ନୂଆ ବର୍ଷରେ ଘରେ ପଡ଼ିଥିବା ଏହି 4 ଜିନିଷ ଦରିଦ୍ରତା ର କାରଣ ହୋଇଥାଏ,ନୂଆ ବର୍ଷ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ |

ବନ୍ଧୁଗଣ ନୂଆ ବର୍ଷ ରେ ଅନେକ ନୂଆ କାର୍ଯ୍ୟ କରାଯାଇଥାଏ ଏବଂ ଏଥି ସହିତ କଣ କରିବା ଓ କଣ ନକରିବା ସେଗୁଡିକ ମଧ୍ୟ ଆମେ ନିର୍ଧାରିତ କରିଦେଇଥାଉ | ତେବେ ଆଜି ଆମେ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାକୁ ନୂଆ ବର୍ଷ ଆସିବା ପୂର୍ବରୁ ଘରୁ ବାହାର କରିଦେବା ଉଚିତ ହୋଇଥାଏ | ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ | ଧର୍ମ ଶାସ୍ତ୍ର ରେ ମା ଲକ୍ଷ୍ମୀ ଙ୍କୁ ଧନ ଏବଂ ବୈଭବ ର ଦେବୀ ବୋଲି କୁହାଯାଏ |

ଏହିପରି କୁହାଯାଏ କି ମା ଚଞ୍ଚଳା ହୋଇଥାନ୍ତି ସେ କେବେ କେଉଁ ଗୋଟେ ସ୍ଥାନରେ ରୁହନ୍ତି ନାହିଁ | ଏବଂ ଯଦି କାହା ଉପରେ ମା ଙ୍କର କୃପା ହୋଇଯାଏ ତେବେ ସେ ଧନବାନ ହୋଇଯାଏ | ତେବେ ମା ଲକ୍ଷ୍ମୀ କିଛି ଏମିତି ଜିନିଷ ଏବଂ ବସ୍ତୁ ଅଛି ଯାହାକୁ କରିବା ଦ୍ୱାର ଅପ୍ରସନ୍ନ ହୋଇଯାନ୍ତି ଏବଂ ଘର ଛାଡି ଚାଲିଯାନ୍ତି ତେବେ ଆସନ୍ତୁ ଜାଣିବା ;

1. ଅନେକ ଘରେ ଅଇଁଠା ବାସନ ସେମିତି ପଡି ରହିଥାଏ ଖାସ କରି ରାତି ରେ | ତେବେ ରାତିରେ ଯେଉଁ ଘରେ ଅଇଁଠା ବାସନ ପଡ଼ିରୁହେ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ | ଶାସ୍ତ୍ର ଅନୁସାରେ ଏହିପରି ଘରେ ମାତା ଲକ୍ଷ୍ମୀ କେବେ ବି ରୁହନ୍ତି ନାହିଁ | ସବୁବେଳେ ସଫା ସୁତର ର ଧ୍ୟାନ ଦେବା ଉଚିତ ଏହା ଦ୍ୱାରା ମା ଙ୍କ କୃପା ବନି ରହିଥାଏ |

2. ଘରର ଉତ୍ତର ଦିଗ କୁବେର ଦେବଙ୍କର ହୋଇଥାଏ, କୁବେର ଦେବ ଧନ ର ଦେବତା ହୋଇଥାନ୍ତି ଏବଂ ମା ଲକ୍ଷ୍ମୀ ଧନ କୁ ବୃଦ୍ଧି କରିବାର ଦେବୀ ହୋଇଥାନ୍ତି | ଯଦି ଆପଣ ଘରର ଉତ୍ତର ପୂର୍ବ ଦିଗ ରେ ଭଙ୍ଗା ରୁଜା ଜିନିଷ ରଖୁଛନ୍ତି ତେବେ ମା ଲକ୍ଷ୍ମୀ କ୍ରୋଧୀତ ହୋଇଯାନ୍ତି | ତେଣୁ ଏହି ଦିଗ କୁ ସର୍ବଦା ସଫା ସୁତୁରା ରଖନ୍ତୁ |

