ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଖାସ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ନିଜ ଜୀବନରେ ଉପଯୋଗ କରନ୍ତି ତେବେ ଜୀବନର ସବୁ ସମସ୍ୟା ଦୂରେଇ ଯିବ । ପ୍ରାୟତଃ ସବୁ ହିନ୍ଦୁ ଘରର ତୁଳସୀ ଗଛ ରହିଥାଏ । କିନ୍ତୁ ତୁଳସୀ ଗଛରେ ଏହି ଜିନିଷ ବାନ୍ଧିବା ଦ୍ୱାରା ଆପଣଙ୍କୁ ସୌଭଗ୍ୟ ପ୍ରାପ୍ତ ହୋଇଥାଏ । ପୁରାଣରେ ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ବୋଲି କୁହାଯାଇଛି ।
ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ । ଯେଉଁ ସ୍ଥାନରେ ତୁଳସୀ ଗଛ ରହିଥାଏ ସେଠାରେ ତ୍ରିଦେବ ବାସ କରନ୍ତି । ଭଗବାନ ବିଷ୍ଣୁଙ୍କୁ ଭୋଗ ଚଢ଼ାଇବା ବେଳେ ତୁଳସୀ ପତ୍ର ନିଶ୍ଚୟ ଚଢ଼ାଇବା ଉଚିତ । ନଚେତ ପୂଜା ଅପୂର୍ଣ୍ଣ ହୋଇଥାଏ ।
ମାତ୍ର ଅନେକ ଲୋକ ଖାଲି ତୁଳସୀ ଗଛ ରଖି ଭୁଲ କରିଥାନ୍ତି । ବାସ୍ତବରେ ତୁଳସୀ ଗଛକୁ ରଖିଲେ ତାହା ଉପରେ ଏକ ନାଲି ଚୁନି ଘୋଡ଼ାଇ ଦେବା ଆବଶ୍ୟକ । ଯାହାଦ୍ୱାରା ଘରକୁ ସର୍ବଦା ସୁଖ ସମୃଦ୍ଧି ଆସିଥାଏ । ତୁଳସୀ ଗଛରେ ଚୁନି ପ୍ରତି ସପ୍ତାହ ବଦଳାଇ ଦେବା ଉଚିତ । ନଚେତ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ଶାଳୀଗ୍ରାମ ଏବଂ ତୁଳସୀର ବିବାହ କରାଇଲେ ରୋଗ ଦୁଃଖ ଶୋକ ସବୁ ଦୂର ହୋଇଥାଏ । ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ନିଜ ମୁହଁରୁ ଅପଶବ୍ଦ ବାହାର କରିବା ଉଚିତ ନୁହେଁ ।
ତୁଳସୀ ଗଛ ପାଖରେ ସର୍ବଦା ସ୍ୱଚ୍ଛତା ରହିବା ଆବଶ୍ୟକ । ଏହା ପାଖରେ କୌଣସି ପ୍ରକାରର ଆବର୍ଜନା , ଜୋତା ଚପଲ ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ତୁଳସୀଙ୍କର ଅପମାନ ହୋଇଥାଏ ଏବଂ ତୁଳସୀ ଗଛର ଆଖପାଖର ବାତାବରଣ ଅଶୁଦ୍ଧ ହୋଇଯାଏ । ଯାହାଦ୍ୱାରା ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।
ତୁଳସୀ ଗଛ ପାଖରେ ଲିଭି ଯାଇଥିବା ଦୀପ , ଗଣେଶ ପ୍ରତିମା ଏବଂ ପାଣି ଭର୍ତ୍ତି ପାତ୍ର ରଖିବା ଉଚିତ ନୁହେଁ । ତୁଳସୀ ଗଛ ପାଖରେ ପୋଷାକ ଶୁଖାଇବା ଉଚିତ ନୁହେଁ । କେବେବି ଖରାପ ମାଟିରେ ତୁଳସୀ ଗଛ , ମୁକୁଳା କେଶରେ ତୁଳସୀରେ ଜଳ ଚଢ଼ାଇବା ଭଳି କାମ କରନ୍ତୁ ନାହିଁ । ଘରେ ଶୁଖିଲା ତୁଳସୀ ରଖିବା ଉଚିତ ନୁହେଁ । ନଚେତ ଘରର ସୁଖ ସମୃଦ୍ଧି ସବୁ ନଷ୍ଟ ହୋଇଯାଏ ।
ଏହାର ଅର୍ଥ ଆପଣଙ୍କ ଜୀବନକୁ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି । ମାସିକ ଧର୍ମ ସମୟରେ ତୁଳସୀରେ ଜଳ ଚଢ଼ାଇବା ଉଚିତ ନୁହେଁ । ଏହାବ୍ୟତୀତ ଜୋତା ପିନ୍ଧି ଜଳ ଚଢ଼ାଇବା ଉଚିତ ନୁହେଁ । ଘରେ ଏକାଧିକ ତୁଳସୀ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ।
ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରହିବା ଉଚିତ । ତୁଳସୀରେ ଶିବଲିଙ୍ଗ ରଖିବା ଉଚିତ ନୁହେଁ । ତୁଳସୀ ଗଛରେ ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ । ନିୟମିତ ଭାବରେ ତୁଳସୀ ମୂଳରେ ଦୀପ ଜାଳିଲେ ମଣିଷକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ତୁଳସୀ ଗଛ ମୂଳରେ ନାଗଫେଣି ଗଛ ଆଦୋୖ ଲଗାଇବା ଉଚିତ ନୁହେଁ । କାରଣ କଣ୍ଟା ଜାତୀୟ ଗଛ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ । ଏହାକୁ ସର୍ବଶ୍ରେଷ୍ଠ ଏବଂ ମଙ୍ଗଳକାରୀ ମଣାଯାଏ । ଏହାଦ୍ବାରା ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।