ଡିସେମ୍ବର ୧୬ ରୁ ମକର ସମେତ ଏହି ଚାରି ରାଶିର ବ୍ୟକ୍ତି ବିଶେଷଙ୍କୁ ରହିବାକୁ ପଡ଼ିବ ସତର୍କ

ଜାନୁୟାରୀ 14 ପର୍ଯ୍ୟନ୍ତ ସୂର୍ଯ୍ୟ ଏବଂ ଶନିଙ୍କର ଦ୍ୱିର୍ଦ୍ଦାଶ ଯୋଗ ଗଠନ ହେଉଛି । ତାହା ହେଉଛି , ଏହି ଦୁଇଟି ଗ୍ରହ ଦ୍ୱିତୀୟ ଏବଂ ଦ୍ୱାଦଶ ରାଶି ଅବସ୍ଥାନ କରିବେ । ତେବେ ଏହି ଗ୍ରହ ସ୍ଥିତିକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଏବଂ ବିଦ୍ୱାନଙ୍କ ଅନୁଯାୟୀ ଏହି ଦୁଇଟି ଗ୍ରହ ପରସ୍ପରର ଶତ୍ରୁ ଅଟନ୍ତି । ଏହି କାରଣରୁ ଦେଶରେ ରାଜନୈତିକ ଏବଂ ଅର୍ଥନୈତିକ ଉନ୍ନତିରେ ଉତ୍ଥାନ ପତନ ଦେଖା ଯିବା ସହିତ ପାଗରେ ମଧ୍ୟ ପରିବର୍ତ୍ତନ ଆସିବ । ଏହି ଦୁଇଟି ଗ୍ରହର ପ୍ରଭାବ ୧୨ ଗୋଟି ରାଶି ଉପରେ ମଧ୍ୟ ପଡ଼ିବ ।

ଦେଶ ଉପରେ ସୂର୍ଯ୍ୟ-ଶନିଙ୍କ ପ୍ରଭାବ :-

ପୁରୀର ଜ୍ୟୋତିଶଚର୍ଯ୍ୟ ଡାକ୍ତର ଗଣେଶ ମିଶ୍ର କହିଛନ୍ତି ଯେ ଏହିପରି ଗ୍ରହ ପରିସ୍ଥିତି ଯେତେବେଳେ ଘଟେ ସେତେବେଳେ ଦେଶରେ ଅନେକ କିଛି ପରିବର୍ତ୍ତନ ଏବଂ ଅଶାନ୍ତି ଦେଖା ଦେଇଥାଏ । ଗ୍ରହର ଏପରି ସ୍ଥିତି କାରଣରୁ ଦେଶର କେତେକ ସ୍ଥାନରେ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ଏହି ଗ୍ରହମାନଙ୍କ ଯୋଗୁଁ ଦେଶରେ ଏକଛତ୍ରବାଦୀ ଶାସନର ପରିବେଶ ସୃଷ୍ଟି ହୋଇପାରେ । ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶାସନକୁ ନେଇ ଅସନ୍ତୋଷ ରହିବ । ପ୍ରଶାସନିକ ନିଷ୍ପତ୍ତି ମଧ୍ୟ ଦ୍ୱନ୍ଦ୍ୱ ଏବଂ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି କରିବ । ରାଜନୀତିରେ ଜଡିତ ଲୋକଙ୍କ ଜୀବନରେ ଅବାଞ୍ଛିତ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି ।

ଛୋଟ ଏବଂ ବଡ ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିବ । ଅବ୍ୟବସ୍ଥା କାରଣରୁ ସରକାରୀ ଚାକିରୀ କରୁଥିବା ଲୋକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଏହି ଗ୍ରହ ସ୍ଥିତି ହେତୁ ଲୋକଙ୍କ ମନ ଏବଂ ହୃଦୟରେ ଅନିଶ୍ଚିତତା ଦେଖାଦେବ । କିଛି ଲୋକଙ୍କ ସହିତ କଣ କରାଯିବା ଉଚିତ ଏବଂ କଣ ଉଚିତ ନୁହେଁ ଭଳି ପରିସ୍ଥିତି ଦେଖା ଦେବ । ଏହାବ୍ୟତୀତ ଆପଣଙ୍କ ଭାଗ୍ୟ ମଧ୍ୟ ଆପଣଙ୍କ ସହିତ ରହିବ ନାହିଁ । ସିଂହ ଏବଂ ମୀନ ପାଇଁ ଶୁଭ ଶନି ଏବଂ ସୂର୍ଯ୍ୟଙ୍କ ଗୋଟିଏ ରାଶିରେ ରହିବା କାରଣରୁ ହିଁ ସିଂହ ଏବଂ ମୀନ ରାଶିର ଲୋକେ ଅଶୁଭ ପ୍ରଭାବ ଠାରୁ ବର୍ତ୍ତିଯିବେ ।

