ଜାଣି ରଖନ୍ତୁ କପୋତର ଏହି କଥା । ଝିଅକୁ ଅଧିକ ସ୍ନେହ ନକରି ଶିଖନ୍ତୁ ଏହି କିଛି କଥା । ନଚେତ ଆପଣ ହିଁ ପଡ଼ିବେ ସମସ୍ୟାରେ ।

ଆଜି ଆମେ ଆପଣଙ୍କୁ ଏକ କୋପତ ଏବଂ କୋପତିର କାହାଣୀ କହିବୁ , ଯେଉଁଥିରୁ ଆପଣ ଜାଣିପ ପାରିବେ ଯେ ଘରେ ଝିଅଙ୍କ ଲାଳନ ପାଳନ କିପରି କରାଯିବା ଉଚିତ । ଆମ ଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି ଯେ ଘରେ ଝିଅର ଜନ୍ମକୁ ଲକ୍ଷ୍ମୀ ସ୍ୱରୂପା କୁହାଯାଏ । ମହାଭାରତରେ ଅର୍ଜୁନ କହିଛନ୍ତି ଯେ ଯେତେବେଳେ ସୃଷ୍ଟିରେ ଝିଅ ଜନ୍ମ ପାଇବା ବନ୍ଦ ହୋଇଯିବ ସେତେବେଳେ ସୃଷ୍ଟିର ଧୀରେ ଧୀରେ ବିନାଶ ହୋଇଯିବ ।

ମାତ୍ର ଆଜିକା ସମୟରେ ଝିଅଙ୍କୁ ଯେଉଁ ନଛୋ ଡ଼ ବନ୍ଧା ଭଳି ଲାଳନ ପାଳନ କରାଯାଉଛି ସେଥିପାଇଁ ଝିଅମାନେ ବିଗିଡ଼ି ଯାଉଛନ୍ତି । କାହାଣୀ ଅନୁଯାୟୀ ଏକ ଜଙ୍ଗଲରେ ଗୋଟିଏ କୋପତ ଏବଂ କୋପତି ବାସ କରୁଥିଲେ । ଥରେ ଥଣ୍ଡା ରାତିରେ କୋପତି କୋପତକୁ ଏକ କାହାଣୀ ଶୁଣାଇବାକୁ କହିଲା ଯାହାଦ୍ୱାରା ରାତି ବିତିଯିବ । ସେହିଠାରୁ କୋପତ ନିଜର କାହାଣୀ ଆରମ୍ଭ କଲା ।

କାହାଣୀ ଅନୁଯାୟୀ ଏକ ନଗରରେ ଜଣେ ସାହୁକାର ରହୁଥିଲା । ସାହୁକାରର ଦୁଇ ପୁଅ ଥିଲେ । ମାତ୍ର ସେ ଏକ ଝିଅ ପାଇଁ ଅତ୍ୟନ୍ତ ଇଚ୍ଛୁକ ଥିଲେ । ଶେଷରେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେଲେ । ନିଜ ଝିଅକୁ ସେ ଏତେ ଭଲ ପାଉଥିଲେ ଯେ ସେ କିଛି ମାଗିବା ଆଗରୁ ତାକୁ ସବୁକିଛି ମିଳି ଯାଉଥିଲା । ଏମିତି ଧୀରେ ଧୀରେ ସାହୁକାରର ଝିଅ ଧନୀ ଘରର ହୋଇଥିବାରୁ ବିଗିଡ଼ିବାରେ ଲାଗିଲା , ଅଧିକ ଟଙ୍କା ଖର୍ଚ୍ଚ , ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ ବୁଲିଲା ଇତ୍ୟାଦି ।

ଯାହାକୁ ସାହୁକାରଙ୍କ ସ୍ତ୍ରୀ ବିରୋଧ ମଧ୍ୟ କରୁଥିଲେ କିନ୍ତୁ ସାହୁକାର ଶୁଣୁ ନଥିଲେ । ମାତ୍ର ସେ ଧ୍ୟାନ ରଖିବା ଉଚିତ ଯେ ସବୁ ଝିଅକୁ ଦିନେ ନା ଦିନେ ପର ଘରକୁ ଯିବାର ଅଛି । ପୁଣି ଝିଅ ହେଉ ବା ପୁଅ କାହାକୁ ବି ଏତେ ସ୍ନେହ କରିବା ଉଚିତ ନୁହେଁ ଯାହାଦ୍ୱାରା ସେ ବିଗିଡ଼ି ଯିବ ।

