ଘରେ ଝାଡୁ ଲଗେଇବାର 5 ମିନିଟ ପୂର୍ବରୁ କରିନିଅନ୍ତୁ ଏହି ମହା ଉପାୟ ଜୀବନ ରେ ପୁଣି କେବେ ପଇସା ର ଅଭାବ ହେବ ନାହିଁ..

ଝାଡୁ କୁ ଆମ ଧର୍ମ ରେ ମା ଲକ୍ଷ୍ମୀ ଙ୍କ ରୂପ ମାନା ଯାଇଛି | ଏବଂ ଝାଡୁ ବିଷୟରେ ଅନେକ ଶୁଭ ଏବଂ ଅଶୁଭ ମାନ୍ୟତା ମଧ୍ୟ ରହିଛି | ଯାହାକୁ ଆମେ ପାଳନ ମଧ୍ୟ କରିଥାଉ କିନ୍ତୁ ଝାଡୁ ଲଗେଇବା ପୂର୍ବରୁ ଗୋଟିଏ ଛୋଟିଆ କାମ ଆପଣଙ୍କ ଧନ କୁ ବୃଦ୍ଧି କରିବ ଏବଂ କରଜ ରୁ ମୁକ୍ତି ଦେବ | ଝାଡୁ ଦ୍ୱାରା ଦାରିଦ୍ର୍ୟ ରୂପୀ ମଇଳା କୁ ଆମେ ଘରୁ ବାହାର କରିଥାଉ |

ବନ୍ଧୁଗଣ ମାନ୍ୟତା ଅନୁସାରେ ଯେଉଁ ଘର ସର୍ବଦା ସଫା ସୁତର ରହିଥାଏ ସେହି ଘରର ବାତାବରଣ ସର୍ବଦା ସକାରାତ୍ମକ ରହିଥାଏ | ଏବଂ ଘରେ କେବେ ବି ବାସ୍ତୁ ଦୋଷ ହୋଇନଥାଏ | ତେବେ ଆଜି ଆମେ ଆପଣଙ୍କୁ ଝାଡୁ ବିଷୟରେ ଖାସ କଥା କହିବାକୁ ଯାଉଛୁ | ତେବେ ଝାଡୁ ଲଗେଇବା ର ଅନେକ ଉପାୟ ରହିଛି ଯଦି ଏହାକୁ ଆପଣ ପାଳନ କରିପାରୁ ନାହାନ୍ତି | ତେବେ ଏହି ଛୋଟିଆ କାର୍ଯ୍ୟ କରନ୍ତୁ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ :

ଏହିପରି କୁହାଯାଏ କି ଏକାଦଶୀ ତିଥିରେ 3 ଝାଡୁ ପାଖ ରେ ଥିବା କୌଣସି ମନ୍ଦିର ରେ ଗୁପ୍ତ ଦାନ କରିବା ଦ୍ୱାରା ଉନ୍ନତି ହୋଇଥାଏ | ପୁରୁଣା ଝାଡୁ ବ୍ୟବହାର କରିବା ଦ୍ୱାରା ଘରେ ବାସ୍ତୁ ଦୋଷ ହୋଇ ଥାଏ | ତେଣୁ ପୁରୁଣା ଝାଡୁ ଘରୁ ବାହାର କରିଦେବା ଉଚିତ ହୋଇ ଥାଏ | ଶାସ୍ତ୍ର ରେ ଝାଡୁ ର ଗୁପ୍ତ ଦାନର ମହିମା ରହିଛି କିନ୍ତୁ ଘରେ ବ୍ୟବହାର କରୁଥିବା ଝାଡୁ କେବେ ଦାନ କରିବା ଉଚିତ ନୁହେଁ |

ଏହି ପରି କରିବା ଦ୍ୱାରା ମା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି | ଧ୍ୟାନ ରଖନ୍ତୁ ଅଇଁଠା କୁ ଝାଡୁ ରେ ସଫା କରିବା ଉଚିତ ନୁହେଁ | ଏହା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଏବଂ ଦୁଃଖ କଷ୍ଟ ବଢ଼ି ଯାଇଥାଏ | ଏହା ସହ ଘରେ ପୋଛା ଲଗେଇବା ସମୟ ରେ ପାଣି ରେ ଫିଟିକିରି ଅବା ଲୁଣ ମିଶେଇ ପୋଛା ଲଗେଇବା ଦ୍ୱାରା ଘରେ ପବିତ୍ରତା ବନି ରହିଥାଏ ଏବଂ ସୁଖ ସମୃଦ୍ଧି ବନି ରହିଥାଏ |

ପୌରାଣିକ ମାନ୍ୟତା ଅନୁସାରେ ଗୁରୁବାର ଦିନ ଘରେ ପୋଛା ଲଗେଇବା ଉଚିତ ନୁହେଁ | ତେବେ ଯଦି ପୋଛା ଲଗେଇବା ଅତ୍ୟନ୍ତ ଜରୁରୀ ଅଛି ତେବେ ପାଣି ରେ ହଳଦୀ ମିଶେଇ ପୋଛା ଲଗାନ୍ତୁ ଦୋଷ ଦୂର ହୋଇଥାଏ | ଝାଡୁ କୁ କୌଣସି ଖୋଲା ସ୍ଥାନ ରେ ରଖନ୍ତୁ ନାହିଁ,ଝାଡୁ କୁ ଏହିପରି ଜାଗା ରେ ରଖନ୍ତୁ ଯେଉଁଠି କାହାର ନଜର ନପଡେ |

ଯେଉଁଠି ଆପଣ ଖାଦ୍ୟ ଖାଆନ୍ତି ସେଇଠି ଝାଡୁ କଦାପି ରଖନ୍ତୁ ନାହିଁ ଏହା ଦ୍ୱାରା ଦରିଦ୍ରତା ଏବଂ ରୋଗ ବଢିଥାଏ | ନୂଆ ଝାଡୁ କିଣିକି ଆଣିବା ପରେ ସେଥିରେ ଧଳା ସୁତା ବାନ୍ଧି ଦିଅନ୍ତୁ ଏହା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥିର ରହିଥାନ୍ତି | ରାତି ରେ ଶୋଇବା ପୂର୍ବରୁ ଘରର ମୁଖ୍ୟ ଦ୍ୱାର ରେ ଟିକିଏ ଜିରା ରଖି ସେଥି ରେ ଝାଡୁ ରଖିଦିଅନ୍ତୁ ଏବଂ ସକାଳୁ ଉଠି ସେହି ଜିରା କୁ ଓଲେଇ ଘରୁ ବାହାର କରିଦିଅନ୍ତୁ ଏହା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ |

ମାନ୍ୟତା ଅନୁସାରେ ଝାଡୁ କୁ କେବେ ବି ପାଦ ରେ ଲଗେଇବା ଉଚିତ ନୁହେଁ | ଭୁଲ ରେ ବି କାହାକୁ ଝାଡୁ ରେ ମାରନ୍ତୁ ନାହିଁ, ଝାଡୁ କୁ କେବେ ଛିଡା କରି ରଖନ୍ତୁ ନାହିଁ | ଦୁଇଟି ଝାଡୁ କୁ କେବେ ବି ଏକାଠି ରଖନ୍ତୁ ନାହିଁ | ଯେବେ ବି ଆପଣ କୌଣସି ନୂଆ ଘରେ ପ୍ରବେଶ କରିବେ ନୂଆ ଝାଡୁ ନେଇକି ଯିବା ଉଚିତ ହୋଇଥାଏ | ନୂତନ ଘରେ ପ୍ରବେଶ କରିବା ସମୟ ରେ ନୂଆ ଝାଡୁ, ତୁଳସୀ ପତ୍ର ଏବଂ ଜଳ ପୂର୍ଣ୍ଣ ଢାଳ ନେଇ ପ୍ରବେଶ କରିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ | ଏବଂ ଧ୍ୟାନ ରଖନ୍ତୁ ରାତି ସମୟ ରେ କେବେବି ଝାଡୁ ଲଗେଇବା ଉଚିତ ନୁହେଁ | ଝାଡୁ କୁ କେବେ ବି ଜୋତା ଚପଲ ରଖିବା ସ୍ଥାନ ରେ ରଖନ୍ତୁ ନାହିଁ | ସର୍ବଦା ଝାଡୁ କୁ ସଫା ସୁତୁରା ଜାଗା ରେ ରଖିବା ଶୁଭ ହୋଇଥାଏ |ଝାଡୁ କୁ ସର୍ବଦା ପଶ୍ଚିମ ଏବଂ ଉତ୍ତର ଦିଗ ରେ ରଖିବା ଉଚିତ |

Leave a Reply

Your email address will not be published. Required fields are marked *