ଡିସେମ୍ବର ୨୩ ତାରିଖ ପୌଷ ଅମାବାସ୍ୟା, ଗୋଟେ ମୁଠା ଲୁଣ ନେଇ ଏହି ସ୍ଥାନରେ ଫିଙ୍ଗି ଦିଅନ୍ତୁ। ରାତାରାତି ହୋଇଯିବେ ମାଲାମାଲ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ପୌଷ ଅମାବାସ୍ୟା ତିଥି ସମ୍ବନ୍ଧିତ କିଛି ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ। ଅମାବାସ୍ୟା ତିଥି ଦିନ ଅନେକ ନକରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ। ଏହିଦିନ ଲୁଣର ପ୍ରୟୋଗ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ। ମାନା ଯାଇଥାଏ କି ଲୁଣ ଘରର ସୁଖ ସମୃଦ୍ଧି ବଢାଇ ଥାଏ। ଶାସ୍ତ୍ରରେ ଲୁଣକୁ ଚନ୍ଦ୍ର ଓ ଶୁକ୍ର ଗ୍ରହର ପ୍ରତିନିଧି ମାନା ଯାଇଥାଏ। ଲୁଣ ପ୍ରୟୋଗ କରି ଆପଣ ନିଜ ଘରୁ ସମସ୍ୟା ନକାରାତ୍ମକ ଶକ୍ତିକୁ ଦୂର କରି କରିବେ।

ଘରର ଶୌଚାଳୟ ଅନେକ ନକରାତ୍ମକ ଶକ୍ତିରେ ଭରପୁର ହୋଇ ଯାଇଥାଏ। ତେଣୁ ଶୌଚାଳୟରେ ଗୋଟେ କାଚ ପାତ୍ରରେ ଲୁଣ ଭରି ରଖନ୍ତୁ। ଏହାକୁ ପ୍ରତ୍ୟେକ ମଙ୍ଗଳବାର ବା ଶନିବାର ଦିନ ବଦଳାଇ ପୁଣିଥରେ ଲୁଣ ଭରି ରଖନ୍ତୁ। ଏଭଳି କରିବା ଦ୍ଵାରା ସବୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଲୁଣ ପ୍ରୟୋଗ କରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବା ସହିତ ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ। ଆପଣମାନେ ଜାଣିଥିବେ କି, ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେଲେ କିପରି ସମସ୍ୟା ସବୁ ସୃଷ୍ଟି ହୋଇଥାଏ।

ବାସ୍ତୁ ଦୋଷ କାରଣରୁ ଘରେ ଅଶାନ୍ତି ଲାଗି ରହିଥାଏ ଏବଂ ପରିବାର ଲୋକଙ୍କର ଉନ୍ନତିରେ ବାଧା ପ୍ରାପ୍ତ ହୋଇଥାଏ। ଏହାସହିତ ଆର୍ଥିକ ଅଭାବ ଅନଟନ ଦେଖା ଦେଇଥାଏ। ତେଣୁ ଲୁଣର କିଛି ଖାସ ଉପାୟ କରି ଆପଣ ଲାଭବାନ ହୋଇ ପାରିବେ। ରୋଷେଇ ଘରେ ସର୍ବଦା ଗୋଟେ କାଚ ପାତ୍ରରେ ଲୁଣ ଭରି ରଖିବା ଆବଶ୍ୟକ। ଏହାଦ୍ବାରା ଆପଣଙ୍କର କେବେବି ଅନ୍ନ ଅଭାବ ରହିବ ନାହିଁ। ଏହାସହିତ ଦେବୀ ଅନ୍ନପୂର୍ଣ୍ଣା ସର୍ବଦା ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।

କିନ୍ତୁ ଧ୍ୟାନ ରଖିବେ କି, ଲୁଣକୁ କେବେବି ଲୁଣକୁ ଷ୍ଟିଲ ବା ପ୍ଲାଷ୍ଟିକ ପାତ୍ରରେ ରଖନ୍ତୁ ନାହିଁ। ଏହା ଘର ଉପରେ ଖରାପ ପ୍ରଭାବ ପକାଇ ଥାଏ। ଘର ପୋଛିବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛା ଲଗାନ୍ତୁ। ଏଭଳି କରିବା ଦ୍ଵାରା ଘରୁ ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଦୂର ହୋଇଯିବ ଏବଂ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

Leave a Reply

Your email address will not be published. Required fields are marked *