ଶରୀରର ଏହି ଅଙ୍ଗରେ ଝିଟିପିଟି ପଡ଼ିବା ହୋଇଥାଏ ଶୁଭ , ହୋଇପାରେ ରାଜଯୋଗ

ମନୁଷ୍ୟ ନିଜର ଭଲ ମନ୍ଦ କେବଳ ଭାଗ୍ୟ ଆଧାରରେ ଚର୍ଚ୍ଚା କରିଥାଏ । କିଛି ସମସ୍ୟା ଆସିଲେ ତାହାକୁ ଦୁର୍ଭାଗ୍ୟ ମଣିଥାଏ । ପୁଣି କିଛି ଖୁସି ଆସିଲେ ତାହାକୁ ସୌଭଗ୍ୟ ମନେ କରିଥାଏ । କିନ୍ତୁ ଏହା ସତ୍ୟ ଯେ ମଣିଷର ସୁଖ ଦୁଃଖ ଭାଗ୍ୟ ଉପରେ ଏବଂ କର୍ମ ଉପରେ ନିର୍ଭର କରିଥାଏ । ତେବେ ଶାସ୍ତ୍ରରେ କିଛି ଏପରି ସଙ୍କେତ ବିଷୟରେ କୁହାଯାଇଛି ଯାହାକୁ ଯଦି ଆପଣ ଜାଣି ରଖନ୍ତି ତେବେ ଆପଣଙ୍କ ଜୀବନ ସରଳ ହୋଇଯିବ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଝିଟିପିଟି ଦ୍ୱାରା ହେଉଥିବା ରାଜଯୋଗ ବିଷୟରେ କହିବୁ । ଝିଟିପିଟି ଯଦି ମନୁଷ୍ୟର କୌଣସି ଖାସ ଅଙ୍ଗରେ ପଡ଼େ ତେବେ ତାହାର କିଛି ଶୁଭ ଏବଂ ଅଶୁଭ ସଙ୍କେତ ମିଳିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଝିଟିପିଟି ଦ୍ୱାରା ଏକ ସ୍ୱତନ୍ତ୍ର ଟୋଟକା ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ମନୁଷ୍ୟ ନିଜ ଭାଗ୍ୟ ବଦଳାଇ ପାରିବ ।

ଝିଟିପିଟି କୌଣସି ଏକ ନିର୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ଏବଂ ମନୁଷ୍ୟର କୌଣସି ନିର୍ଦିଷ୍ଟ ଅଙ୍ଗ ଉପରେ ପଡ଼ିବା ଭିନ୍ନ ଭିନ୍ନ ସଙ୍କେତ ସମ୍ବନ୍ଧରେ ସୂଚାଇ ଥାଏ । ଏଥିପାଇଁ ଯଦି ଦୀପାବଳି ଦିନ ଝିଟିପିଟି ଦେଖାଯାଏ ତେବେ ତାହାକୁ ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ । ଏହିଦିନ ଝିଟିପିଟି ଶରୀର ଉପରେ ପଡିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଯେ ଝିଟିପିଟି ଦ୍ୱାରା ଆମେ କେଉଁ ବିଶେଷ ପ୍ରୟୋଗ କରି ପାରିବା ଯାହା ଜୀବନକୁ ସରଳ କରିବାରେ ସାହାଯ୍ୟ କରି ପାରିବ । ଯଦି ଆପଣ ହଠାତ ଝିଟିପିଟି ଦେଖୁଛନ୍ତି ତେବେ ପୂଜାଘରୁ ସିନ୍ଦୁର ଏବଂ ଚାଉଳ ନେଇ ଯାଆନ୍ତୁ ଏବଂ ଦୂରରୁ ହିଁ ଝିଟିପିଟି ଉପରକୁ ଫିଙ୍ଗି ନିଜର ମନସ୍କାମନା ନୀରବରେ କହି ଦିଅନ୍ତୁ । ଶାସ୍ତ୍ର ଅନୁସାରେ ଝିଟିପିଟି ଏକ ପୂଜନୀୟ ଜୀବ ଅଟେ । ଯାହାକୁ ପୂଜା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂରେଇ ଯାଏ ଏବଂ ଜୀବନ ସହଜ ହୋଇଯାଏ ।

