ଯଦି ଆପଣବି ନିଜ ଘରେ ଲେଗେଇଛନ୍ତି ସମୀ ଗଛ, ତେବେ ଏହି ସବୁ ଭୁଲ କରିବାରୁ ବଞ୍ଚନ୍ତୁ |

ବନ୍ଧୁଗଣ ସମୀ ଗଛ ସହ କେବେବି ଆପଣ ଏହି ଭୁଲ କରନ୍ତୁ ନାହିଁ | ଯଦି ଆପଣଙ୍କ ଘରେ ବି ଲାଗିଛି ସମୀ ଗଛ ତେବେ ଏହି ସୂଚନା ଆପଣଙ୍କୁ ନିଶ୍ଚିତ ରୂପେ ଜାଣି ଜରୁରୀ ଅଟେ | ଆପଣ କରୁନାହାନ୍ତି ତ ସମୀ ଗଛ ସହ ଏହି ଭୁଲ | ଶନିଦେବ ହେଇଯିବେ କ୍ରୋଧିତ | ନଷ୍ଟ ହୋଇଯିବ ପୂରା ଜୀବନ | ବନ୍ଧୁଗଣ ଶନିଦେବଙ୍କୁ ନ୍ୟାୟଦେବର ସ୍ଥାନ ମିଳିଛି | ଏବଂ ଏଥିପାଇଁ ଯେତେବେଳେ ଶନିଦେବ ରୁଷ୍ଟ ହୋଇଯାଆନ୍ତି ସେତେବେଳେ ହେଇଯାଇଥିବା କାମ ବି ନଷ୍ଟ ହୋଇଯାଇଥାଏ |

ଆମେ ଆପଣଙ୍କୁ କହିରଖୁଛୁ ଯେ ଶନିଦେବଙ୍କର ଅସ୍ଥାୟୀ ଭାବେ ସମୀ ଗଛରେ ବାସ ହୋଇଥାଏ | ସମୀ ଗଛକୁ ଘରେ ଲଗେଇବା ଦ୍ୱାରା ଶନିଦେବ ପ୍ରସନ ହୋଇଥାନ୍ତୁ | ଏବଂ ଘରେ ସମୀ ଗଛ ଲଗେଇବା ଦ୍ୱାରା ସେହି ବ୍ୟକ୍ତି ଶନି, ରହୁ-କେତୁଙ୍କ ଖରାପ ଦୃଷ୍ଟିରୁ ବଞ୍ଚାଇଥାଏ |କିନ୍ତୁ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ସମୀ ଗଛ ଘରେ ଏମିତିରେ ହିଁ ଲଗାଯାଏ ନାହିଁ | ଏହି ଗଛକୁ ଲଗେଇବା ଆଗରୁ କିଛି ନିୟମକୁ ପାଳନ କରିବାକୁ ପଡିଥାଏ | ଆସନ୍ତୁ ଜାଣିବା :-

ବନ୍ଧୁଗଣ ଯଦି ପ୍ରତିଦିନ ଆପଣ ସମୀ ଗଛକୁ ପୂଜା କରନ୍ତି | ପ୍ରତିଦିନ ଏକ ସୋରିଷ ତେଲର ଦୀପ ଜଳାନ୍ତି ତେବେ ଆପଣଙ୍କ ଉପରେ ଶନି ଦେବଙ୍କ କୋପ ଦୁର ହୋଇଥାଏ | ଏବଂ ଏହା ସହ ବାସ୍ତୁ ଦୋଷ ମଧ୍ୟ ଖଣ୍ଡନ ହୋଇଥାଏ | ଧୀରେ ଧୀରେ ଘରକୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ |

ବନ୍ଧୁଗଣ ସମୀ ଗଛ ଘରେ ଲଗେଇବା ଦ୍ୱାରା ଘରୁ ସମସ୍ତ ପ୍ରକାର ନକାରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ | ଆପଣ ମାନନ୍ତୁ କିମ୍ବା ନ ମାନନ୍ତୁ କିନ୍ତୁ କେହି ଯଦି ଆପଣଙ୍କ ଘରକୁ କୋୖଣସି ପ୍ରକାରର ଜଡି ମନ୍ତ୍ରରେ ବାନ୍ଧି ରଖିଥାଏ ତେବେ ସେ ସବୁକୁ ଶନିଦେବ ନଷ୍ଟ କରିଦେଇଥାନ୍ତି ଜଡି ଆପଣ ନିଜ ଘରେ ସମୀ ଗଛ ଲଗେଇ ସେହି ଗଛକୁ ପ୍ରତିଦିନ ପୂଜା କରନ୍ତି ତେବେ |

ବନ୍ଧୁଗଣ ଶନିଦେବ ବହୁତ କ୍ରୋଧୀ ଦେବତା ଅଟନ୍ତି | ଏମିତିରେ ଯଦି ତାଙ୍କ ପୂଜା ପାଠରେ କୋୖଣସି ବି ପ୍ରକାରର ଭୁଲ ହୋଇଯାଏ | ତେବେ ତାଙ୍କୁ ବହୁତ କ୍ରୋଧ ଆସିଥାଏ | ଏବଂ ଯେତେବେଳେ ଶନିଦେବ ପ୍ରସନ ହୋଇଯାନ୍ତି ସେତେବେଳେ ବ୍ୟକ୍ତିଙ୍କୁ ଭିକାରି ରୁ ରାଜା ହେବାରେ ବେଶି ଡେରି ଲଗଇନଥାଏ | ଏମିତିରେ ଯଦି ଆପଣଙ୍କ ଘରେ ସମୀ ଗଛ ଲାଗିଛି ତେବେ ଏହି ସବୁ ଭୁଲ କରିବା ଠାରୁ ବଞ୍ଚନ୍ତୁ | ଅନେକ ଲୋକ ଗଛକୁ ଭୁଲ ଦିଗ ଏବଂ ଭୁଲ ଯାଗାରେ ଲଗେଇଦେଇଥାନ୍ତି | ଯାହା କି ସେହି ବ୍ୟକ୍ତିଙ୍କ ବରବାଦୀର କାରଣ ଵନିଯାଏ |

ଏହି ଗଛ ପାଖରେ ନାଳ କିମ୍ଭା ନର୍ଦମା ରହିବା ଉଚିତ ନୁହେଁ | ଏହା ସହ ଏହି ଗଛ ପାଖରେ ଅଳିଆ ଆବର୍ଜନା ରହିବା ମଧ୍ୟ ଉଚିତ ନୁହେଁ | ଏବଂ ଏହା ସହ ଯେତେବେଳେ ବି ଆପଣ ଗଛ ଲଗାଉଛନ୍ତି ଗୋବର ଦେଇ ସେହି ଗଛକୁ ଲଗାନ୍ତୁ | ନଚେତ ଖତ ଦେଇ ଲଗାନ୍ତୁ ଏବଂ ସୁଦ୍ଧ ମାଟିରେ ହିଁ ଲଗାନ୍ତୁ | ସେହି ଗଛରେ କୋୖଣସି ପ୍ରକାର କେମିକାଲ ବ୍ୟବହାର କରିବା ଠାରୁ ବଞ୍ଚନ୍ତୁ |ଏମିତି କରିବା ଦ୍ୱରା ସେହି ମନୁଷ୍ୟର ବରବାଦୀ ଆରମ୍ଭ ହୋଇଯାଇଥାଏ |

ସମୀ ଗଛକୁ ଆପଣ ନିଜ ବଗିଚାରେ ଲଗେଇ ପାରିବେ ଏହା ସହ ଆପଣ ସମୀ ଗଛକୁ ଗୋଟେ ମାଟି କୁଣ୍ଡରେ ବି ଲଗେଇ ପାରିବେ ଏବଂ ଘରର ବାଲକୁନିରେ ବି ଲଗେଇପାରିବେ | କିନ୍ତୁ ଯେଉଁଠାରେ ବି ଲଗାନ୍ତୁ ଧ୍ୟାନ ଦେବେ ସେହି ଯାଗା ସମ୍ପୂର୍ଣ୍ଣ ଭାବେ ସଫା ରହିବା ଦରକାର | ଏବଂ ସମୀ ଗଛକୁ ଆପଣ ସବୁବେଳେ ଏମିତି ଲଗାନ୍ତୁ କି ଆପଣ ଘରୁ ବାହାରିଲା ବେଳେ ସେହି ଗଛ ଯେମିତି ଆପଣଙ୍କ ଡାହାଣ ପଟେ ହିଁ ରହୁଥିବ | ଏହି ଗଛକୁ ଆପଣ ଘରର ଛାତରେ ବି ଲଗେଇପାରିବେ ଯଦି ଆପଣ ଏହି ଗଛ କୁ ଘରର ଛାତରେ ଲଗାଉଛନ୍ତି ତେବେ ଆପଣ ସେହି ଗଛକୁ ଦକ୍ଷିଣ ଦିଗରେ ହିଁ ଲଗାନ୍ତୁ |

Leave a Reply

Your email address will not be published. Required fields are marked *