ମକର ସଂକ୍ରାନ୍ତି ଦିନ କରନ୍ତୁ ଏହି ଉପାୟ, ଘରକୁ ଆଗମନ କରିବେ ସ୍ଵୟଂ ଦେବୀ ଲକ୍ଷ୍ମୀ ଓ କୁବେର ମହାରାଜ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ସୂର୍ଯ୍ୟ ଓ ଶନିଙ୍କୁ ପ୍ରସନ୍ନ କରିବା ପାଇଁ ମକର ସଂକ୍ରାନ୍ତି ଦିନ ଅନେକ ଉପାୟ ଗୁଡ଼ିକ କରାଯାଇଥାଏ। ସୂର୍ଯ୍ୟ ଗ୍ରହ ଗୋଟେ ରାଶିରୁ ମକର ରାଶିକୁ ପ୍ରବେଶ କରିବା ମକର ସଂକ୍ରାନ୍ତି କୁହାଯାଏ। ଏହିଦିନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି। ଏହାସହିତ ଏହି ସମୟରେ ଭଗବାନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତି ଦିନ କିଛି ଖାସ ଉପାୟ କରିବା ଦ୍ଵାରା ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।

ମକର ସଂକ୍ରାନ୍ତି ଦିନ ଶୁଦ୍ଧ ଜଳରେ ସ୍ନାନ କରିବା ନିହାତି ଆବଶ୍ୟକ ଅଟେ। ଏଥିପାଇଁ ଆପଣ ସ୍ନାନ ପାଣିରେ ଅଳ୍ପ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ତାପରେ ତମ୍ବା ଲୋଟାରେ ଅଳ୍ପ ଚନ୍ଦନ ଓ ଲାଲ ସିନ୍ଦୂର ମିଶାଇ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। କୁହାଯାଏ କି, ମକର ସଂକ୍ରାନ୍ତି ଦିନ ଅସହାୟ ଲୋକଙ୍କୁ ଦାନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ।

ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଗ୍ରହ ଧନୁ ରାଶିରୁ ବାହାରି ମକର ରାଶିକୁ ପ୍ରବେଶ କରୁଛନ୍ତି। ମକର ରାଶିର ସ୍ବାମୀ ଶନିଦେବ ଅଟନ୍ତି। ଶନି ଗ୍ରହ ଭଗବାନ ସୂର୍ଯ୍ୟଙ୍କର ପୁତ୍ର ହେଲେ ମଧ୍ୟ ତାଙ୍କ ମଧ୍ୟରେ ମିତ୍ର ଭାବ ନାହିଁ। ତେଣୁ ମକର ରାଶିର ସୂର୍ଯ୍ୟ ଗ୍ରହ ପ୍ରବେଶ କରିବା ଦ୍ୱାରା ତିଳ ଦାନ କରିବା ନିହାତି ଆବଶ୍ୟକ ଅଟେ। କୁହାଯାଏ କି ସୂର୍ଯ୍ୟ ଗ୍ରହ ଶନିଦେବଙ୍କ ଘରକୁ ପ୍ରଥମଥର ପାଇଁ ଯାଇଥିଲେ ଏବଂ ଭଗବାନ ଶନି ତାଙ୍କୁ କଳା ତିଲକରେ ତାଙ୍କୁ ସ୍ବାଗତ କରିଥିଲେ।

ତେଣୁ ମକର ସଂକ୍ରାନ୍ତି ଦିନ ଭଗବାନ ଶନିଙ୍କ ପୂଜାରେ କଳା ତିଳ ଅର୍ପଣ କରାଯାଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଅଶୁଭ ସ୍ଥିତିରେ ରହିଛନ୍ତି, ତାହେଲେ ଆପଣ ଘରେ ଆଣି ସୂର୍ଯ୍ୟ ଯନ୍ତ୍ର ରଖନ୍ତୁ। ଏହାସହିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ପାଣିରେ ଅଳ୍ପ କଳା ତିଳ ମିଶାଇ ଦିଅନ୍ତୁ। ସୂର୍ଯ୍ୟ ଗ୍ରହକୁ ପ୍ରସନ୍ନ କରିବା ପାଇଁ ଆପଣ ଏହିଦିନ କ୍ଷୀରି ପ୍ରସ୍ତୁତ କରି ଭୋଗ ଲଗାଇ ସେବନ କରନ୍ତୁ।

ଆଉ ଏକ ବିଶେଷ ଉପାୟ କରନ୍ତୁ, ସକାଳୁ ଉଠି ଆପଣ ୧୪ ଗୋଟି କଉଡ଼ି ନିଅନ୍ତୁ। ତାପରେ କ୍ଷୀରରେ ଅଳ୍ପ ହଳଦୀ ମିଶାଇ କଉଡ଼ିକୁ ସେଥିରେ ଧୋଇ ଦିଅନ୍ତୁ ଏବଂ ଗଙ୍ଗାଜଳରେ ବୁଡାଇ ଏହାକୁ ଦେବୀ ଲକ୍ଷ୍ମୀଙ୍କ ଚରଣରେ ରଖି ଦୁଇଟି ଦୀପ ପ୍ରଜ୍ବଳନ କରନ୍ତୁ। ତାପରେ ଆପଣ ଓଁ ସଂକ୍ରାତ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ ଧନଧାନ୍ୟ ବୃଦ୍ଧି ହେବ। ଏହାସହିତ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

Leave a Reply

Your email address will not be published. Required fields are marked *