ଏହି ପାଞ୍ଚଟି ସ୍ୱପ୍ନ ଦେଇଥାଏ ଆପଣଙ୍କ ମୃତ୍ୟୁ ସଙ୍କେତ । ଜଲଦି ଜାଣି ନିଅନ୍ତୁ । ନଚେତ ହୋଇ ଯାଇପାରେ ବିଳମ୍ବ ।

ସାଧାରଣତଃ ମନୁଷ୍ୟର ମୃତ୍ୟୁ ପୂର୍ବରୁ ତାକୁ କିଛି ବିଶେଷ ପ୍ରକାରର ସ୍ୱପ୍ନ ଆସିଥାଏ । ଯାହାକି ତାର ମୃତ୍ୟୁର ସଙ୍କେତ ହୋଇଥାଏ । ତେବେ କହିବାକୁ ଗଲେ ପୃଥିବୀରେ ଜନ୍ମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ କେବେ ନା କେବେ ସୁନିଶ୍ଚିତ । ଏପରି ଏକ କଥା ଅଛି ଯେ ‘ ମର୍ତ୍ତ ମଣ୍ଡଳେ ଦେହ ବୋହି , ଦେବତା ହୋଇଲେ ହେଁ ମରଇ । ‘ ଅର୍ଥାତ ସ୍ବୟଂ ଭଗବାନ ଯଦି ମନୁଷ୍ୟ ରୂପରେ ଜନ୍ମ ନିଅନ୍ତି ତେବେ ତାଙ୍କର ମଧ୍ୟ ମୃତ୍ୟୁ ନିଶ୍ଚିତ ଅଟେ । ସଂସାରରେ ଜନ୍ମ ଏବଂ ମୃତ୍ୟୁ ଏହି ଦୁଇଟି ଜିନିଷ ହିଁ ସତ୍ୟ ଅଟେ । ଯାହାକୁ କେହିବି ମିଥ୍ୟା ପ୍ରମାଣିତ କରି ପାରିବେ ନାହିଁ । ମୃତ୍ୟୁ ପୂର୍ବରୁ ମନୁଷ୍ୟ ଜୀବନରେ କିଛି ସଙ୍କେତ ଆସିଥାଏ ।

ଶାସ୍ତ୍ର ଅନୁସାରେ ଏହା କୁହାଯାଇଛି ଯେ ମୃତ୍ୟୁ ପୂର୍ବରୁ ଏହିସବୁ ସଙ୍କେତ ସ୍ୱପ୍ନ ମାଧ୍ୟମରେ ବି ଆସିପାରେ । ତେବେ ଆପଣ ମଧ୍ୟ ଜାଣି ରଖନ୍ତୁ ଯେ ଯଦି ଆପଣଙ୍କୁ ବି ଏପରି ସ୍ୱପ୍ନ ଆସୁଛି ତେବେ ନିଶ୍ଚୟ ଆପଣଙ୍କ ମୃତ୍ୟୁ ପାଖେଇ ଆସୁଛି ।

୧ . ଲଣ୍ଡା ହେଉଥିବାର ଦେଖିବା:-

ସ୍ୱପ୍ନରେ କାହାକୁ ଲଣ୍ଡା ହେଉଥିବାର ଦେଖିବା କିମ୍ବା ନିଜେ ଲଣ୍ଡା ହେଉଥିବାର ଦେଖିବା ଆଦୋୖ ଶୁଭ ହୋଇ ନାଥଏ । ଏପରି ସଙ୍କେତ ଆପଣଙ୍କର କୌଣସି ସମ୍ପର୍କୀୟ କିମ୍ବା ନିଜର ମୃତ୍ୟୁର ସଙ୍କେତ ଦେଇଥାଏ । ଏହାର ଅର୍ଥ ବହୁତ ଜଲଦି ଆପଣଙ୍କ ମୃତ୍ୟୁ ହେବାକୁ ଯାଉଛି ।

୨ . ଭଙ୍ଗା ମୂର୍ତ୍ତି:-

ଯଦି ଆପଣ ସ୍ୱପ୍ନରେ ଭଗବାନଙ୍କ ଦର୍ଶନ ଏବଂ ପୂଜା ଦେଖିଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ଯଦି ଆପଣ ଭଗବାନଙ୍କର ଭଙ୍ଗା ମୂର୍ତ୍ତି ଦେଖୁଛନ୍ତି ତେବେ ତାହା ଆଦୋୖ ଶୁଭ ନୁହେଁ । ଏହାର ଅର୍ଥ ବହୁତ ଜଲଦି ଆପଣଙ୍କର କୌଣସି ବଡ଼ ଦୁର୍ଘଟଣା ଘଟିପାରେ । ଆପଣଙ୍କ ଘରକୁ ସମସ୍ୟା ଆସିପାରେ ।

୩ . ଝଡ଼ ଏବଂ ଗଛ ଭାଙ୍ଗି ପଡ଼ିବା:-

ସ୍ୱପ୍ନରେ ଗଛ ଉପରୁ ତଳକୁ ଭାଙ୍ଗି ପଡ଼ିବା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ । ଏହାର ଅର୍ଥ ଆପଣଙ୍କ ମୃତ୍ୟୁ ପାଖେଇ ଆସୁଛି ।

୪ . ଢୋଲ ବାଦନ:-

ଯଦି ଆପଣ ସ୍ୱପ୍ନରେ ନିଜକୁ ଢୋଲ ବଜାଉ ଥିବାର ଦେଖିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ସହିତ କିଛି ବହୁତ ବଡ଼ ଖରାପ କିମ୍ବା ଅଶୁଭ ଘଟଣା ଘଟିବାକୁ ଯାଉଛି ।

୫ . କଳା କାଉ:-

ସ୍ୱପ୍ନରେ ଯଦି ଆପଣ କଳା କାଉ ବାରମ୍ବାର ଦେଖୁଛନ୍ତି କିମ୍ବା କାଉ ଆପଣଙ୍କ ମୁଣ୍ଡ ଉପରେ ବସୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ସହିତ କିଛି ଖରାପ ହେବାକୁ ଯାଉଛି । କାରଣ ଏପରି ମାନା ଯାଇଥାଏ ଯେ କାଉ ସବୁବେଳେ ଖରାପ ସମାଚାରକୁ ମନୁଷ୍ୟ ମୁଣ୍ଡ ଉପରେ ବସି ସୂଚାଇ ଥାଏ ।

Leave a Reply

Your email address will not be published. Required fields are marked *