ଜାନୁଆରୀ ୧୪ ମକର ସଂକ୍ରାନ୍ତିରେ ଖାଇ ଦିଅନ୍ତୁ କେବଳ ଏହି ତିନୋଟି ଜିନିଷ । ମାତା ଲକ୍ଷ୍ମୀଙ୍କ କୃପା ହେବ ପ୍ରାପ୍ତ ।

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଅନେକ ମହତ୍ତ୍ୱ ରହିଛି । ଏହିଦିନ ସୂର୍ଯ୍ୟ ମକର ରାଶିରେ ଗୋଚର କରିବା କାରଣରୁ ମକର ସଂକ୍ରାନ୍ତି ପାଳିତ ହୋଇଥାଏ । ପ୍ରତ୍ୟେକ ବର୍ଷ ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପାଳିତ ହୋଇଥାଏ । ମାନ୍ୟତା ଅନୁଯାୟୀ ଏହିଦିନ ପବିତ୍ର ନଦୀ ସ୍ନାନ ଏବଂ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତ ହୋଇଥାଏ । ମକର ସଂକ୍ରାନ୍ତି ଦିନ ଲୋକେ ଧନ ସମ୍ପତ୍ତି ଅର୍ଜନ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ କରନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ଏହାବ୍ୟତୀତ ମକର ସଂକ୍ରାନ୍ତି ଦିନ କିଛି ବିଶେଷ ଜିନିଷ ସେବନ କରିବା ଦ୍ୱାରା ପୁରା ବର୍ଷ ଧନଧାନ୍ୟର ଅଭାବ ହୁଏନାହିଁ । ଏହି ବର୍ଷ ମକର ସଂକ୍ରାନ୍ତିରେ ଏକ ବିଶେଷ ସଂଯୋଗ ସୃଷ୍ଟି ହେବାକୁ ଯାଉଛି ।

ଏହିଦିନ ଦାନ ଧର୍ମ ଏବଂ ଶୁଭ କାର୍ଯ୍ୟ କରିବାର ଅତ୍ୟନ୍ତ ଭଲ ସଂଯୋଗ ରହିଛି । ଏହି ଦିନ ସୁନା ଚାନ୍ଦି କିଣିବା ଅତ୍ୟନ୍ତ ଶୁଭ ଅଟେ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମିଠା ବ୍ୟଞ୍ଜନ ତିଆରି କରି ଅର୍ପଣ କରନ୍ତୁ । ଏହାଦ୍ୱାରା ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ମକର ସଂକ୍ରାନ୍ତି ଦିନ ତିଳ ଏବଂ ଗୁଡ଼ ଲଡୁ ତିଆରି କରାଯାଏ ।

ଏହାକୁ ଦେବୀ ମାତାଙ୍କୁ ଅର୍ପିତ କରାଯାଏ ଏବଂ ବନ୍ଧୁ ବାନ୍ଧବଙ୍କ ମଧ୍ୟରେ ବଣ୍ଟା ଯାଇଥାଏ । ଏହିଦିନ ଅଭିଜିତ ମୁହୂର୍ତ୍ତରେ ତିଳ ଏବଂ ଗୁଡ଼ ଲଡୁ ପରିବାର ଲୋକଙ୍କ ସହିତ ସେବନ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପାରୁ ସମ୍ପର୍କରେ ମଧୁରତା ଆସିଥାଏ ଏବଂ ଧନ ଅର୍ଜିତ ହୋଇଥାଏ ।

ଚାକିରୀ ଏବଂ ବ୍ୟବସାୟରେ କୌଣସି ସମସ୍ୟା ଥିଲେ ତାହା ମଧ୍ୟ ଦୂର ହୋଇଯିବ । ବ୍ୟବସାୟରେ ଉନ୍ନତି ହେବ । ଦ୍ୱିତୀୟଟି ହେଉଛି ଖିଚୁଡ଼ି । ମକର ସଂକ୍ରାନ୍ତି ଦିନ ଚାଉଳ ଏବଂ ମୁଗ ଡାଲି ଖିଚୁଡ଼ି ବନାଇବାର ପରମ୍ପରା ରହିଛି । ଏହିଦିନ ଖିଚୁଡ଼ି ଦାନ କରିବା ମଧ୍ୟ ଅତ୍ୟନ୍ତ ଫଳଦାୟୀ ହୋଇଥାଏ । ଖିଚୁଡ଼ି ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରିବା ସହିତ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବା ଉଚିତ ।

ଘରକୁ ଆସିଥିବା ବନ୍ଧୁ ବାନ୍ଧବ ଏବଂ ପରିବାର ଲୋକଙ୍କ ସହିତ ଏହାକୁ ଗ୍ରହଣ ମଧ୍ୟ କରନ୍ତୁ । ମକର ସଂକ୍ରାନ୍ତି ଦିନ ଖିଚୁଡ଼ି ଖାଇବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ସୂର୍ଯ୍ୟ ଦେବତା ମଧ୍ୟ ପ୍ରସନ୍ନ ହୁଅନ୍ତି । ଶନିଙ୍କ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ।

କାରଣ ଖିଚୁଡ଼ିରେ ପଡିଥିବା ଚାଉଳ , ଡାଲି ଏବଂ ଅନ୍ୟାନ୍ୟ ପରିବା ଭିନ୍ନ ଭିନ୍ନ ଗ୍ରହ ସହିତ ସମ୍ବନ୍ଧିତ ହୋଇଥାଏ । ଏହାଦ୍ବାରା ଶନି ରାହୁ କେତୁଙ୍କ ଦୁଷ୍ପ୍ରଭାବ ମଧ୍ୟ ଦୂରେଇ ଯାଏ । ଖିଚୁଡ଼ିରେ ଘିଅର ସମ୍ବନ୍ଧ ଶୁକ୍ରଙ୍କ ସହିତ ରହିଛି । ମକର ସଂକ୍ରାନ୍ତିରେ ଖିଚୁଡ଼ି ଖାଇବା ଦ୍ୱାରା ନବଗ୍ରହର କୃପା ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଆରୋଗ୍ୟ ପ୍ରାପ୍ତି ହୋଇଥାଏ ।

ମକର ସଂକ୍ରାନ୍ତି ଦିନ କଦଳୀ ଏବଂ ଅଙ୍ଗୁର ନିଶ୍ଚୟ ଅର୍ପିତ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ । ଆରୋଗ୍ୟ ପ୍ରାପ୍ତ ହେବ ଏବଂ ଧନ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବ । ଶିକ୍ଷା , ବ୍ୟବସାୟ ଏବଂ ଚାକିରୀରେ ପଦୋନ୍ନତି ହେବ । ଏହିଦିନ ଲୁଣର ସେବନ ଅତ୍ୟନ୍ତ ଫଳଦାୟୀ ହେବ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *