ଗୁରୁବାର ଦିନ କରନ୍ତୁ ଏକ ଚିମୁଟା ହଳଦୀର ଏହି ପ୍ରୟୋଗ । ପୁରା ବର୍ଷ ପ୍ରାପ୍ତ ହେବ ଧନ ସମ୍ପତ୍ତି ।

ହଳଦୀର ଅନେକ ବିଶେଷ ମହତ୍ତ୍ୱ ରହିଛି । ଏହାକୁ ଏକ ଔଷଧି ଆକାରରେ ମଧ୍ୟ ବ୍ୟବହାର କରାଯାଏ । ଦେବ ଗୁରୁ ବୃହସ୍ପତିଙ୍କ ସହିତ ମଧ୍ୟ ହଳଦୀର ସଂଯୋଗ ରହିଛି । ତେଣୁ ଯଦି ବୃହସ୍ପତି ବାର ଅର୍ଥାତ ଗୁରୁବାର ଦିନ ହଳଦୀକୁ ବ୍ୟବହାର କରି କିଛି ବିଶେଷ ଉପାୟ କରାଯାଏ ତେବେ ମନୁଷ୍ୟର ଭାଗ୍ୟ ବଦଳି ଯାଏ । ବିବାହରେ ବର ବଧୂକୁ ମଧ୍ୟ ହଳଦୀ ଲଗାଯାଏ । ପ୍ରତ୍ୟେକ ଦିନ ଯଦି ବେକ ଏବଂ ହାତରେ ହଳଦୀ ଲଗାଯାଏ ତେବେ ବଚନରେ ମଧୁରତା ଆସିଥାଏ । ଏହାବ୍ୟତୀତ ଶରୀର ମଧ୍ୟ ଭଲ ରହିଥାଏ । ହଳଦୀ ଦାନ କଲେ ଗୁରୁଗ୍ରହରେ ଅନୁକୂଳତା ଆସିଥାଏ । ଘରର ବାହାର କ୍ଷେତ୍ରରେ ହଳଦୀ ରେଖା ଟାଣିଲେ ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୋଇପାରେ ନାହିଁ । ହଳଦୀ ମିଶା ପାଣିରେ ସ୍ନାନ କଲେ ଚାକିରୀ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ।

ଭଗବାନ ସୂର୍ଯ୍ୟ ଦେବଙ୍କୁ ହଳଦୀ ମିଶା ପାଣିରେ ଅର୍ଘ୍ୟ ଦେଲେ ଭଗବାନ ସୂର୍ଯ୍ୟ ଦେବ ପ୍ରସନ୍ନ ହୁଅନ୍ତି । ଏହିଭଳି କୌଣସି ପ୍ରକାରର ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଗୁରୁ ଗ୍ରହଙ୍କୁ ଖୁସି କରିବାକୁ ପଡ଼ିଥାଏ । ତେଣୁ ହଳଦୀର କିଛି ଖାସ ଛୋଟ ଛୋଟ ପ୍ରୟୋଗ କଲେ ଗୁରୁ ଗ୍ରହ ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ।

୧ . ପ୍ରଥମତଃ ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ତେବେ ପେଶା ଯାଇଥିବା ହଳଦୀ ଦାନ କରନ୍ତୁ । ଏହାଦ୍ବାରା ସବୁ ପ୍ରକାରର ଗମ୍ଭୀର ରୋଗ ଦୂରେଇ ଯିବ । ମଥାରେ ମଧ୍ୟ ହଳଦୀ ତିଳକ କଲେ ଭଲ ହୋଇଥାଏ । ଏହାଦ୍ବାରା ନକରାତ୍ମକତା ଆପଣଙ୍କ ପାଖକୁ ଆସିବ ନାହିଁ ।

୨ . ଯଦି ଆପଣଙ୍କ ଜାତକରେ ବୃହସ୍ପତି ଗ୍ରହ ଦୁର୍ବଳ ଅଛି ତେବେ ଏକ ଗୋଟା ହଳଦୀ ନେଇ ଏକ ହଳଦିଆ କପଡ଼ାରେ ବାନ୍ଧି ନିଜ ବାହୁରେ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ବୃହସ୍ପତି ମଜବୁତ ହେବ ଏବଂ ଆପଣଙ୍କୁ ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିବ । ଏହି ଉପାୟ ପ୍ରତ୍ୟେକ ଗୁରୁବାର କଲେ ଆପଣଙ୍କୁ ଚାକିରୀ ବ୍ୟବସାୟ କିମ୍ବା ସବୁ କ୍ଷେତ୍ରରେ ସଫଳତା ମିଳିବ ।

