ବିବାହିତ ମହିଳା ଭୁଲ ରେ ବି ଏହି 5 ଜିନିଷ କାହାକୁ ଦିଅନ୍ତୁ ନାହିଁ |

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ମହିଳାଙ୍କୁ ଦେବୀ ବୋଲି ବିଶ୍ୱାସ କରାଯାଏ | ତାଙ୍କୁ ଦେବୀଙ୍କ ପରି ପୂଜା କରାଯାଏ, ଘରର ସ୍ତ୍ରୀ ଙ୍କୁ ସାକ୍ଷାତ ମା ଲକ୍ଷ୍ମୀ ଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ | ଏହିପରି ମାନାଯାଏ କି ଯେଉଁ ଘରେ ମହିଳାଙ୍କ ସମ୍ମାନ କରାଯାଏ ନାହିଁ ସେହି ଘରେ ମା ଲକ୍ଷ୍ମୀ କଦାପି ରୁହନ୍ତି ନାହିଁ | ଏହି ଘରେ ରହୁଥିବା ପୁରୁଷ ସର୍ବଦା ଧନହାନୀ ର ସାମ୍ନା କରିଥାନ୍ତି | ମା ଲକ୍ଷ୍ମୀ ପ୍ରସନ୍ନ କରିବାର ଉତ୍ତମ ଉପାୟ ହେଉଛି ନାରୀଙ୍କର ସମ୍ମାନ | କିନ୍ତୁ ଆମ ଧର୍ମ ଗ୍ରନ୍ଥ ରେ ମହିଳାମାନଙ୍କ ବିଷୟରେ କିଛି ନିୟମ କୁହାଯାଇଛି | କିଛି ମହିଳା ଏହିପରି ଥାନ୍ତି ଯିଏ ନିଜର ଭୁଲ ପାଇଁ ନିଜ ସମ୍ମାନ ହଜେଇ ଦିଅନ୍ତି

ଏହିପରି ମହିଳା ଘର ପରିବାର କୁ ବର୍ବାଦ କରିଦିଅନ୍ତି | ସେଥିପାଇଁ ଧର୍ମ ଶାସ୍ତ୍ର ଅନୁଯାୟୀ ମହିଳାମାନଙ୍କୁ କିଛି ବିଶେଷ ଜିନିଷ ର ଧ୍ୟାନ ଅବଶ୍ୟ ରଖିବା ଉଚିତ | ମହିଳାଙ୍କୁ ଅଳଙ୍କାର ଶୂନ୍ୟ ହେବା ଉଚିତ ନୁହେଁ,ସୁନା ଅବା ରୂପରେ ଗହଣା ରହିବା ଅତ୍ୟନ୍ତ ଜରୁରୀ ହୋଇ ଥାଏ | ଯେଉଁ ଘରେ ରହୁଥିବା ମହିଳାଙ୍କ ଶରୀର ରେ ଗୋଟିଏ ବି ଗହଣା ନଥାଏ ସେଇ ଘରେ ରହୁଥିବା ଲୋକ ସର୍ବଦା ଗରିବ ହିଁ ରହିଥାନ୍ତି | ଏହା ସହିତ ବିବାହିତ ନାରୀ ଙ୍କ ପାଇଁ ଶାସ୍ତ୍ର ରେ କିଛି ନିୟମ ମଧ୍ୟ କୁହାଯାଇଛି | ମହିଳାଙ୍କୁ ଏମିତି କିଛି ଜିନିଷ କେବେ ବି ଅନ୍ୟଙ୍କୁ ଦେବା ଉଚିତ ନୁହେଁ ନହେଲେ ଏହାର ପ୍ରଭାବ ନିଜ ପରିବାର ଉପରେ ପଡିଥାଏ | ତେବେ ଆସନ୍ତୁ ଜାଣିବା ;

1.ମଙ୍ଗଳସୂତ୍ର – ବିବାହିତ ମହିଳାଙ୍କ ପାଇଁ ମଙ୍ଗଳସୂତ୍ର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ | ଏହାକୁ କେବେ ବି କାହାକୁ ବ୍ୟବହାର କରିବା ପାଇଁ ଦେବ ଆଦୌ ଉଚିତ ନୁହେଁ, ଏହା ଦ୍ୱାରା ସ୍ୱାମୀ ଙ୍କ ଉପରେ ଏହାର କୁପ୍ରଭାବ ପଡିଥାଏ |

