ନମସ୍କାର ବନ୍ଧୁଗଣ ମଙ୍ଗଳବାର ଦିନ ହନୁମାନ ଙ୍କୁ ସବୁଠୁ ଅଧିକ ପ୍ରିୟ ହୋଇଥାଏ | ଏବଂ ଯେବେ ଆମେ ହନୁମାନ ଙ୍କ ଶରଣ କୁ ଆସିଥାଉ ନା କେବଳ କୁଣ୍ଡଳୀର ମାଙ୍ଗଳିକ ଦୋଷ ସମାପ୍ତ ହୋଇଥାଏ | ବରଂ ଚୋରି, ଦୁର୍ଘଟଣା, ଆକସ୍ମିକ ବାଧା, ଶତ୍ରୁ ବାଧା, ତନ୍ତ୍ର ମନ୍ତ୍ର, ଗୁଣି ଗାରେଡି ସବୁ ପ୍ରକାରର ଅସୁବିଧାରୁ ମୁକ୍ତି ମିଳିଥାଏ | ତେବେ ବନ୍ଧୁଗଣ ଲବଙ୍ଗ ର ପ୍ରୟୋଗ ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ କିନ୍ତୁ ଯେବେ ମଙ୍ଗଳବାର ଦିନ ଆସିଥାଏ ଏହି ଲବଙ୍ଗ ର ମହତ୍ୱ ବଢିଯାଏ | ତେବେ ଆଜି ଆମେ ଆପଣଙ୍କୁ ଲବଙ୍ଗ ର ପ୍ରୟୋଗ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନ ରେ ସଫଳତା ର ସମସ୍ୟା ରହସ୍ୟ ଖୋଲିଯିବ | ତେବେ ଆସନ୍ତୁ ଜାଣିବା ଏହି ଦିବ୍ୟ ଲବଙ୍ଗ ର ପ୍ରୟୋଗ ବିଷୟରେ
ଅନେକ ସମୟ ରେ ଗ୍ରହ ଜନିତ ସମସ୍ୟା ଆପଣଙ୍କୁ ହଇରାଣ ହରକତ କରିଥାଏ | ଶନି ଦୋଷ, ରାହୁ କେତୁ ର ସମସ୍ୟା ଆଦି ଆପଣଙ୍କ ଜୀବନ କୁ ନଷ୍ଟ କରିଦେଇ ଥାଏ ଏବଂ ଏହା ସହ ଶତ୍ରୁ ମଧ୍ୟ ଚିନ୍ତିତ କରିଥାନ୍ତି | ତେବେ ଆଜି ଆମେ ବିଶେଷ ପ୍ରୟୋଗ ବିଷୟରେ କହିବୁ ଯାହା ଆପଣଙ୍କ ଜୀବନ କୁ ସରଳ କରିଦେବ | ସନାତନ ଧର୍ମ ରେ ଲବଙ୍ଗ କୁ ବହୁତ ପବିତ୍ର ବୋଲି ମାନାଯାଏ | ପୂଜା ପାଠ ରେ ମଧ୍ୟ ବ୍ୟବହୃତ ହୁଏ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ | ଏହା ତାନ୍ତ୍ରିକ କ୍ରିୟା ରେ ମଧ୍ୟ ବ୍ୟବହାର କରାଯାଏ, ତେବେ ଲବଙ୍ଗ ର ଛୋଟିଆ ପ୍ରୟୋଗ ଦ୍ୱାରା ଆପଣଙ୍କ ସବୁ ସ୍ୱପ୍ନ ପୁରା ହୋଇପାରିବ | ତେବେ ଆସନ୍ତୁ ଜାଣିବା ;
1. ଜୀବନ ରେ ରାହୁ କେତୁ ର ଖରାପ ପ୍ରଭାବ ରୁ ବଞ୍ଚିବା ପାଇଁ | ଶତ୍ରୁ ବିରୋଧୀ କବଳ ରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କୌଣସି ବି ମଙ୍ଗଳବାର ଦିନ ନିଶ୍ଚିନ୍ତ କରନ୍ତୁ | 7 ଟି ଲବଙ୍ଗ ନେଇ କୌଣସି ଖୋଲା ସ୍ଥାନକୁ ଯାଆନ୍ତୁ ଏହା ପରେ ବାମ ହାତ ରେ ଲବଙ୍ଗ ରଖି ଶତ୍ରୁ ଙ୍କ ନାମ ନିଅନ୍ତୁ | ଏବଂ ଏହା ପରେ 21 ଥର ସେଥିରେ ଫୁଙ୍କ ମାରନ୍ତୁ | ଏହା ପରେ ସେହି ଲବଙ୍ଗ କୁ ଜଳେଇ ଦିଅନ୍ତୁ ଏବଂ ଏହା ପରେ ସେଇ ପାଉଁଶ କୁ ବାହାରେ କୌଣସି ଖୋଲା ଜାଗା ରେ ମାଟି ତଳେ ପୋତି ଦିଅନ୍ତୁ | ଏହିପରି 7 ମଙ୍ଗଳବାର କରନ୍ତୁ ଆପଣ ଙ୍କ ଜୀବନ ରୁ ରାହୁ କେତୁ ଏବଂ ଶତ୍ରୁ ସମସ୍ୟା ଦୂର ହୋଇଯିବ |