୩ . ଯଦି ଆପଣଙ୍କ ମନ କୌଣସି ପ୍ରକାରର ନକରାତ୍ମକ ଚିନ୍ତାରେ ଭରି ରହିଛି ଏବଂ ଆପଣ ସବୁବେଳେ ଚିନ୍ତିତ ରହୁଛନ୍ତି ତେବେ ସ୍ନାନ କରିବା ସମୟରେ ସ୍ନାନ ପାଣିରେ ଏକ ଚିମୁଟା ହଳଦୀ ମିଶାଇ ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ନକରାତ୍ମକତା ଦୂରେଇ ଯିବ । ଏହାଦ୍ବାରା ହଳଦୀ ତିଳକ ମଥାରେ ଲଗାଇଲେ ଚାକିରୀ କ୍ଷେତ୍ରରେ ସଫଳତା ମିଳିଥାଏ ।

୪ . ଘରେ କୌଣସି ପ୍ରକାରର ନକରାତ୍ମକତା ଅନୁଭୂତ ହେଉଥିଲେ ଘରର ପାଚେରୀ କିମ୍ବା ମୁଖ୍ୟଦ୍ୱାର ପାଖରେ ହଳଦୀ ରେଖା ଟାଣି ଦିଅନ୍ତୁ । ଏହି ଉପାୟ ପ୍ରତ୍ୟେକ ଦିନ କଲେ କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରି ପାରିବ ନାହିଁ । କିମ୍ବା ଆପଣ ପ୍ରତ୍ୟେକ ଦିନ ଅଳ୍ପ ଅଳ୍ପ ହଳଦୀ ସିଞ୍ଚି ପାରିବେ ।

୫ . ଯଦି ଆପଣଙ୍କ ବିବାହରେ କୌଣସି ପ୍ରକାରର ସମସ୍ୟା ଦେଖା ଦେଉଛି , ବିବାହ ବିଳମ୍ବ ହେଉଛି କିମ୍ବା ମନ ପସନ୍ଦର ସାଥି ମିଳିବାରେ ସମସ୍ୟା ହେଉଛି ତେବେ ସକାଳ ସମୟରେ ଏକ ଲୋଟା ପାଣିରେ ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରନ୍ତୁ । ଲୋଟାରେ ଲାଗିଥିବା ହଳଦୀକୁ ନେଇ ନିଜ ମଥାରେ ମଧ୍ୟ ଲଗାଇ ଦିଅନ୍ତୁ । ଏହାଦ୍ବାରା ବିବାହ ସମ୍ବନ୍ଧୀୟ କୌଣସିବି ସମସ୍ୟାର ସମାଧାନ ହୋଇଯିବ ।

୬ . ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହେଉ ବୋଲି ତେବେ ପ୍ରତ୍ୟେକ ଦିନ ଘରେ ସକାଳ ସମୟରେ ହଳଦୀ ପାଣି ସିଞ୍ଚନ କରନ୍ତୁ । ଆପଣ ହଳଦୀକୁ ସାଧାରଣ ପାଣି କିମ୍ବା ଗଙ୍ଗା ଜଳରେ ମିଶାଇ ଏହି ଉପାୟ କରି ପାରିବେ । ଏହି ଉପାୟ ଯଦି ଆପଣ ପ୍ରତ୍ୟେକ ଗୁରୁବାର କିମ୍ବା ପ୍ରତ୍ୟକ ଦିନ କରନ୍ତି ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଘରକୁ ସମୃଦ୍ଧି ମଧ୍ୟ ଆସିଥାଏ ।

୬ . ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଗୁରୁବାର ଦିନ ଏକ ପ୍ଲେନ ପେପର ନେଇ ସେଥିରେ ନିଜ ଅନାମିକା ଆଙ୍ଗୁଠି ସାହାଯ୍ୟରେ ହଳଦୀରେ ଶ୍ରୀ ଲେଖନ୍ତୁ । ସେଥିରେ ଗଙ୍ଗା ଜଳ ସିଞ୍ଚି ପ୍ରାତଃ କାଳରେ ତାହାର ପୂଜା କରି ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ ପ୍ରତ୍ୟେକ ଗୁରୁବାର କଲେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ ।

Leave a Reply

Your email address will not be published. Required fields are marked *