3. ଚୁଲି ଉପରେ ଖାଲି ବାସନ ରଖନ୍ତୁ ନାହିଁ, ଏହା ସହିତ ଚୁଲି କୁ ରୋଷେଇ ସାରିବା ପରେ ସଫା କରିଦିଅନ୍ତୁ | ଏହି ପରି ନକରିବା ଦ୍ୱାରା ସମାଜ ରେ ଆପଣଙ୍କ ମାନ ସମ୍ମାନ କମ ହୋଇଥାଏ | ଏବଂ ଶାସ୍ତ୍ର ଅନୁସାରେ ଏହିପରି କରିବା ଦ୍ୱାରା ସେଠାରେ ଦୌତ୍ୟ ବାସ କରନ୍ତି ଏବଂ ମା ଲକ୍ଷ୍ମୀ ଘର ଛାଡି ଚାଲିଯାନ୍ତି |

4. ଦ୍ବିପହର ରେ ଝାଡୁ କିମ୍ବା ପୋଛା ଲଗେଇବା ଉଚିତ ନୁହେଁ | ଏହା ସହିତ ସୂର୍ଯ୍ୟାସ୍ତ ପରେ ଝାଡୁ ଲଗେଇବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି | ରାତିରେ ଝାଡୁ ପୋଛା ଲଗେଇବା ଦ୍ୱାରା ମା ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି | ଏବଂ ସେହି ଘର ଛାଡି ଚାଲିଯାନ୍ତି |

5. ବନ୍ଧୁଗଣ ପୂଜା କରିବା ସମୟ ରେ ମା ଲକ୍ଷ୍ମୀ ଏବଂ ଭଗବାନ ନାରାୟଣ କୁ ଅଲଗା ଅଲଗା ପୂଜା କରନ୍ତୁ ନାହିଁ | ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି କାରଣ ମା ଲକ୍ଷ୍ମୀ ପ୍ରଭୁ ଶ୍ରୀହରି ଅଲଗା ନୁହନ୍ତି ଉଭୟ ଏକ ଅଟନ୍ତି | ତେବେ ଦୁହିଁଙ୍କର ଏକା ସାଥିରେ ପୂଜା କରନ୍ତୁ | ଏହା ସହିତ ଚନ୍ଦନ କେବେ ବି ଗୋଟିଏ ହାତରେ ଘସନ୍ତୁ ନାହିଁ | ଏହିପରି କରିବା ଦ୍ୱାରା ନାରାୟଣ ଦରିଦ୍ର ହୋଇଥାନ୍ତି ଯୋଉଁଥିପାଇଁ ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି |

6. ଆମ ଧର୍ମ ଶାସ୍ତ୍ର ରେ ଶୋଇବାର ସଠିକ ସମୟ ମଧ୍ୟ ନିର୍ଧାରିତ ହୋଇଛି | ତେବେ ଅନେକ ଲୋକ ସୂର୍ଯ୍ୟାସ୍ତ ପରେ ସୋଇଥାନ୍ତି ଏବଂ ରାତିରେ ଚେଇଥାନ୍ତି ସକାଳୁ ଡେରି ରେ ଉଠିଥାନ୍ତି | କିନ୍ତୁ ଏହିପରି କରିବା ଦ୍ୱାରା ଆପଣ ଦରିଦ୍ରତା ଘେରି ଯାଏ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲିଯାନ୍ତି | ଏହା ସହିତ ମା ଲକ୍ଷ୍ମୀ ଙ୍କ 8 ସ୍ୱରୂପ ହୋଇଥାଏ ସେଥିରୁ ଗୃହଲକ୍ଷ୍ମୀ ଅନ୍ୟତମ ସେଥିପାଇଁ କୌଣସି ନାରୀ କୁ ଅପମାନ କରନ୍ତୁ ନାହିଁ |

7. ଧ୍ୟାନ ରଖନ୍ତୁ ସଦା ସର୍ବଦା ଦାନ ଧର୍ମ କରିବା ଉଚିତ, ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଏବଂ ପ୍ରଭୁ ନାରାୟଣ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି | ଏବଂ ଘରେ ସବୁବେଳେ ଧନ ଏବଂ ମାନ ସମ୍ମାନ ଭରି ରହିଥାଏ |

Leave a Reply

Your email address will not be published. Required fields are marked *