙ୍କର ସ୍ୱପ୍ନ ଦେଖିଲେ ତାହା ମଧ୍ୟ ତନ୍ତ୍ର ମନ୍ତ୍ର କାରଣରୁ ହୋଇଥାଏ ।

ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏକ ଖାସ ଉପାୟ କରିନେବା ଉଚିତ । କୌଣସି ଅଜଣା ଡାକ ଶୁଣିଲେ ଶବ୍ଦ ଦିଅନ୍ତୁ ନାହିଁ । କାରଣ ନକରାତ୍ମକ ଶକ୍ତି ଥରେ ହିଁ ଡାକିଥାଏ । ତେଣୁ ଯଦି ଏଭଳି ଅନୁଭୂତ ହେଉଛି ତେବେ ସତର୍କ ରୁହନ୍ତୁ । ଚାକିରୀ ଏବଂ ବ୍ୟବସାୟ ଚାଲୁ ନଥିଲେ ଏହାର ଅର୍ଥ କେହି ଆପଣଙ୍କ ଉପରେ ତନ୍ତ୍ର ମନ୍ତ୍ର କରିଛି ।

ଏଭଳି ସମସ୍ୟା ହେଲେ ତୁରନ୍ତ ତାନ୍ତ୍ରିକ ପାଖକୁ ଯିବା ଉଚିତ । ଘରେ ତୁଳସୀ ଗଛ ବାରମ୍ବାର ଶୁଖି ଯାଉଥିଲେ ତାହାର କାରଣ ମଧ୍ୟ ତନ୍ତ୍ର ମନ୍ତ୍ର କ୍ରିୟା ହୋଇଥାଏ । ଘରେ କୌଣସି ସୁସ୍ଥ ବ୍ୟକ୍ତିର ହଠାତ ମୃତ୍ୟୁ ହେବାର କାରଣ ମଧ୍ୟ ଏହା ହୋଇଥାଏ । ଗୃହପାଳିତ ପଶୁ ହଠାତ ମରିଗଲେ ମଧ୍ୟ ଏହା ଠିକ ହୋଇ ନଥାଏ । ତନ୍ତ୍ର ମନ୍ତ୍ର କ୍ରିୟା ହୋଇଥିଲେ ଆପଣଙ୍କ ମନରେ ସବୁବେଳେ ନକରାତ୍ମକ ଚିନ୍ତାଧାରା ଆସିଥାଏ ।

ତେଣୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ପାନ ପତ୍ର କିଣି ଆଣନ୍ତୁ ଏବଂ ସାତ ଦିନ ପର୍ଯ୍ୟନ୍ତ ଲଗାତାର ଏହି ଉପାୟ କରନ୍ତୁ । ପାନ ପତ୍ରର ଉଭୟ ପାର୍ଶ୍ଵରେ ଦୁଇ ବୁନ୍ଦା ସୋରିଷ ତେଲ ଲଗାଇ ଦିଅନ୍ତୁ ଏବଂ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ରଖି ଦିଅନ୍ତୁ । ଆଗାମୀ ଦିନ ସକାଳୁ ଘରର କେହି ବଡ଼ ବ୍ୟକ୍ତି ତାହାକୁ ନେଇ ବାହାରେ ଫିଙ୍ଗି ଦେବା ପରେ ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଏହାଦ୍ବାରା ତନ୍ତ୍ର ମନ୍ତ୍ର କ୍ରିୟାର ପ୍ରଭାବ ନଷ୍ଟ ହୋଇଯିବ ।

Leave a Reply

Your email address will not be published. Required fields are marked *