ଶନିବାର ବାସ ଗୋଟିଏ କର୍ପୁର ଏବଂ ଗୋଟିଏ ଲବଙ୍ଗ ରାତା ରାତି ପଲଟିଯିବ ଭାଗ୍ୟ କାଙ୍ଗାଳ ବି ହୋଇଯିବେ ମାଲାମାଲ |

ବନ୍ଧୁଗଣ ହିନ୍ଦୁ ମାନ୍ୟତା ଅନୁଯାଇ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଦେବତା ଙ୍କୁ ସମର୍ପିତ ହୋଇଥାଏ | ଯେଉଁ ପ୍ରକାର ରେ ରବିବାର ଦିନ ସୂର୍ଯ୍ୟଦେବ ଏବଂ ସୋମବାର ଦିନ ଭଗବାନ ଶିବ ଶଙ୍କର ଙ୍କୁ ପୂଜା କରାଯାଏ ଠିକ ସେହିପରି ଶନିବାର ଦିନ ଶନିଦେବ ଙ୍କୁ ସମର୍ପିତ ହୋଇଥାଏ | ସମସ୍ତ ଦୁଃଖ କଷ୍ଟ ରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଉପବାସ ରଖିବା ଉତ୍ତମ ଫଳଦାୟୀ ହୋଇଥାଏ | ଶନିଦେବ ଆମକୁ ଭଲ କର୍ମ ର ଭଲ ଫଳ ଦେଇଥାନ୍ତି ଏବଂ ଖରାପ କର୍ମ ର ଦଣ୍ଡ ମଧ୍ୟ ଦେଇଥାନ୍ତି | ତେବେ ଏହି ଦିନ କିଛି ବିଶେଷ ଉପାୟ କରି ଶନିଦେବ ଙ୍କୁ ପ୍ରସନ୍ନ କରିପାରିବେ |

ବନ୍ଧୁଗଣ କାହା ଜୀବନ ରେ ସମସ୍ୟା ନାହିଁ? ସମସ୍ତ ଙ୍କ ଜୀବନ ରେ କିଛି ନା କିଛି ସମସ୍ୟା ରହିଛି, ଯେମିତି ଚାକିରୀ ଏବଂ ବ୍ୟବସାୟ ରେ କ୍ଷତି ହେବା | ସନ୍ତାନ ପ୍ରାପ୍ତି, ବୈବାହିକ କଳହ, ପାରିବାରିକ ଭୁଲ ବୁଝାବଣା ଆଦି ସମସ୍ୟା ରହିଥାଏ | ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ଉପାୟ,ଚେଷ୍ଠା ଏବଂ ପରିଶ୍ରମ ମଧ୍ୟ କରିଥାଉ | ଏବଂ ଜ୍ୟୋତିଷ ଶାସ୍ତ୍ର ରେ ଏହିପରି ଛୋଟ ବଡ ସମସ୍ୟା ରୁ ବାହାରକୁ ବାହାରିବା ପାଇଁ କିଛି ବିଶେଷ ଉପାୟ ମଧ୍ୟ ରହିଛି | ତେବେ ଆଜି ଆମେ ସେହି ବିଷୟରେ କହିବାକୁ ଯାଉଛୁ, ଶନିବାର ଦିନ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯାଏ | ତେବେ ଆସନ୍ତୁ ଜାଣିବା ;

କରଜ ରୁ ମୁକ୍ତି ପାଇବା ପାଇଁ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ ଗୋଟିଏ ଶୁଖିଲା ନଡ଼ିଆ ନିଅନ୍ତୁ ସେଥିରେ ଛୋଟ କଣା କରି ଏବଂ ସେଇଥିରେ ଚିନି ଭରିଦିଅନ୍ତୁ | ଏହାପରେ ସେହି ନଡ଼ିଆକୁ ଶନିବାର ଦିନ ଅଶ୍ୱସ୍ତ ଗଛ ତଳେ ପୋତିଦିଅନ୍ତୁ | ଏହିପରି ତିନି ଶନିବାର କରିବା ଦ୍ୱାରା ଆପଣଙ୍କୁ କରଜ ରୁ ମୁକ୍ତି ମିଳିଯିବ | ବନ୍ଧୁଗଣ ଶନିବାର ଦିନ ଫିଟିକିରି ମିଶା ପାଇଁ କିମ୍ବା ଲୁଣ ମିଶା ପାଣିରେ ପୋଛା ଅବଶ୍ୟ ଲଗାନ୍ତୁ | ଏହା ଦ୍ୱାରା ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ, ପରିବାର ରୁ କ୍ଳେଶ କଳହ ଆଦି ସମସ୍ୟା ଦୂର ହୋଇଥାଏ |