2.ସିନ୍ଦୁର – ହିନ୍ଦୁ ଶାସ୍ତ୍ର ଅନୁସାରେ ସମସ୍ତ ମହିଳାଙ୍କ ପାଇଁ ସିନ୍ଦୁର ହିଁ ସର୍ବଶ୍ରେଷ୍ଠ ହୋଇଥାଏ | କିନ୍ତୁ ଅନେକ ମହିଳା ଏହାର ସଠିକ ବିଧି ଜାଣିନଥାନ୍ତି ତେଣୁ କେବେ ବି ଏହାକୁ ମଥାରେ ଲଗେଇ ଦିଅନ୍ତି | ତେବେ ସିନ୍ଦୁର ଲଗେଇବାର ସଠିକ ସମୟ ସ୍ନାନ କରିବା ପରେ ଲଗେଇବା ଉଚିତ | ତେବେ ସିନ୍ଦୁର କାହାଠୁ ଆଣିବା କିମ୍ବା ଦେବା ଉଚିତ ନୁହେଁ ଏହା ଦ୍ୱାରା ସ୍ୱାମୀ ଙ୍କ ଆୟୁ କମ ହୋଇଥାଏ |

3.କଜଳ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳାଙ୍କୁ କେବେ ବି କଜଳ କାହାକୁ ବ୍ୟବହାର କରିବା ପାଇଁ ଦେବା ଉଚିତ ନୁହେଁ | ଏହା ଦ୍ୱାରା ଆପଣଙ୍କ ସ୍ୱାମୀ ଙ୍କର ଆପଣଙ୍କ ପ୍ରତି ପ୍ରେମ ଏବଂ ଭଲପାଇବା କମ ହୋଇଯାଇଥାଏ | ଏହା ବ୍ୟତୀତ ଏହିପରି କରିବା ଦ୍ୱାରା ଆଖି ଇନଫେକ୍ସନ ମଧ୍ୟ ହୋଇପାରେ |

4.ଚୁଡି – ଶାସ୍ତ୍ର ଅନୁସାରେ ମହିଳାଙ୍କୁ କେବେ ବି ନିଜ ପିନ୍ଧିଥିବା ଚୁଡ଼ି କୌଣସି ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ | ଏହା ଦ୍ୱାରା ଆପଣଙ୍କ ଭାଗ୍ୟ କମଜୋର ହୋଇଥାଏ | ହାତରେ ପିନ୍ଧିଥିବା ଚୁଡ଼ି ଆପଣଙ୍କ ଭାଗ୍ୟ ହୋଇଥାଏ ତେଣୁ ଏହାକୁ ଅନ୍ୟ କାହାକୁ ଦେବା ଦ୍ୱାରା ଏହା ଭାଗ୍ୟ ଖରାପ କରିଥାଏ ତେଣୁ ଏହିପରି କରନ୍ତୁ ନାହିଁ |

5.ଟିକିଲି – ଶାସ୍ତ୍ର ଅନୁସାରେ ମହିଳାଙ୍କୁ କେବେ ବି ନିଜ ମଥାର ଟିକିଲି କାହାକୁ ଦେବା ଉଚିତ ନୁହେଁ | ଏହା ଦ୍ୱାରା ସ୍ୱାମୀ ଙ୍କ ଜୀବନ ଉପରେ ବିପଦ ଆସିଥାଏ ଏବଂ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ | ଅନେକ ଧର୍ମ ଗ୍ରନ୍ଥ ଅନୁଯାଇ ଯଦି ବି ଟିକିଲି କାହାକୁ ଦିଅନ୍ତି ତେବେ ପ୍ରଥମେ ଏହାକୁ ପାନ ପତ୍ର ରେ ଲଗେଇ ପରେ ଦିଅନ୍ତୁ |

6. ଝୁଣ୍ଟିଆ – ହିନ୍ଦୁ ମାନ୍ୟତା ଅନୁଯାଇ ମହିଳାଙ୍କୁ ପାଦରେ ଲଗାଉ ଥିବା ଝୁଣ୍ଟିଆ ମଧ୍ୟ କାହାକୁ ଦେବା ଉଚିତ ନୁହେଁ | ଏହା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ | ଏହା ବ୍ୟତୀତ ମହିଳାଙ୍କୁ କେବେ ବି ବିବାହ ବସ୍ତ୍ର ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ | ଏହା ଦ୍ୱାରା ପରିବାର ର ସୁଖ ସମୃଦ୍ଧି ରେ ବାଧା ଆସିଥାଏ | ତେଣୁ ଏହି ଜିନିଷ କେବେ ବି ଅନ୍ୟ ମହିଳାଙ୍କ ସହ ସେୟାର କରିବା ଉଚିତ ନୁହେଁ |

Leave a Reply

Your email address will not be published. Required fields are marked *