ଜାନୁଆରୀ ୧୪ ମକର ସଂକ୍ରାନ୍ତି ! ଏହି ଛଅଟି ରାଶିର ବଦଳିବ ଭାଗ୍ୟ ଏବଂ ମିଳିବ ସଫଳତା ।

ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଥାଏ । ଏହିଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ । ଏହିଦିନ ଛଅଟି ରାଶି ପାଇଁ ବେଶ ଲାଭଦାୟକ ହେବ । ଏହି ଛଅଟି ରାଶି ବେଶ ଧନବାନ ହେବାକୁ ଯାଉଛନ୍ତି । ଯାହାଦ୍ୱାରା ସୂର୍ଯ୍ୟଦେବଙ୍କ କୃପା ପ୍ରାପ୍ତ ହେବା ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ଏହିଦିନ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟନ ହେବେ । ଏହିଦିନ ଦିନ ବଡ଼ ହୋଇଥାଏ । ସୂର୍ଯ୍ୟଙ୍କ ପ୍ରଭାବ କେବଳ ମକର ରାଶି ଉପରେ ନୁହେଁ ବରଂ ସବୁ ରାଶି ଉପରେ ପଡ଼ିଥାଏ । ଏହିଦିନ ଚନ୍ଦ୍ର ଏବଂ ଦେବଗୁରୁ ବୃହସ୍ପତି ମଧ୍ୟ ମକର ରାଶିରେ ପ୍ରବେଶ କରିବେ । ଏହିଦିନ ମାଲବ୍ୟ ଯୋଗ ଏବଂ ସୁସବ୍ୟ ଯୋଗ ମଧ୍ୟ ହେଉଛି ।

ତେଣୁ ଏହି ପରିପ୍ରେକ୍ଷୀରେ ଛଅ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ମନ ସମ୍ମାନ ବୃଦ୍ଧି ହେବା ସହିତ ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଛି । ଏହିଦିନ ସ୍ନାନ ଏବଂ ଦାନ କରିବାର ପରମ୍ପରା ରହିଛି । ଯାହାଦ୍ୱାରା ବ୍ୟକ୍ତି ଆରୋଗ୍ୟ ଏବଂ ଧନବାନ ହୋଇଥାଏ । ତେଣୁ ଏହିଦିନ ସକାଳୁ ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ ଏବଂ ଜପ କରିବା ଉଚିତ । ମକର ସଂକ୍ରାନ୍ତି ଦିନ ଯଦି ଆପଣଙ୍କ ଘରକୁ କୌଣସ ବୟସ୍କ , ଗରିବ , ଦିନ , ଦୁଃଖୀ ଆସୁଛନ୍ତି ତେବେ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ଆପଣ ଏହିଦିନ ନିଜ ସାମ୍ୟର୍ଥ ଅନୁଯାୟୀ ଦାନ କରି ପାରିବେ ଯାହାର ଅନେକ ଗୁଣା ଫଳ ପ୍ରାପ୍ତ ହୋଇଥାଏ ।

୧ . ମେଷ ରାଶି:-

ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଏହିଦିନ କୌଣସି ଶୁଭ ସମାଚାର ମିଳିପାରେ । ସେମାନଙ୍କ ହାତରେ କିଛି କାମ ହେବ ଯାହାଦ୍ୱାରା ସେମାନଙ୍କ ମାନ ସମ୍ମାନ ବୃଦ୍ଧି ହେବ । ଲୋକପ୍ରିୟତା ମିଳିବ ଏବଂ ରାଜନୀତି ସହିତ ଜଡ଼ିତ ଥିଲେ ସଫଳତା ପ୍ରାପ୍ତ ହେବ । ମାନସିକ ଶାନ୍ତି ମିଳିବ ଏବଂ ବୈବାହିକ ଜୀବନ ସୁଖମୟ ହେବ । ପରିବାରରେ ସୁଖଶାନ୍ତି ରହିବ ଏବଂ ଶତ୍ରୁ ଉପରେ ବିଜୟ ମିଳିବ ।