ଶନିବାର ଦିନ କଳା କପଡା, ଲୁହ ଜିନିଷ,କଳା ତିଲ, କମ୍ବଳ ଏବଂ ହରଡ଼ ଡାଲି ଦାନ କରିବା ବହୁତ ଫଳପ୍ରଦ ହୋଇଥାଏ | ଏହା ଦ୍ୱାରା ଅନିଷ୍ଟତା ଦୂର ହୋଇଥାଏ | ବନ୍ଧୁଗଣ ଯଦି ବହୁତ ସମୟ ରୁ ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡୁନାହିଁ ତେବେ କଳା ହରଡ ଡାଲି ରେ ଦହି ଏବଂ ସିନ୍ଦୁର ଲଗେଇ ଓସ୍ତ ଗଛ ଚେର ପାଖ ରେ ରଖିଦିଅନ୍ତୁ | ଏହି ପରି ଶନିବାର ଠୁ 21 ଦିନ ପର୍ଯ୍ୟନ୍ତ କରନ୍ତୁ ଆପଣଙ୍କ ଭାଗ୍ୟ ବଦଳିଯିବ ଦୁର୍ଭାଗ୍ୟ ସୌଭାଗ୍ୟ ରେ ବଦଳିଯିବ | ବନ୍ଧୁଗଣ ଯଦି ଆପଣଙ୍କୁ ଅନେକ ଚେଷ୍ଠା କରିବା ପରେ ମଧ୍ୟ ସଫଳତା ମିଳୁନାହିଁ

ତେବେ ଏହି ଉପାୟ କରନ୍ତୁ | ଶନିବାର ରାତିରେ ବଙ୍ଗରଙ୍ଗ ୱାଲୀ ଙ୍କ ପାଖରେ ଚୌମୁଖୀ ଦୀପ ଜଳାନ୍ତୁ | ଏହା ସହିତ ଓଁ ଅଞ୍ଜନୀ ସୂତାୟ ନମଃ ଏହି ମନ୍ତ୍ର କୁ 21 ଥର ଜପ କରନ୍ତୁ | ଏହା ବହୁତ ଫଳପ୍ରଦ ଉପାୟ ହୋଇଥାଏ ଲଗାତାର ପ୍ରତି ଶନିବାର ଏହାକୁ କରିବା ଦ୍ୱାରା ଆପଣଙ୍କୁ ସଫଳତା ନିଶ୍ଚିନ୍ତ ମିଳିଥାଏ | ଏହା ସହିତ ପ୍ରତି ଶନିବାର ଗୋଟିଏ ଢାଳ ପାଣି ରେ କଳା ତିଲ ମିଶେଇ ଓସ୍ତ ଗଛକୁ ଚଢେଇବା ଦ୍ୱାରା ପିତୃ ଦୋଷ ସମାପ୍ତ ହୋଇଥାଏ | ରାହୁ କେତୁ ଏବଂ ଶନି ଙ୍କ କୋପ ରୁ ମୁକ୍ତି ମିଳିଥାଏ |