ମାତ୍ର ଏହାର ଏକ ନିର୍ଦିଆ ସମୟ ରହିଛି । ଯାହାକି ସନ୍ଧ୍ୟା ସମୟରେ ପୂଜା କରିବା ସମୟରେ ଆପଣ ଝିଟିପିଟି ଦେଖିଲେ ଏହି ଉପାୟ କରିବା ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ଝିଟିପିଟିକୁ ଦେଖି ସମସ୍ତେ ଘୃଣା କରିଥାନ୍ତି ଏବଂ ଘଉଡ଼ାଇ ଦିଅନ୍ତି । ମାତ୍ର ଏପରି କରିବା ଦ୍ୱାରା ନିଜର ହିଁ କ୍ଷତି ହୋଇଥାଏ ।

ଦୀପାବଳି ସମୟରେ ଘର ସଫା କରିବା ସମୟରେ ଯଦି ହଠାତ ମୃତ୍ୟୁ ଝିଟିପିଟି ନଜରରେ ଆସିଯାଏ ତେବେ ତାହା ଅଶୁଭ ସଙ୍କେତ ହୋଇଥାଏ । ତେଣୁ ଏପରି ଦେଖିଲେ ତୁରନ୍ତ ତାହାକୁ ମାଟିରେ ଗାତ ଖୋଳି ପୋତି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ପାପ ଲାଗିବ ନାହିଁ କିମ୍ୱା ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହେବେ ନାହିଁ ।

ଯଦି ଆପଣ ଖାଦ୍ୟ ଖାଇବା ସମୟରେ ଝିଟିପିଟିର ଶବ୍ଦ ଶୁଣିବାକୁ ପାଉଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ହଠାତ ଆର୍ଥିକ ଲାଭ ହେବାକୁ ଯାଉଛି ଏବଂ କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି । ଏହାବ୍ୟତୀତ ଯଦି ଆପଣ କୌଣସି ଝିଟିପିଟିର ସମାଗମ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କର କୌଣସି ପୁରୁଣା ମିତ୍ର ସହିତ ସାକ୍ଷାତ ହେବାକୁ ଯାଉଛି । କିମ୍ବା ଆପଣଙ୍କର କୌଣସି ପସନ୍ଦର ଲୋକ ସହିତ ଆପଣଙ୍କ ମିଳନ ହେବାକୁ ଯାଉଛି ।

ଯଦି ଆପଣ ସ୍ୱପ୍ନରେ ମୃତ ଝିଟିପିଟି ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ବହୁତ ଜଲଦି କିଛି ଖରାପ ଖବର ମିଳିବାକୁ ଯାଉଛି ଯାହାର ଆପଣ କଳନା ମଧ୍ୟ କରି ନଥିବେ । ଯଦି ଯିବା ସମୟରେ ମନୁଷ୍ୟର ହାତରେ କିମ୍ବା ମୁଣ୍ଡରେ ଝିଟିପିଟି ଖସି ପଡ଼େ ତେବେ ନିକଟ ଭବିଷ୍ୟତରେ ମାନ ସମ୍ମାନ ମିଳିବାର ସଙ୍କେତ ଅଟେ ।

ଯଦି ଆପଣ ଭୋଜନ କରିବା ସମୟରେ ଝିଟିପିଟି ଦେଖନ୍ତି ତେବେ ତାହା ଶୁଭ ହୋଇଥାଏ । ମାତ୍ର ଯଦି ଆପଣ ଭୋଜନ କରିବା ସମୟରେ କୌଣସି ଝିଟିପିଟି ଗୋଡ଼ ଉପରକୁ ଉଠି ଆସେ ତେବେ ତାହାର ଅର୍ଥ ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ହୋଇ ପାରନ୍ତି । ଯଦି ଦୁଇ ବ୍ୟକ୍ତି କଥା ହେଉଥିବା ସମୟରେ ହଠାତ ଝିଟିପିଟିର ଶବ୍ଦ ଶୁଣାଯାଏ

ତେବେ ତାହାର ଅର୍ଥ ଆପଣ ଯେଉଁ କଥା କହୁଥିବେ ତାହା ସତ ହୋଇଯିବ । ଝିଟିପିଟି ମୁଣ୍ଡରେ ପଡ଼ିଲେ ତାହା ଧନ ପ୍ରାପ୍ତିର ସଂକେତ ଅଟେ । ଯଦି ଝିଟିପିଟି କୌଣସି କିଟପତଙ୍ଗକୁ ଶିକାର କରୁଥିବା ସମୟରେ ଆପଣ ଦେଖି ନିଅନ୍ତି ତେବେ ତାହାର ଅର୍ଥ ଆପଣଙ୍କର ଧନ ଲାଭ ହୋଇପାରେ କିମ୍ବା କ୍ଷତି ହୋଇପାରେ ।

Leave a Reply

Your email address will not be published. Required fields are marked *