ସୂର୍ଯ୍ୟଙ୍କୁ ଏହିପରି ଦିଅନ୍ତୁ ଅର୍ଘ୍ୟ । ଜୀବନର ସବୁ ସମସ୍ୟା ହୋଇଯିବ ଦୂର ଏବଂ ଆପଣ ହେବେ ଉର୍ଜାବାନ ।

ସମଗ୍ର ସୌର ଜଗତରେ ସୂର୍ଯ୍ୟ ହିଁ ମୁଖ୍ୟ ଏବଂ ସବୁ ଜୀବଜନ୍ତୁଙ୍କୁ ସୂର୍ଯ୍ୟଙ୍କ ଠାରୁ ହିଁ ଶକ୍ତି ମିଳିଥାଏ । ସେଥିପାଇଁ ସୂର୍ଯ୍ୟଙ୍କୁ ସକାଳ ଶକ୍ତିର ଆଧାର ବୋଲି କୁହାଯାଏ । ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଦିନର ଆରମ୍ଭ କରିବା ଉଚିତ । ମାତ୍ର ଏପରି ପ୍ରତ୍ୟେକ ଦିନ ସମ୍ଭବ ନହେଲେ କେବଳ ରବିବାର ଦିନ ଜଳ ଅର୍ଘ୍ୟ ଦେଇ ପାରିବେ । ସୂର୍ଯ୍ୟଙ୍କ ବିନା ଜୀବନ ସମ୍ଭବ ନୁହେଁ । ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଲେ ଅନେକ ଲାଭ ମିଳିଥାଏ । ସ୍ୱୟଂ ଭଗବାନ ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ଭଗବାନ ଶ୍ରୀକୃଷ୍ଣଙ୍କ ପର୍ଯ୍ୟନ୍ତ ଭଗବାନ ସୂର୍ଯ୍ୟଙ୍କୁ ପ୍ରତ୍ୟେକ ଦିନ ଅର୍ଘ୍ୟ ଦେଉଥିଲେ । ସୂର୍ଯ୍ୟ ପୃଥିବୀର ବିନାଶ ମଧ୍ୟ ହୋଇ ପାରନ୍ତି ।

ଯଦି ଆପଣଙ୍କ ମନ ନିୟନ୍ତ୍ରଣରେ ନାହିଁ ଏବଂ ଆପଣଙ୍କୁ ଏଣୁତେଣୁ ଚିନ୍ତା ଘାରୁଛି ଏବଂ ମନରେ ନକରାତ୍ମକତା ଭରି ରହିଛି । ତେବେ ସୂର୍ଯ୍ୟ ଦେବଙ୍କ ଉପାସନା ନିଶ୍ଚିତ କରନ୍ତୁ । ଯାହାଦ୍ୱାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ । ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ଦ୍ୱାରା ଆତ୍ମାର ଶୁଦ୍ଧି ହୋଇଥାଏ । ସୂର୍ଯ୍ୟ ଦେବତାଙ୍କୁ ପ୍ରତ୍ୟେକ ଦିନ ସକାଳୁ ଉଠି ସ୍ନାନ କରି ଜଳ ଅର୍ଘ୍ୟ ଦେଲେ ଆପଣଙ୍କ ମନରୁ କାମ , କ୍ରୋଧ , ଦୁଃଖ ଦୂର ହୋଇଯିବ ।

ମନ ଏବଂ ଶରୀରରେ ଫୁର୍ତ୍ତି ଆସିଥାଏ । ଜାତକରେ ସୂର୍ଯ୍ୟ ଅଶୁଭ ସ୍ଥିତିରେ ଥିଲେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏବଂ ସେହିଭଳି ସୂର୍ଯ୍ୟ ଶୁଭ ସ୍ଥିତିରେ ଥିଲେ ଜୀବନରେ ସଫଳତା ମିଳିଥାଏ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ତେଣୁ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ କରିବା ପାଇଁ କିଛି ନିୟମ ପ୍ରତି ଧ୍ୟାନ ଦେବା ଉଚିତ ।

ସକାଳୁ ଅର୍ଘ୍ୟ ଦେବା ସମୟରେ କିଛି ଭୁଲ କରିବାରୁ ବଞ୍ଚିତ ହେବା ଉଚିତ । ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ସମୟରେ ବିଧି ପୂର୍ବକ ସୂର୍ଯ୍ୟଙ୍କ ଜପ କରିବା ଉଚିତ । ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଅଶୁଭ ରହେ ତେବେ ମନୁଷ୍ୟ ଦୃଷ୍ଟିଶକ୍ତି ହୀନ ମଧ୍ୟ ହୋଇପାରେ । ବିଦ୍ୟାର୍ଥୀ ମାନଙ୍କୁ ପାଠ ପଢ଼ାରେ ସମସ୍ୟା ଆସିଥାଏ ଏବଂ ପିତା ପୁତ୍ର ମଧ୍ୟରେ ବିବାଦ ଦେଖା ଦେଇଥାଏ ।

ହାତରେ କିମ୍ବା ତମ୍ବା ପାତ୍ରରେ ଜଳ ଭରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଆ ଯାଇଥାଏ । କିନ୍ତୁ ମନେ ରଖନ୍ତୁ ହାତରେ ଅର୍ଘ୍ୟ ଦେବା ସମୟରେ ଦୁଇ ହାତର ଆଙ୍ଗୁଠି ଯୋଡ଼ିବା ଉଚିତ ନୁହେଁ । ନଚେତ ତାହା ରାକ୍ଷସ ମୁଦ୍ରା ହୋଇଥାଏ । ଅନ୍ୟ କୌଣସି ଲୋଟାରେ ଅର୍ଘ୍ୟ ଦେଉଥିଲେ ମଧ୍ୟ ହାତର ଆଙ୍ଗୁଠିକୁ ଯୋଡ଼ନ୍ତୁ ନାହିଁ । ସୂର୍ଯ୍ୟ ଉଦୟ ସମୟରେ ହିଁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଉଚିତ ।

ସୂର୍ଯ୍ୟ ଉଦୟର ଦୁଇ ଘଣ୍ଟା ପରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେଲେ ତାହାର କୌଣସି ମୂଲ୍ୟ ରହେ ନାହିଁ । ଯଦି କୌଣସି କାରଣ ବଶତଃ ଆପଣ ସୂର୍ଯ୍ୟ ଉଦୟ ସମୟରେ ଅର୍ଘ୍ୟ ଦେଇ ପାରି ନାହାଁନ୍ତି ତେବେ ତିନି ଥର ଅର୍ଘ୍ୟ ଦେବା ପରିବର୍ତ୍ତେ ଚାରି ଥର ଅର୍ଘ୍ୟ ଦିଅନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ କ୍ଷମା ମାଗି ନିଅନ୍ତୁ । ସୂର୍ଯ୍ୟଙ୍କୁ ଅର୍ଘ୍ୟ କେବଳ ତମ୍ବା ପାତ୍ରରେ ହିଁ ଦିଅନ୍ତୁ ।

ଅନ୍ୟ କୌଣସି ପାତ୍ରରେ ଦେଲେ ତାହାର କୌଣସି ଲାଭ ମିଳି ନଥାଏ । ତମ୍ବା ପାତ୍ରରେ ଜଳ ପିଇଲେ ଶରୀରର ହଜମ ପ୍ରକ୍ରିୟା ମଧ୍ୟ ଜଲଦି ହୋଇଥାଏ । ତମ୍ବା ପାତ୍ରରେ କେବଳ ଜଳରେ ଅର୍ଘ୍ୟ ଦେବା ଉଚିତ ନୁହେଁ । ବରଂ ସେଥିରେ ହଳଦୀ କିମ୍ବା ଗଙ୍ଗାଜଳ କିମ୍ବା ଫୁଲ ମିଶଇ ଦେଇ ପାରିବେ । ଯଦି ଆପଣ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବାର ସଂକଳ୍ପ ନେଇଛନ୍ତି ତେବେ ସେହି ସଂକଳ୍ପକୁ ଭାଙ୍ଗନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *