ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ , ନଚେତ ପୁରା ପରିବାର ଉପରକୁ ଆସିବ ସଙ୍କଟ ଏବଂ ଶନିଦେବ ହେବେ କ୍ରୋଧିତ

ଶନିବାରଟି ଶନିଦେବଙ୍କ ବାର ହୋଇଥାଏ ଏବଂ ଏହି ଦିନଟି ଶନିଦେବଙ୍କୁ ସମର୍ପିତ ହୋଇଥାଏ । ଏପରି କୁହାଯାଏ ଯେ ଯଦି ଏହିଦିନ ମନୁଷ୍ୟ ନିଷ୍ଠାର ସହିତ ଶନିଦେବଙ୍କ କାମନା କରେ ତେବେ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ମନୁଷ୍ୟର ସବୁ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ମାତ୍ର ଶନିବାର ଦିନ କିଛି କାମ ଆଦୋୖ କରିବା ଉଚିତ ନୁହେଁ ।

ନଚେତ ଶନିଦେବ କ୍ରୋଧିତ ହୋଇ ଯାଆନ୍ତି ଏବଂ ଘର ଉପରକୁ ଅନେକ ସମସ୍ୟା ଆସିଥାଏ । କାରଣ ଶନିବାରଟିକୁ ସବୁଠାରୁ ଭାରି ଗ୍ରହ ମାନା ଯାଏ । ଏହାଦ୍ୱାରା ଶନିଦେବ କ୍ରୋଧିତ ହୁଅନ୍ତି ଏବଂ ମନୁଷ୍ୟ ଜୀବନକୁ ସମସ୍ୟା ଏବଂ ଦାରିଦ୍ର୍ୟତା ଆସିବା ଆରମ୍ଭ ହୋଇଯାଏ ।

୧ . ତେବେ ଖାସକରି ଶନିବାର ଦିନ ବ୍ୟକ୍ତିଙ୍କୁ ସମ୍ଭୋଗରୁ ବର୍ତ୍ତିବା ଉଚିତ । ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ସବୁବେଳେ ଭୋଗ ବିଳାସରେ ବୁଡ଼ି ରହିଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ଏହିଦିନ ସମ୍ଭୋଗ କଲେ ସନ୍ତାନ କିନ୍ନର କିମ୍ବା ଭିନ୍ନକ୍ଷମ ଭାବରେ ଜନ୍ମ ନେଇଥାଏ ।

୨ . ଖାସକରି ଶନିବାର ଦିନ ଘରକୁ କୁକୁର ବିଲେଇ ଆସିଲେ ତାହା ଅତ୍ୟନ୍ତ ଅଶୁଭ ଖବର ହୋଇଥାଏ । ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ ।

୩ . ଶନିବାର ଦିନ ଭଙ୍ଗା ଆଇନା ଏବଂ ପାନିଆର ବ୍ୟବହାର କରନ୍ତୁ ନାହିଁ । ନଚେତ ଶନିଗ୍ରହର ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ । ଯାହାଦ୍ୱାରା ବ୍ୟକ୍ତି କାଙ୍ଗାଳ ହୋଇଯାଏ ।

୪ . ଶନିବାର ଦିନ ଘରେ କୌଣସି ଜିନିଷ ଭାଙ୍ଗିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଶନିବାର ଦିନ ଭଙ୍ଗା ବାହନ ଉପରେ ଯାତ୍ରା କରିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ଉପରକୁ ସମସ୍ୟା ଆସିପାରେ । ଖାସ କରି ଯେଉଁ ଲୋକ ଶନିବାର ଦିନ ସ୍ନାନ କରେ ନାହିଁ ତାକୁ କେବେବି ସଫଳତା ମିଳି ନଥାଏ ।

୫ . ଶନିବାର ଦିନ ଶନି ଭକ୍ତଙ୍କୁ ମାଛ , ମାଂସ , ମଦ , ପିଆଜ ଏବଂ ରସୁଣ ସେବନ କରିବା ଉଚିତ ନୁହେଁ । ନଚେତ ଶନି ମହାରାଜ କଷ୍ଟ ପାଇଥାନ୍ତି । ଆପଣଙ୍କୁ ମଧ୍ୟ ପାପ ଲାଗିଥାଏ । ଆପଣଙ୍କ ଗ୍ରହ ଦୋଷା ମଧ୍ୟ ବିଗିଡ଼ି ପାରେ ।