ଚାକିରି ଏବଂ ବ୍ୟବସାୟରେ କଠିନ ପରିଶ୍ରମ ବୃଦ୍ଧି ପାଇବ ଏବଂ ଆପଣଙ୍କୁ ଏହାର ଲାଭ ମଧ୍ୟ ମିଳିବ । ଅଧିକ ଚିନ୍ତନ ଦ୍ୱାରା କୌଣସି କାର୍ଯ୍ୟ ସମାପ୍ତ କରିବେ । ଅଟକି ରହିଥିବା ଟଙ୍କା ଫେରି ପାଇବା ସମ୍ଭାବନା ରହିଛି । ଭାଇଭଉଣୀ, ବନ୍ଧୁ ଏବଂ ସହକର୍ମୀଙ୍କ ସାହାଯ୍ୟ ପାପ୍ତ ହେବ । ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତିର ସମ୍ଭାବନା ରହିଛି ।

ମକର ରାଶି ସହିତ ଆଉ ୪ଟି ରାଶି ପାଇଁ ଅଶୁଭ :-

ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ ବୃଷ ରାଶି , ମିଥୁନ ରାଶି , କନ୍ୟା ରାଶି ଏବଂ ମକର ରାଶିର ଲୋକଙ୍କ ପାଇଁ ସମସ୍ୟା ବଢ଼ାଇ ପାରେ । ଏହି ରାଶିର ବ୍ୟକ୍ତି ବିଶେଷ ମାନସିକ ଚାପଗ୍ରସ୍ତ ହେବା ସହିତ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଅଫିସ୍ କିମ୍ବା କାର୍ଯ୍ୟ କ୍ଷେତ୍ରରେ କାହା ସହିତ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । କୌଣସି ବ୍ୟକ୍ତିକୁ ଧାର ଦିଅନ୍ତୁ ନାହିଁ ।ଅର୍ଥ ଜନିତ କ୍ଷତିର ମଧ୍ୟ ସମ୍ଭାବନା ରହିଛି । କରଜ ସମ୍ବନ୍ଧୀୟ କାର୍ଯ୍ୟରେ କିଛି ବାଧା ଉପୁଜିପାରେ । ଉଚ୍ଚ ଅଧିକାରୀ କିମ୍ବା ବଡ ଲୋକଙ୍କ ସହିତ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । କାର୍ଯ୍ୟ ଏବଂ ବାସସ୍ଥାନରେ ପରିବର୍ତ୍ତନ ହେବ ।

ଏହି ୬ ଟି ରାଶି ପାଇଁ ରହିବ ମିଶ୍ରିତ ପ୍ରଭାବ :-

ସୂର୍ଯ୍ୟ ଏବଂ ଶନିର ମିଶ୍ରଣ ପ୍ରଭାବ ମେଷ ରାଶି , କର୍କଟ ରାଶି , ତୁଳା ରାଶି , ବିଛା ରାଶି , ଧନୁ ରାଶି ଏବଂ କୁମ୍ଭ ରାଶିଙ୍କ ଉପରେ ପଡ଼ିବାକୁ ଯାଉଛି । ଏହି ୬ଟି ରାଶିର ଲୋକଙ୍କର କଠିନ ପରିଶ୍ରମ ବୃଦ୍ଧି ପାଇବ । କିଛି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ରହିଛି । କୌଣସି ମାନସିକ ଚିନ୍ତାରେ ରହି ପାରନ୍ତି । ଭ୍ରମଣର ସମ୍ଭାବନା ରହିଛି ।ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ସମ୍ପତ୍ତି ସହିତ ଜଡିତ ବଡ ନିର୍ଣ୍ଣୟ ନେଇପାରନ୍ତି । ବାସସ୍ଥାନ କିମ୍ବା କାର୍ଯ୍ୟ ସ୍ଥାନରେ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *