ମହାଦେବ ନିଜ ଭକ୍ତ ଉପରେ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଏହିଦିନ ଅତି ଶ୍ରଦ୍ଧାରେ ଆରାଧନା କରୁଥିବା ବ୍ୟକ୍ତିର ସବୁ ମନସ୍କାମନାକୁ ମହାଦେବ ପୂରଣ କରିଥାନ୍ତି । ଭଗବାନ ଶିବ କେବେବି ନିଜ ଭକ୍ତ ଠାରୁ ଦାମୀ ମୂଲ୍ୟବାନ ଜିନିଷ ଇଚ୍ଛା କରନ୍ତି ନାହିଁ । କେବଳ ପାଣି ଯଦି ମହାଦେବଙ୍କ ଭକ୍ତ ନିଷ୍ଠାର ସହିତ ଅର୍ପିତ କରେ ତେବେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ମହାଦେବଙ୍କ ଅସଲ ଭକ୍ତ କେବେବି ଲୋକଙ୍କ ଦେଖିବା ପାଇଁ ପ୍ରହସନ କରି ନଥାଏ । ସେ ଖୁବ ସରଳ ଜୀବନଯାପନ କରିଥାଏ । ସେହି ବ୍ୟକ୍ତି ମଧ୍ୟରେ କେବେବି ଛନ୍ଦ କପଟ ନଥାଏ । ସେ ଜାଣି ଶୁଣି କେବେବି କାହାକୁ ଧୋକା ଦେଇ ନଥାଏ ।
ମହାଦେବଙ୍କ ଭକ୍ତ କେବେବି ସରଳ ପଶୁ ଉପରେ ଅତ୍ୟାଚାର କରି ନଥାଏ । ନିଷ୍ପାପ ପଶୁକୁ ସେ ସ୍ନେହ କରିଥାଏ । ପୌରାଣିକ ଧର୍ମଗ୍ରନ୍ଥରେ ରଚିତ ଅଛି ଯେ , ଯେଉଁ ବ୍ୟକ୍ତି ଧନବାନ ହୋଇଥିବା ସତ୍ତ୍ୱେବି ଗର୍ବ ଅହଂକାର କରି ନଥାଏ ଏବଂ ସମସ୍ତଙ୍କ ସହିତ ଭଲ ବ୍ୟବହାର ଦେଖାଇ ଥାଏ , ସେହି ବ୍ୟକ୍ତି ଉପରେ ଭଗବାନ ଶିବଙ୍କ କୃପା ରହିଥାଏ । ମହାଦେବଙ୍କ ଭକ୍ତ ମାନେ ବିନା କିଛି ପାଇବା ଆଶାରେ ପରର ଉପକାର କରି ଚାଲନ୍ତି । ଏମାନେ ନିଜର ପୁରା ଜୀବନରେ ଅନ୍ୟକୁ ଖୁସି ରଖିବା କଥା ହିଁ ଭାବନ୍ତି । ଯେଉଁ ବ୍ୟକ୍ତି ବଳଶାଳୀ ହେବା ସତ୍ତ୍ୱେବି କ୍ଷମାଶୀଳ , ସେହି ଭଳି ବ୍ୟକ୍ତି ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ରହିଥାଏ । ଯେଉଁ ବ୍ୟକ୍ତି ପାଖରେ ଧନ ନଥାଏ ତଥାପି ସେ ଅନ୍ୟକୁ ସାହାଯ୍ୟ ଏବଂ ଦାନ କରିଥାଏ , ସେହି ବ୍ୟକ୍ତି ଉପରେ ଭଗବାନ ପ୍ରସନ୍ନ ରହନ୍ତି ।
ଯେଉଁ ବ୍ୟକ୍ତି ମାନେ କିଛିବି ପାଇବାକୁ ବେଶୀ ଇଚ୍ଛା କରନ୍ତି ନାହିଁ , ବିନା କୌଣସି ସ୍ୱାର୍ଥରେ ସମସ୍ତଙ୍କୁ ସାହାଯ୍ୟ କରନ୍ତି , ସବୁ ସମସ୍ୟାକୁ ସାହସର ସହିତ ସାମ୍ନା କରନ୍ତି ସେହିଭଳି ଲୋକଙ୍କ ସାଥ ସବୁବେଳେ ଭଗବାନ ଶିବ ଦେଇଥାନ୍ତି । ଏହି ବ୍ୟକ୍ତି ମାନେ କେବେବି ନିଜକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ । କିନ୍ତୁ ଏମାନେ କାହାରି କ୍ଷତି କରନ୍ତି ନାହିଁ । କିନ୍ତୁ ଯଦି ଆପଣ ମହାଦେବଙ୍କୁ ସୋମବାର ଦିନ ବେଲପତ୍ର ଏବଂ ଜଳ ଚଢ଼ାଉଛନ୍ତି , ତେବେ ଆପଣଙ୍କ କ୍ରୋଧ ନିୟନ୍ତ୍ରଣ ହୋଇଯିବ । ଏହାବ୍ୟତୀତ ଏହି ସାତୋଟି ସଙ୍କେତ ମିଳିଲେ ବୁଝି ଯାଆନ୍ତୁ ଯେ ଆପଣଙ୍କୁ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଛି । ଏହି ସଙ୍କେତ ଆପଣଙ୍କୁ କୌଣସି ଆଧାରରେ ବି ମିଳିପାରେ ।
୧ . ବ୍ରହ୍ମ ମୁହୂର୍ତ୍ତରେ ଚନ୍ଦ୍ରମାଙ୍କ ଦର୍ଶନ:-
ଚଦ୍ରମା ମହାଦେବଙ୍କ ମସ୍ତକରେ ବିରାଜମାନ କରନ୍ତି ଏବଂ ଶୀତଳତା ପ୍ରଦାନ କରନ୍ତି । ଯଦି ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କର ନିଦ ହଠାତ ଭାଙ୍ଗି ଯାଉଛି ଏବଂ ଆପଣଙ୍କୁ ଚଦ୍ର ଦୃଶ୍ୟମାନ ହେଉଛି ତେବେ ଏହାର ଅର୍ଥ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କର ସବୁ ସମସ୍ୟାର ବହୁତ ଜଲଦି ସାମ୍ନା ହେବାକୁ ଯାଉଛି । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।
୨ . ଧଳା ନନ୍ଦି ଦର୍ଶନ:-
ନନ୍ଦି ଭଗବାନ ଶିବଙ୍କ ବାହନ ହୋଇଥାନ୍ତି । ଯଦି ସୋମବାର ଆପଣଙ୍କୁ ଧଳା ନନ୍ଦି ଦେଖା ଯାଉଛି ତେବେ ଏହାର ଅର୍ଥ ନନ୍ଦି ଭଗବାନ ଶିବଙ୍କ ଦର୍ଶନ ଦେବାକୁ ଆପଣଙ୍କ ନିକଟକୁ ଆସିଛନ୍ତି । ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ । ତେଣୁ ନନ୍ଦି ଦେଖାଗଲେ ହାତଯୋଡ଼ି ପ୍ରଣାମ ନିଶ୍ଚିତ କରନ୍ତୁ ।
୩ . ନାଗ ଦେବତା:-
ଭଗବାନ ଶିବ ନିଜ ବେକରେ ନଗରାଜ ବାସୁକିଙ୍କୁ ଧାରଣ କରିଥିଲେ । ଯଦି ଆପଣ ସୋମବାର ଦିନ ନାଗ ଦେବତାଙ୍କ ଦର୍ଶନ କରୁଛନ୍ତି ତେବେ ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ଦାରିଦ୍ର୍ୟତା ଦୂରେଇ ଯାଇଛି ଯିବ ।
୪ . ଏକୁଟିଆ ପୁଅ ଝିଅ ସାଥିରେ:-
ଯଦି ସୋମବାର ଦିନ ଆପଣ କୌଣସି ଝିଅ ପୁଅଙ୍କୁ ଗଛ ମୂଳେ କିମ୍ବା ମନ୍ଦିର ପାଖରେ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଭଲ ସଙ୍କେତ ଅଟେ । ଏହାର ଅର୍ଥ ଆପଣଙ୍କୁ ଏକ ଭଲ ଜୀବନସାଥୀ ମିଳିବ । ଏହାସହିତ ନିଜ ଜୀବନସାଥୀର ସପୋର୍ଟ ମଧ୍ୟ ପ୍ରାପ୍ତ ହେବ ।