୬ . ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ । ଶନିବାର ଦିନ କଳି ଝଗଡ଼ା ଆଦୋୖ କରନ୍ତୁ ନାହିଁ । ନଚେତ ଶନିଦେବ ରୁଷ୍ଟ ହୋଇଯିବେ । ଏହିଦିନ କାହାକୁ କଷ୍ଟ କିମ୍ବା ଗାଳି ଗୁଲଜ କରିବା ଉଚିତ ନୁହେଁ , କାହାକୁ ଖରାପ ବ୍ୟବହାର କରିବା ଉଚିତ ନୁହେଁ । ଲୁଚି ଛପି କାହାର କଥା ଶୁଣିବା ଉଚିତ ନୁହେଁ । ସ୍ତ୍ରୀ ସ୍ନାନ କରୁଥିବାର ଦେଖିବା ଉଚିତ ନୁହେଁ । ସ୍ତ୍ରୀ ଉପରେ ଖରାପ ନଜର ରଖିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଶନି ଅତ୍ୟନ୍ତ କ୍ରୋଧିତ ହୋଇ ପାରନ୍ତି ।

୭ . ଏହି ଦିନ ଯଦି ଆପଣ ବିନା ହନୁମାନଙ୍କ ଦର୍ଶନରେ ଶନିଦେବଙ୍କ ଦର୍ଶନ କରନ୍ତି ତେବେ ମଧ୍ୟ ଶନିଦେବ ପ୍ରସନ୍ନ ହେବେ ନାହିଁ । ତେଣୁ ଶନିଦେବଙ୍କୁ ଦର୍ଶନ କରିବା ପରେ କିମ୍ବା ପୂର୍ବରୁ ଭଗବାନ ହନୁମାନଙ୍କ ଦର୍ଶନ କରନ୍ତୁ । ଶନିବାର ଦିନ ସୋରିଷ ତେଲରେ ତିଳ ପକାଇ ଦୀପ ଜାଳିବା ଉଚିତ । ଶେଷରେ ଶନିଦେବଙ୍କ ଉପରେ ତିଳ ଚଢ଼ାଇବା ଉଚିତ । ଏହାଦ୍ବାରା ବ୍ୟକ୍ତିର ସବୁ କଷ୍ଟ ଶନିଦେବ ଦୂର କରି ଦିଅନ୍ତି ।

୮ . ଏହିଦିନ ଶନିଦେବଙ୍କ ଆଖିକୁ ଦେଖିବା ଉଚିତ ନୁହେଁ । ନଚେତ କଷ୍ଟ ମିଳିଥାଏ । ଶନିବାର ଦିନ ସୂର୍ଯ୍ୟ ଦେବଙ୍କ ପୂଜା କରନ୍ତୁ ନାହିଁ । କଳା ରଙ୍ଗର ପୋଷାକ ମଧ୍ୟ ଧାରଣ କରନ୍ତୁ ନାହିଁ । ଶନିବାର ଦିନ ଧାନ ଧର୍ମ କରନ୍ତୁ ।

୯ .ଶନିବାର ଦିନ ଯଦି କାଚ ଭାଙ୍ଗି ଯାଏ , କ୍ଷୀର ପଡ଼ିଯାଏ କିମ୍ବା ସୋରିଷ ତେଲ ପଡ଼ିଯାଏ ତେବେ ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ । ଏହା ଘରର ରାହୁ ଏବଂ କେତୁର ବାସ ହେବାର ସଙ୍କେତ ଦେଇଥାଏ । ଏମିତିରେ ସୋରିଷ ତେଲରେ ଦୀପ ଜାଳିବା ନିତାନ୍ତ ଜରୁରୀ ଅଟେ ।

ଶନିବାର ଦିନ ହାତରେ ଅଳ୍ପ ସୋରିଷ ତେଲ ନେଇ ନିଜ ଆଇବ୍ରରେ ଲଗାନ୍ତୁ । ଏହାବ୍ୟତୀତ କାନ ପାର୍ଶ୍ଵରେ ଲଗାଇ ନିଅନ୍ତୁ । ଏହିପରି ପ୍ରତ୍ୟେକ ଶନିବାର ୨ରୁ ୩ ଥର କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ଶାନ୍ତି ମିଳିବ । ଏହାଦ୍ବାରା ଆପଣଙ୍କ ଜୀବନର ସବୁ ବଡ଼ ସମସ୍ୟା ମଧ୍ୟ ଦୂରେଇ ଯିବ । ଶନିଙ୍କ ପ୍ରକୋପ ଧୀରେ ଧୀରେ କମିଯିବ । ତେଣୁ ଏହିସବୁ ଉପାୟକୁ ନିଷ୍ଠାର ସହିତ ଏବଂ ସଚ୍ଚା ମନରେ କଲେ ଶନିଦେବ ନିଶ୍ଚୟ ତାହା ପୂରଣ କରିବେ ।

Leave a Reply

Your email address will not be published. Required fields are marked *