2. ଯଦି ଅନେକ ଚେଷ୍ଠା ପରେ ବି ଆପଣଙ୍କୁ ସଫଳତା ମିଳୁନାହିଁ, ଚାକିରୀ ହେଉନାହିଁ, ରୋଜଗାର ମିଳୁନାହିଁ, ଏବଂ କୌଣସି କାର୍ଯ୍ୟ ରେ ସଫଳତା ମିଳୁ ନାହିଁ | ତେବେ କୌଣସି ବି ମଙ୍ଗଳବାର ଦିନ ଗୋଟିଏ ହଳଦିଆ ଲେମ୍ବୁ ଏବଂ 4 ଲବଙ୍ଗ ନେଇ ହନୁମାନ ଙ୍କ ମନ୍ଦିରକୁ ଯାଆନ୍ତୁ | ଏହା ପରେ ହନୁମାନ ଚାଳିଶା ପାଠ କରିବା ସହ ଲେମ୍ବୁ ରେ 4 ଦିଗ କୁ ମୁହଁ କରି ଲେମ୍ବୁ ରେ ଲଗେଇ ଦିଅନ୍ତୁ | ଏବଂ ଏହାକୁ ନିଜ ପକେଟ ରେ ରଖି କାର୍ଯ୍ୟକୁ ଯାଆନ୍ତୁ ନିଶ୍ଚିନ୍ତ ସଫଳତା ମିଳିବ | ଏବଂ କାର୍ଯ୍ୟ ରେ ସଫଳତା ମିଳିଲା ପରେ ଏହି ଲେମ୍ବୁ କୁ ପାଣି ରେ ଭସେଇ ଦିଅନ୍ତୁ |
3. ଅନେକ ସମୟ ରେ ଘରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ | ଘରେ କଳି ଝଗଡା ଲାଗିରହିଥାଏ ତେବେ ଏହିପରି ସମୟ ରେ ଏହି ପ୍ରୟୋଗ ନିଶ୍ଚିନ୍ତ କରନ୍ତୁ | କୌଣସି ଶନିବାର ଦିନ ରାତି ରେ ଗୋଟିଏ ଲବଙ୍ଗ ବାମ ହାତ ରେ ନେଇ ପାଦ ରୁ ମୁଣ୍ଡ ଯାଏଁ 7 ଥର ବୁଲେଇ ଆଣନ୍ତୁ | ଏହା ପରେ ସକାଳୁ ସେହି ଲବଙ୍ଗ କୁ ଘରର ଉତ୍ତର ଦିଗ ରେ ଫୋପାଡ଼ି ଦିଅନ୍ତୁ | ଏହିପରି କରିବା ଦ୍ୱାରା ଆପଣଙ୍କ ଜୀବନ ରେ ସମସ୍ତ ସମସ୍ୟା ଦୂର ହୋଇଯିବ |
4. ପ୍ରତ୍ୟେକ ଶନିବାର ଦିନ ହନୁମାନ ମନ୍ଦିର କୁ ଯାଇ ଗୋଟିଏ ସୋରିଷ ତେଲ ର ଦୀପ ନିଶ୍ଚିନ୍ତ ଜଳାନ୍ତୁ | ଏହା ସହ ଦୁଇଟି ଲବଙ୍ଗ ସେହି ଦୀପ ରେ ରଖି ଜଳେଇବା ଦ୍ୱାରା ଜୀବନ ରେ ସମସ୍ତ କଷ୍ଟ ରୁ ମୁକ୍ତି ମିଳିଥାଏ | ଘରେ ନକାରାତ୍ମକ ଉର୍ଜା କିମ୍ବା ନଜର ଦୋଷ ରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ଶନିବାର ଦିନ ଘରେ ସୋରିଷ ତେଲ ର ଦୀପ ଜଳେଇ ସେଥିରେ ଦୁଇଟି ଲବଙ୍ଗ ଏବଂ 3 ଗୁଜୁରାତି ଜଳେଇ | ସମ୍ପୂର୍ଣ୍ଣ ଘରେ ଏହାର ଧୂଆଁ ଦିଅନ୍ତୁ ଏହା ସହ ସେହି ପାଉଁଶ କୁ ପାଣି ରେ ମିଶେଇ ଘରର ମୁଖ୍ୟ ଦ୍ଵାର ରେ ଛିଞ୍ଚି ଦିଅନ୍ତୁ | ଏହା ଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଉର୍ଜା ପ୍ରବେଶ କରିପାରିଥାଏ |
5. ପ୍ରତ୍ୟେକ ଶନିବାର ଦିନ ଘରେ ମାତା ପାର୍ବତୀ ଙ୍କୁ ଗୋଟିଏ ଲବଙ୍ଗ ଅର୍ପଣ କରନ୍ତୁ ଏବଂ ଏହା ପରେ ପରଦିନ ସକାଳୁ ସେହି ଲବଙ୍ଗ କୁ ପାଣି ସହ ମିଶେଇ ଖାଇଦିଅନ୍ତୁ | ଏହି ପରି ପ୍ରତି ଶନିବାର ଦିନ କରିବା ଦ୍ୱାରା ଆପଣଙ୍କ ଭାଗ୍ୟଦୋୟ ହୋଇଥାଏ | ଏହା ସହ କୌଣସି ଶୁଭ କାର୍ଯ୍ୟ ରେ ଘରୁ ବାହାରିବା ସମୟ ରେ ଘରର ମୁଖ୍ୟ ଦ୍ୱାର ରେ ଦୁଇଟି ଲବଙ୍ଗ ରଖନ୍ତୁ | ସେଥିରେ ବାମ ପାଦ ଦେଇ ଆଗକୁ ବଢ଼ନ୍ତୁ ଏବଂ ଧ୍ୟାନ ରଖନ୍ତୁ କେବେ ବି ଥରେ ବାହାରକୁ ଯିବା ପରେ ଘରକୁ ଆଉ ଫେରନ୍ତୁ ନାହିଁ କାର୍ଯ୍ୟ ନସାରି ଆସିବା ଯାଏଁ | ଏହିପରି କରିବା ଦ୍ୱାରା ସବୁ କାର୍ଯ୍ୟ ରେ ସଫଳତା ମିଳିଥାଏ |