୨ . ବୃଷଭ ରାଶି:-

ବ୍ୟାପାର ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଲାଭ ମିଳିବ । ଭାଗ୍ୟର ପୁରା ସାଥ ମିଳିବ । ଧନ ଆଗମନରେ ପୁର୍ଣ୍ଣତା ଅନୁକୂଳତା ହେବ । ଆମଦାନୀ ବଢ଼ିବ ଏବଂ ଖର୍ଚ୍ଚ କମ ହେବ । ଧନ ଅର୍ଜନ ପାଇଁ ସମୟ ଅନୁକୂଳ ଅଟେ । ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ । ପାରିବାରିକ ଜୀବନ କୁଶଳ ରହିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ସ୍ଵଭାବରେ ଚିଡ଼ିଚିଡ଼ାପଣ ଆଣନ୍ତୁ ନାହିଁ ।

୩ . ମକର ରାଶି:-

ଏହିଦିନ ସୂର୍ଯ୍ୟ ମକର ରାଶିରେ ହିଁ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ସମେଟ ବୁଧ ଚନ୍ଦ୍ରମା ଶନି ମଧ୍ୟ ଉପସ୍ଥିତ ରହିବେ । ସାଢ଼େସାତିର ଏହା ଅନ୍ତିମ ସମୟ ଅଟେ । ଏହିଠାରୁ ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିଯିବ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ପରିବାର ସଦସ୍ୟଙ୍କ ସହାୟତା ମିଳିବ । ନୂଆ ପ୍ରସ୍ତାବ ମିଳିପାରେ ଏବଂ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ସନ୍ତାନକୁ ନେଇ ଖୁସିଖବର ମିଳିପାରେ । ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । ଧନ ସମ୍ପତ୍ତିରେ ବୃଦ୍ଧି ହେବ । କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ ।

୪ . କର୍କଟ ରାଶି:-

ସୂର୍ଯ୍ୟଙ୍କ ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ । ସବୁ କାର୍ଯ୍ୟରେ ସଫଳତା ମିଳିବ ଏବଂ ଅପାର ଧନ ଅର୍ଜନ କରିବେ ।ଜମି ଏବଂ ଘରେ ନିବେଶ କରିବେ । ଗୁରୁଜନ ଏବଂ ଜୀବନସଥୀଙ୍କ ସହଯୋଗ ମିଳିବ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ବିବାହ ଠିକ ହୋଇପାରେ । କ୍ରୋଧ ଠାରୁ ଦୂରେଇ ରୁହନ୍ତୁ । କେବଳ ସ୍ୱାସ୍ଥ୍ୟ ଉପରେ ଟିକିଏ ଧ୍ୟାନ ଦିଅନ୍ତୁ ।

୫ . ମୀନ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ସାଥ ମିଳିବ । କାରବାର କ୍ଷେତ୍ରରେ ଆପଣଙ୍କୁ ମନ ଇଚ୍ଛା ଲାଭ ଏବଂ ସଫଳତା ମିଳିବ । ନିକଟ ସମୟରେ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଜୀବନସାଥୀ କିମ୍ବା ପରିବାର ସହିତ ଆପଣ କେଉଁଠି ବୁଲିବାର ପ୍ଲାନ କରି ପାରନ୍ତି । ଚାକିରୀରେ ଉନ୍ନତି ହେବ । ଆମଦାନୀରେ ବୃଦ୍ଧି ହେବ । ଯାତ୍ରାର ଯୋଗ ରହିଛି । ଭୌତିକ ସୁଖ ପାଇଁ ଖର୍ଚ୍ଚ ବଢ଼ିପାରେ ।

୬ . ମିଥୁନ ରାଶି:-

ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ଫଳଦାୟୀ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ଏବଂ ଧନ ପ୍ରାପ୍ତିର ଯୋଗ ରହିଛି । ଅଟକି ରହିଥିବା ଧନ ପ୍ରାପ୍ତ ହେବ । ସନ୍ତାନ ତରଫରୁ ଖୁସି ଖବର ମିଳିପାରେ । କୌଣସି ପୁରୁଣା ବନ୍ଧୁ ସହିତ ସାକ୍ଷାତ ହୋଇପାରେ । ବାଣୀରେ ସଂଯମତା ରକ୍ଷା କରନ୍ତୁ । ପରିବାରରେ ହସଖୁସିର ବାତାବରଣ ରହିବ । କୌଣସି ପୁରୁଣା ରୋଗରୁ ମୁକ୍ତି ମିଳିବ । ନୂଆ କାମ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ ।

Leave a Reply

Your email address will not be published. Required fields are marked *