ଧୀରେ ଧୀରେ ଝିଅ ବଡ଼ ହେବା ପରେ ସାହୁକାର ତାର ବିବାହ ପାଇଁ ପ୍ରସ୍ତାବ ଖୋଜିବାରେ ଲାଗିଲେ । ଶେଷରେ ଭଲ ପ୍ରସ୍ତାବ ମିଳିବା କ୍ଷଣି ଝିଅର ବିବାହ କରାଇ ଦେଲେ । ମାତ୍ର ଅଳ୍ପ କିଛିଦିନ ପରେ ଝିଅ ସାହୁକାରକୁ କଲ କରି ତାକୁ ସେଠାରୁ ନେଇ ଆସିବାକୁ କହିଲା ଏବଂ ଏହା ମଧ୍ୟ କହିଲା ଯେ ତାକୁ କୁଆଡ଼େ ନର୍କରେ ରଖିଛନ୍ତି । ଝିଅର ଶାଶୁ ଘରେ ପହଞ୍ଚିବା ମାତ୍ରେ ସେଠାରେ ସାହୁକାରକୁ କେହିବି ସମ୍ମାନ ଦେଲେ ନାହିଁ ।

ଜ୍ୱାଇଁ ମଧ୍ୟ ତାଙ୍କ ଝିଅକୁ ନେଇ ଯିବାକୁ କହିଲେ । ରାସ୍ତାରେ ଆସିବା ସମୟରେ ଯେତେବେଳେ ସାହୁକାର ଝିଅକୁ ଶାଶୁ ଘରର ସବୁ ଲୋକ ଏବଂ ଆଖପାଖ ପଡ଼ୋଶୀ ବିଷୟରେ ପଚାରିଲେ ସେତେବେଳେ ଝିଅ କହିଥିଲା ଯେ ସମସ୍ତେ ହିଁ ଦୁଷ୍ଟ ସ୍ୱଭାବର । ଏହା ଶୁଣି ସାହୁକାର ଜାଣି ପାରିଲା ଯେ ନିଶ୍ଚିତ ଭାବରେ ତାର ଝିଅର ଭୁଲ ଏବଂ ଯଦି ସେ ଝିଅକୁ ଏତେ ସ୍ନେହ ନକରି କିଛି ସଂସ୍କାର ଦେଇଥାନ୍ତା ତେବେ ଏଭଳି ସମୟ ଆସି ନଥାନ୍ତା ।

ଝିଅ ବାପ ଘରେ ପହଞ୍ଚିବା ମାତ୍ରେ ତା ସହିତ ତାର ଭାଉଜ ଏବଂ ମା କେହିବି କଥା ହେଲେ ନାହିଁ । ତାର ସାଙ୍ଗ ଏବଂ ପଡ଼ୋଶୀ ତାଙ୍କୁ ଏଣୁତେଣୁ କହିବାରେ ଲାଗିଲେ । ବାପାଙ୍କୁ ଦୁଃଖୀ ଦେଖି ଝିଅ ଧୀରେ ଧୀରେ ବୁଝିବାରେ ଲାଗିଲା ଯେ ଏସବୁ କେବଳ ତାର ନିଜ ଭୁଲ ପାଇଁ ହୋଇଛି । ଯାହାଦ୍ୱାରା ତାର ବାପାଙ୍କୁ କଷ୍ଟ ଭୋଗିବାକୁ ପଡ଼ୁଛି । ସେ ଯେମିତି ଅନ୍ୟ ମାନଙ୍କ ସହିତ ଖରାପ ବ୍ୟବହାର କରୁଥିଲା ସେହିଭଳି ବ୍ୟବହାର ନିଜ ସହିତ ମଧ୍ୟ ହେବାରେ ଲାଗିଲା । ଏବିଷୟରେ ସେ ନିଜ ବାପାଙ୍କୁ କହିଲା ଯେ ଯଦି ସେ ତାର ବିବାହ କରାଇ ନଥାନ୍ତେ ତେବେ ଏପରି ହୋଇ ନଥାନ୍ତା । ମାତ୍ର ସାହୁକାର ତାକୁ ବୁଝାଇଲେ ଯେ ଯଦି ସେ ଛଅ ମାସ ପର୍ଯ୍ୟନ୍ତ ଏକ ସାଧନା କରନ୍ତି ତେବେ ତାର ଶାଶୁ ଘର ଲୋକେ ସମସ୍ତେ ତାର ହାତମୁଠାରେ ରହିବେ ।