ଶନିବାର ଦିନ ହରଡ ଡାଲି ରେ ଦହି ସିନ୍ଦୁର ଲଗେଇ ଓସ୍ତ ଗଛ ତଳେ ଅର୍ପଣ କରିବା ଦ୍ୱାରା ଏଣୁତେଣୁ ଖର୍ଚ ରୁ ମୁକ୍ତି ମିଳିଥାଏ | ଏହା ଦ୍ୱାରା ଧନ ସଞ୍ଚୟ କରିବା ମଧ୍ୟ ବଢିଥାଏ, ଏହି ଉପାୟ କୁ 11 ଟି ଶନିବାର କରିବା ଦ୍ୱାରା ଉତ୍ତମ ଫଳ ମିଳିଥାଏ | ଶନିବାର ସନ୍ଧ୍ୟାରେ ଓସ୍ତ ଗଛ ତଳେ ସୋରିଷ ତେଲ ର ଦୀପ ଜଳେଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ | ଅନେକ ଲୋକ ଙ୍କ ସ୍ବପ୍ନ ଥାଏ ଘର କରିବା ପାଇଁ କିନ୍ତୁ ବେଳେବେଳେ ଆମେ ପଇସା ଥାଇ ମଧ୍ୟ ଘର କରିପାରିନଥାଉ | ତେବେ ଶନିବାର ଦିନ ଏହି ଉପାୟ କରିବା ଦ୍ୱାରା ଘର କିଣିବା କିମ୍ବା ତିଆରି କରିବାରେ କୌଣସି ବାଧା ଆସିନଥାଏ |

ଶନିବାର ଦିନ ମାଟି ଦୀପ ରେ ସୋରିଷ ତେଲ ଏବଂ ଏବଂ ଲୁହ ଜିନିଷ ରଖି ତେନ୍ତୁଳି ଗଛ ତଳେ ଜଳାନ୍ତୁ | ଏବଂ ଏହା ଜାଳି ସରିବା ପରେ ଏହାକୁ ନଦୀରେ ପ୍ରବାହିତ କରିଦିଅନ୍ତୁ | ଏହିପରି 8 ଶନିବାର କରନ୍ତୁ ଆପଣଙ୍କ ଘର କିଣିବାର ସ୍ବପ୍ନ ପୂର୍ଣ୍ଣ ହୋଇଯିବ | ଜୀବନ ରେ ଦୁଃଖ ଦୂର କରିବା ପାଇଁ ଗୋଟିଏ ପାନ ପତ୍ର ନିଅନ୍ତୁ ସେଥିରେ ଦୁଇଟି ଲବଙ୍ଗ ରଖି ନଦୀରେ ପ୍ରବାହିତ କରିଦିଅନ୍ତୁ | ଏହା ବ୍ୟତୀତ ଶନିବାର ଦିନ ହନୁମାନ ଙ୍କୁ ଚେମେଲୀ ତେଲ ଏବଂ ଶନି ମନ୍ଦିରରେ ତିଲ ତେଲ ର ଦୀପ ଜଳିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ |

ଯଦି ଆପଣ ଶନି, ରାହୁ, କେତୁ ଦୋଷ ରେ ପୀଡିତ ଅଛନ୍ତି ତେବେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ | ସାତ ଥର ହନୁମାନ ଚାଳିଶା ପାଠ କରି ଭଗବାନ ଙ୍କୁ ପ୍ରଣାମ କରନ୍ତୁ ଏହା ସହ ଦେଶୀ କପୁର ସହ ଦୁଇଟି ଲବଙ୍ଗ ଦୀପ ରେ ଜଳାନ୍ତୁ | ଏହା ଦ୍ୱାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଯିବ | ଶନିବାର ରାତିରେ ଏହି ବିଶେଷ ଉପାୟ ନିଶ୍ଚୟ କରନ୍ତୁ ଗୋଟିଏ ଚାନ୍ଦି ର ମୁଦ୍ରା ନିଅନ୍ତୁ ସେଥିରେ କପୁର ରଖି ଦୁଇଟି ଲବଙ୍ଗ ରଖନ୍ତୁ | ଏହା ପରେ ଏହାକୁ ଜଳେଇ ଦିଅନ୍ତୁ | ଏହିପରି କରିବା ଦ୍ୱାରା ଆପଣଙ୍କ ଘର ପରିବାରର ସମସ୍ତ ସମସ୍ୟା ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *