ହଳଦୀ ଏକ ବିଶେଷ ପ୍ରକାରର ଔଷଧି ଅଟେ , ଯାହାକୁ ବ୍ୟବହାର କରି ଅନେକ ସମସ୍ୟା ଏବଂ ରୋଗରୁ ମୁକ୍ତି ମିଳିଥାଏ । ଆଉ ଏମିତିରେ ହଳଦୀ ଏବଂ ଦେବ ଗୁରୁ ବୃହସ୍ପତିଙ୍କ ସହିତ ସମ୍ବନ୍ଧ ରହିଛି । ଯାହାକି ଏକ ଭଲ ସଂଯୋଗ ଅଟେ । ତେଣୁ ଯଦି ମନୁଷ୍ୟ ବୃହସ୍ପତି ବାର ଅର୍ଥାତ ଗୁରୁବାର ଦିନ ହଳଦୀକୁ ବ୍ୟବହାର କରି କିଛି ବିଶେଷ ଉପାୟ କରେ ତେବେ ତାର ଭାଗ୍ୟ ବଦଳି ଯାଏ ।
ବିବାହରେ ବର ବଧୂକୁ ହଳଦୀ ଲଗାଇବା ପଛରେ ମଧ୍ୟ ଏହି ତାତ୍ପର୍ଯ୍ୟ ରହିଛି । ପ୍ରତ୍ୟେକ ଦିନ ପୂଜା ସମୟରେ ଯଦି ବେକ ଏବଂ ହାତରେ ହଳଦୀ ଟୀକା ଲଗାଯାଏ ତେବେ ବଚନରେ ମଧୁରତା ଆସିଥାଏ । ଏହାବ୍ୟତୀତ ଶରୀର ମଧ୍ୟ ଭଲ ରହିଥାଏ । ହଳଦୀ ଦାନ କଲେ ଗୁରୁଗ୍ରହରେ ଅନୁକୂଳତା ଆସିଥାଏ । ଘରର ବାହାର କ୍ଷେତ୍ରରେ ହଳଦୀ ରେଖା ଟାଣିଲେ ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୋଇପାରେ ନାହିଁ ।
ପ୍ରତ୍ୟେକ ଦିନ ଯଦି ବ୍ୟକ୍ତି ହଳଦୀ ମିଶା ପାଣିରେ ସ୍ନାନ କରେ ତେବେ ଚାକିରୀ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଥାଏ । ଜୀବନରେ ଅନେକ ସମସ୍ୟା ରହିଛି ଯେଉଁଥି ମଧ୍ୟରୁ ସବୁଥିରୁ ଗୁରୁ ଗ୍ରହଙ୍କୁ ଖୁସି କରିବା ଦ୍ୱାରା ହିଁ ଆଶ୍ୱସ୍ତି ମିଳିଥାଏ । ତେଣୁ ହଳଦୀର କିଛି ଖାସ ଛୋଟ ଛୋଟ ପ୍ରୟୋଗ କଲେ ଗୁରୁ ଗ୍ରହ ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଏହାବ୍ୟତୀତ ଯଦି ଘରେ କୌଣସି ନକରାତ୍ମକ ଶକ୍ତି ରହିଛି ତେବେ ତାହା ମଧ୍ୟ ଦୂରେଇ ଯାଏ ।
୧ . ପ୍ରଥମତଃ ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ତେବେ ପେଶା ହୋଇଥିବା ହଳଦୀ ଦାନ କରନ୍ତୁ । ଏହାଦ୍ବାରା ସବୁ ପ୍ରକାରର ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ । ମଥାରେ ମଧ୍ୟ ହଳଦୀ ତିଳକ କଲେ ଦିନର ଶୁଭାରମ୍ଭ ହୋଇଥାଏ । ଏହାଦ୍ବାରା ନକରାତ୍ମକତା ଶକ୍ତି ମଧ୍ୟ ଦୂରରେ ଥାଏ ।
୨ . ଯଦି ଜାତକରେ ବୃହସ୍ପତି ଗ୍ରହ ଦୁର୍ବଳ ରହିଛି ତେବେ ଏକ ଗୋଟା ହଳଦୀ ନେଇ ଏକ ହଳଦିଆ କପଡ଼ାରେ ବାନ୍ଧି ନିଜ ବାହୁରେ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ବୃହସ୍ପତି ମଜବୁତ ହେବ ଏବଂ ଆପଣଙ୍କୁ ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିବ । ଏହି ଉପାୟ ପ୍ରତ୍ୟେକ ଗୁରୁବାର କଲେ ଆପଣଙ୍କୁ ଚାକିରୀ ବ୍ୟବସାୟ କିମ୍ବା ସବୁ କ୍ଷେତ୍ରରେ ସଫଳତା ମିଳିବ ।
୩ . ଯଦି ଆପଣଙ୍କ ମନ କୌଣସି ପ୍ରକାରର ନକରାତ୍ମକ ଚିନ୍ତାରେ ଭରି ରହିଛି ଏବଂ ଆପଣ ସବୁବେଳେ ଚିନ୍ତିତ ରହୁଛନ୍ତି ତେବେ ସ୍ନାନ କରିବା ସମୟରେ ସ୍ନାନ ପାଣିରେ ଏକ ଚିମୁଟା ହଳଦୀ ମିଶାଇ ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ନକରାତ୍ମକତା ଦୂରେଇ ଯିବ । ଏହାଦ୍ବାରା ହଳଦୀ ତିଳକ ମଥାରେ ଲଗାଇଲେ ଚାକିରୀ କ୍ଷେତ୍ରରେ ସଫଳତା ମିଳିଥାଏ ।
୪ . ଘରେ କୌଣସି ପ୍ରକାରର ନକରାତ୍ମକତା ଅନୁଭୂତ ହେଉଥିଲେ ଘରର ପାଚେରୀ କିମ୍ବା ମୁଖ୍ୟଦ୍ୱାର ପାଖରେ ହଳଦୀ ରେଖା ଟାଣି ଦିଅନ୍ତୁ । ଏହି ଉପାୟ ପ୍ରତ୍ୟେକ ଦିନ କଲେ କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରି ପାରିବ ନାହିଁ । କିମ୍ବା ଆପଣ ପ୍ରତ୍ୟେକ ଦିନ ଅଳ୍ପ ଅଳ୍ପ ହଳଦୀ ସିଞ୍ଚି ପାରିବେ ।
୫ . ଯଦି ଆପଣଙ୍କ ବିବାହରେ କୌଣସି ପ୍ରକାରର ସମସ୍ୟା ଦେଖା ଦେଉଛି , ବିବାହ ବିଳମ୍ବ ହେଉଛି କିମ୍ବା ମନ ପସନ୍ଦର ସାଥି ମିଳିବାରେ ସମସ୍ୟା ହେଉଛି ତେବେ ସକାଳ ସମୟରେ ଏକ ଲୋଟା ପାଣିରେ ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରନ୍ତୁ । ଲୋଟାରେ ଲାଗିଥିବା ହଳଦୀକୁ ନେଇ ନିଜ ମଥାରେ ମଧ୍ୟ ଲଗାଇ ଦିଅନ୍ତୁ । ଏହାଦ୍ବାରା ବିବାହ ସମ୍ବନ୍ଧୀୟ କୌଣସିବି ସମସ୍ୟାର ସମାଧାନ ହୋଇଯିବ ।