Vastu Tips for Plants: ଚୁମ୍ବକ ପରି ଧନ କୁ ଟାଣିଥାଏ ଏହି ଗଛ, ଘରେ ଲଗେଇ ଦେବେ ତ ପୁଣି କେବେ ହେବ ନାହିଁ ଆର୍ଥିକ ସମସ୍ୟା |

Vastu Tips for Lakshmana Plant: ଅଧିକାଂଶ ଲୋକ ଏମିତି ଅଛନ୍ତି ଯେଉଁ ମାନେ କଠିନ ପରିଶ୍ରମ କରିବା ପରେ ମଧ୍ୟ ନିର୍ଧନତା ର ଜୀବନ ବଂଚିବା ପାଇଁ ମଜବୁର ହୋଇଥାନ୍ତି | ଏମିତି ଲୋକ ନିଜ ଭାଗ୍ୟ କୁ ