ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି – ନୟନଂ ଛିନ୍ଦନ୍ତି ଶସ୍ତ୍ରାଣି
ନୟନଂ ଦହତି ପାବକଃ
ନ ଚୈନଂ କ୍ଲେଦୟତ୍ୟାପୋ
ନ ଶୋଷୟତି ମାରୁତଃ।। ଏହି ମନ୍ତ୍ରର ଅର୍ଥ ହେଉଛି ଆତ୍ମାକୁ ଶସ୍ତ୍ର କାଟି ପାରିବ ନାହିଁ, ଆତ୍ମା ଅଗ୍ନିରେ ଜଳି ପାରିବ ନାହିଁ, ଜଳରେ ବୁଡ଼ି ପାରିବ ନାହିଁ, ବାୟୁ ଉଡ଼ାଇ ପାରିବ ନାହିଁ। ଏହାର ଅର୍ଥ ଶରୀରର ଆତ୍ମା ଅମର ଅଟେ। କିନ୍ତୁ ମନୁଷ୍ୟ ଶରୀର ଅମର ନୁହେଁ।
ଈଶ୍ବରଙ୍କ ସୃଷ୍ଟିରେ କୌଣସି ପ୍ରାଣୀ ଜନ୍ମ ହେବା ମାତ୍ରେ ହିଁ ତାର ମୃତ୍ୟୁର ସମୟ ଓ କାରଣ ନିଶ୍ଚିତ ହୋଇ ଯାଇଥାଏ। ଆମ ପ୍ରାଚୀନ ଗ୍ରନ୍ଥରେ ମୃତ୍ୟୁକୁ ନେଇ ଅନେକ ରହସ୍ୟ ବିଷୟରେ କୁହାଯାଇଛି। ଗରୁଡ଼ ପୁରାଣରେ ସରୋରର ମୃତ୍ୟୁ ପରେ ଆତ୍ମାର ଯାତ୍ରା ବିଷୟରେ ଅନେକ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ ଆତ୍ମାର ନର୍କ ଯାତ୍ରା ବା ସ୍ବର୍ଗ ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ।
ଯେଉଁ ପ୍ରକାରର ଜନ୍ମ ସତ୍ୟ ଅଟେ, ସେହିପରି ମୃତ୍ୟୁ ମଧ୍ୟ ସତ୍ୟ ଅଟେ। ପ୍ରତ୍ୟେକ ମଣିଷ ଏହି ସତ୍ୟକୁ ଯାଇ ମଧ୍ୟ ମୃତ୍ୟୁକୁ ଭୟ କରିଥାନ୍ତି। ଗରୁଡ଼ ପୁରାଣରେ ମୃତ୍ୟୁ ଆସିବା ପୂର୍ବରୁ କିଛି ସଂକେତ ମିଳିଥାଏ, ଏହି ସଂକେତ ଦ୍ଵାରା ଆପଣ ଜାଣି ପାରିବେ ମୃତ୍ୟୁ କେତେବେଳେ ଆସିବାକୁ ଯାଉଚି। ଯେଉଁ ବ୍ୟକ୍ତିଙ୍କର ପାଣିରେ ବା ପାଖରେ ନିଜ ଶରୀରର ଛାଇ ପଡୁ ନଥାଏ, ତାହେଲେ ବୁଝି ଯାଆନ୍ତୁ କି ମୃତ୍ୟୁ ନିକଟତର ହୋଇଛି।
ଯେଉଁ ବ୍ୟକ୍ତିଙ୍କୁ ତାଙ୍କର ଆଖପାଖରେ ପିତୃପୁରୁଷଙ୍କ ଆତ୍ମା ବାରମ୍ବାର ଦେଖା ଦେଉଛି, ତାହେଲେ ବୁଝି ଯାଆନ୍ତୁ କି, ମୃତ୍ୟୁର ସଂକେତ ମିଳୁଛି। ଯେଉଁ ବ୍ୟକ୍ତିର ମୃତ୍ୟୁ ନିକଟତର ହୋଇ ଯାଏ, ତାଙ୍କ ନିଜ ଶରୀରରୁ ଅଜବ ପ୍ରକାରର ଗନ୍ଧ ବାହାରିଥାଏ। ଯେଉଁ ବ୍ୟକ୍ତିର ମୃତ୍ୟୁ ପାଖେଇ ଆସିଥାଏ, ତାକୁ ସୂର୍ଯ୍ୟ ଓ ଚନ୍ଦ୍ରର ଆଲୋକ ଦେଖାଯିବା କମି ଯାଇଥାଏ। ଏହାସହିତ ତାଙ୍କୁ ଆଖିରେ କୌଣସି ଦିବ୍ୟ ଦୃଷ୍ଟି ଦେଖା ଯାଇଥାଏ। ଯାହା ମୃତ୍ୟୁର ସଂକେତ ଅଟେ।