ସାଧନା ଅନୁଯାୟୀ ଛଅ ମାସ ପର୍ଯ୍ୟନ୍ତ ତାକୁ କୌଣସି ଲୋକ ସହିତ ଝଗଡ଼ା କରିବାକୁ ମନା କଲେ ସାହୁକାର ଏବଂ ସବୁ ଗୁରୁଜନଙ୍କ ପ୍ରତି ଭକ୍ତି ଏବଂ ସମ୍ମାନ ଦେବାକୁ କହିଲେ । ମାତ୍ର ଝିଅର ସର୍ତ୍ତ ଥିଲା ଯେ ସେ ଏହା କେବଳ ଛଅ ମାସ ପର୍ଯ୍ୟନ୍ତ ହିଁ କରିବ । ଏହାପରେ ସାହୁକାର ଝିଅକୁ ତାର ଶାଶୁ ଘରକୁ ନେଇଗଲେ । ଶାଶୁ ଘରେ ପହଁଚିବା ମାତ୍ରେ ଶାଶୁ ତାକୁ ଗାଳି କରିବାରେ ଲାଗିଲେ । ଏହା ଶୁଣି ସାହୁକାରର ଝିଅ କ୍ରୋଧିତ ହେଉଥିଲା ସତ କିନ୍ତୁ ସାଧନା ପାଳନ ପାଇଁ ଚୁପ ରହିଲା ।

ସାହୁକାର ଝିଅର ଶାଶୁକୁ କହିଲେ ଯେ ଝିଅ ବର୍ତ୍ତମାନ ବଦଳି ଯାଇଛି । ଏହା ଶୁଣି ଶାଶୁ ସର୍ତ୍ତ ରଖିଲା ଯେ ଯଦି ଝିଅ ଛଅ ମାସ ପରେବି ଏପରି ସ୍ଵଭାବ ରଖେ ତେବେ ସେ ଆଉ ତା ଘରକୁ ଆସିବେ ନାହିଁ । ଏଥିରେ ସାହୁକାର ମଧ୍ୟ ରାଜି ହୋଇଗଲେ । ସେହି ଦିନ ଠାରୁ ଝିଅ ନିଜର ସାଧନା ମାନିବାରେ ଲାଗିଲା ଏବଂ ସକାଳୁ ଜଲଦି ଉଠି ଗାଧେଇ ରୋଷେଇ କରି ଶାଶୁ ଶ୍ୱଶୁରଙ୍କୁ ପ୍ରଣାମ କରୁଥିଲା ।

ଦିନେ ସେ ନିଜ ଶ୍ୱଶୁର ପାଇଁ ଚା’ ବନାଇ ନେଇ ଯାଉଥିଲେ , ଯେତେବେଳେ ସେ ଚା’ କପ ଦେଉଥିଲା ସେତେବେଳେ ତା’ ହାତରୁ ଚା’ କପ ପଡ଼ି ଭାଙ୍ଗିଗଲା । ଶ୍ୱଶୁର ରାଗିଯାଇ କହିବାରେ ଲାଗିଲା ଯେ ସେ କାମବି ଠିକ ଭାବରେ ଜାଣିନାହିଁ । ସେ ମନେ ମନେ ଭାବୁଥିଲା ଯେ ଯଦି ତାର ବାପା ମନ୍ତ୍ର ଜପ କରୁ ନଥାନ୍ତେ ତେବେ ସେ ଏହାର ଜବାବ ଦେଇଥାନ୍ତା । ମାତ୍ର ସେ କ୍ରୋଧକୁ ନିୟନ୍ତ୍ରଣ କଲା । ଧୀରେ ଧୀରେ ସେ କ୍ରୋଧ ଉପରେ ବିଜୟ ଲାଭ କଲା ଏବଂ ଶାଶୁ ଘର ଲୋକେ ତାକୁ ଭଲ ପାଇଲେ । ସେ ଗର୍ଭବତୀ ହେଲା ଏବଂ ତାର ଗୃହସ୍ତି ମଧ୍ୟ ବେଶ ଭଲଭାବରେ ଚାଲିଲା । ତେଣୁ ଝିଅକୁ ଏତେବି ସ୍ନେହ କରି ବିଗାଡ଼ିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *