ଘରକୁ ବାରମ୍ବାର ବିଲେଇ ଆସିବା , ଦେଇଥାଏ ଏହି ସଙ୍କେତ । ଜାଣନ୍ତୁ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ:-

ବିରାଡ଼ି ତ୍ରିଗୁଣ ଅଭିଶାପର ସଙ୍କେତ ଅଟେ । ମାତ୍ର ବିରାଡ଼ିକୁ କେଉଁ ରୂପରେ ଦେଖିଲେ ଅଶୁଭ ହୋଇଥାଏ ଏବଂ କେଉଁ ରୂପରେ ଦେଖିବା ଅଶୁଭ ହୋଇଥାଏ ତାହା ମଧ୍ୟ ବର୍ଣ୍ଣିତ ହୋଇଛି । ସାଧରଣତଃ ବିରାଡ଼ିକୁ ଅଲକ୍ଷ୍ମୀଙ୍କ ବାହାନ ମାନା ଯାଇଛି । ଅଲକ୍ଷ୍ମୀ ଦାରିଦ୍ର୍ୟତାର ଦେବୀ ଅଟନ୍ତି । ଅଲକ୍ଷ୍ମୀଙ୍କୁ ରାହୁ ଦୋଷର କାରଣ ମଧ୍ୟ ମାନାଯାଏ । ବିରାଡ଼ିଙ୍କୁ ପିତୃଙ୍କ ରୂପ ମଧ୍ୟ ମାନା ଯାଏ ।

ତେଣୁ ମାତା ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀଙ୍କ ବାହାନ ବିରାଡ଼ି ଯଦି ଘରକୁ ଆସେ ତେବେ ଘରେ କଣ ଅଶୁଭ ହୋଇଥାଏ ତାହା ଜାଣିନେବା ଉଚିତ । ବିରାଡ଼ି ତ୍ରିଗୁଣ ଅଭିଶାପ ଅର୍ଥାତ ଅଲକ୍ଷ୍ମୀ , ରାହୁ ଏବଂ ପିତୃଙ୍କ ଅଭିଶାପ ହୋଇଥାଏ । ଏମିତିରେ ବିରାଡ଼ିକୁ କଳା ଯାଦୁ ତନ୍ତ୍ରର ପ୍ରତୀକ ମଧ୍ୟ ମାନା ଯାଏ ।

ବାସ୍ତୁ ଶାସ୍ତ୍ରରେ ବିରାଡ଼ିକୁ ନକରାତ୍ମକ ଶକ୍ତିର ଉତ୍ସ ମାନାଯାଏ । କାରଣ ବିରାଡ଼ି ଯେଉଁଠି ରହିଥାଏ , ସେଠାରେ ନକରାତ୍ମକତା ରହିଥାଏ । ମାତ୍ର ବିରାଡ଼ି ସହ ଜଡ଼ିତ ସବୁ ସଙ୍କେତ ଅଶୁଭ ହୋଇ ନଥାଏ । ଅନେକ ସମୟରେ ବିରାଡ଼ି ଶୁଭ ସଙ୍କେତ ଦେଇଥାଏ ଏବଂ ଘରର ସମ୍ପନ୍ନତା ବଢ଼ାଇ ଦେଇଥାଏ । ଯଦି ଆମେ ନାରଦ ପୁରାଣ କଥା ମାନିବା ତେବେ ବିରାଡ଼ି ବାରମ୍ବାର ଘରକୁ ଆସିବା ଶୁଭ ହୋଇ ନଥାଏ ।

ବିରାଡ଼ି ଯଦି ଘରେ କ୍ଷୀରରେ ମୁହଁ ମାରିଲେ ଘରେ ଧନ ହାନୀ ହୋଇଥାଏ । ଯଦି ଆପଣଙ୍କ ଘରେ ବିରାଡ଼ି ମଳତ୍ୟାଗ କରେ ତେବେ ଅନର୍ଥର ସମ୍ଭାବନା ବଢ଼ାଇ ଦିଏ । ମାତ୍ର ଦକ୍ଷିଣ ଭାରତୀୟ ପରମ୍ପରା ଅନୁଯାୟୀ ବିରାଡ଼ିକୁ ଅତ୍ୟନ୍ତ ଶୁଭ ମାନା ଯାଏ ।ବିରାଡ଼ିକୁ ଖରାପ ଶକ୍ତି ଠାରୁ ମନୁଷ୍ୟକୁ ରକ୍ଷା କରୁଥିବା ଜୀବ ମାନା ଯାଏ । ଦକ୍ଷିଣ ଭାରତରେ ଏକ ହଜାର ବର୍ଷ ପୂର୍ବରୁ ବିରାଡ଼ିକୁ ପୂଜା କରିବାର ମଧ୍ୟ ପରମ୍ପରା ରହିଛି ।

ବିଦେଶରେ ମଧ୍ୟ ବିରାଡ଼ିକୁ ଶୁଭ ପ୍ରତୀକ ମାନା ଯାଇଛି । ଏପରି କୁହାଯାଇଛି ଯେ ଯଦି ଆପଣ ଧଳା ବିରାଡ଼ି ପାଳନ୍ତି ତେବେ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ହୋଇଯିବ । ରାସ୍ତାରେ ଯାଉଥିବା ସମୟରେ ବିରାଡ଼ି ବାଟ କାଟିଲେ ତାହାକୁ ଅଶୁଭ ମାନା ଯାଇଥାଏ । ଯଦି ବିରାଡ଼ି ଡାହାଣ ଦିଗରୁ ବାମ ଦିଗକୁ ରାସ୍ତା କାଟିଥାଏ ତେବେ ତାହା ଅଶୁଭ ହୋଇଥାଏ । ଯଦି ବିରାଡ଼ି ଭିନ୍ନ ଦିଗରୁ ଆସି ରାସ୍ତା କାଟିଥାଏ କିମ୍ବା ଆପଣଙ୍କ ପଛରୁ ଆସିଥାଏ ତେବେ ତାହା ଅଶୁଭ ହୁଏନାହିଁ । ଘରକୁ ଧଳା ବିରାଡ଼ି ଆସିଲେ ତାହା ଶୁଭ ହୋଇଥାଏ । ଏହାଦ୍ବାରା ଘରର ସବୁ ନକରାତ୍ମକ ଶକ୍ତି ଦୂରେଇ ଯାଏ ।

ଶାସ୍ତ୍ରରେ କଳା ବିରାଡ଼ିକୁ ଅଶୁଭ ମାନା ଯାଇଛି । ଘରେ କଳା ବିରାଡ଼ି ରହିବା ଭୂତ ପ୍ରେତର ସଙ୍କେତ ହୋଇଥାଏ । ସ୍ୱପ୍ନରେ ଯଦି ଆପଣଙ୍କୁ ବାରମ୍ବାର ବିରାଡ଼ି ଦେଖାଯାଏ ତେବେ ତାହା ଅଶୁଭ ହୋଇଥାଏ । ଏହା ନିକଟ ଭବିଷ୍ୟତରେ ବଡ଼ କ୍ଷତିର ସଙ୍କେତ ଅଟେ । ଆପଣଙ୍କ ଘରେ କାହାରି ସ୍ୱାସ୍ଥ୍ୟ ହାନୀ ହୋଇପାରେ ।

ସ୍ୱପ୍ନରେ କଳା ବିରାଡ଼ି ଆକ୍ରମଣ କରୁଥିଲେ ଧନ ହାନୀ ହୋଇଥାଏ । ମାତ୍ର ଧଳା ବିରାଡ଼ି ଦେଖିବା ଅର୍ଥ ଖରାପ ସମୟ ଶେଷ ହେବାକୁ ଯାଉଛି । ସକାଳୁ ଉଠିବା ମାତ୍ରେ ଯଦି ବିରାଡ଼ି ଦେଖୁଛନ୍ତି ତେବେ ଘରକୁ କେହି ଅତିଥି ଆସିବାର ଅଛି । ଯଦି ବିଦ୍ୟାର୍ଥୀଙ୍କୁ ସକାଳୁ ବିରାଡ଼ି ଦେଖାଯାଏ ତେବେ ପରୀକ୍ଷା କିମ୍ବା ଅନ୍ୟ କୌଣସି କାମରେ ସଫଳତା ମିଳିବାର ସଙ୍କେତ ଅଟେ ।

Leave a Reply

Your email address will not be published. Required fields are marked *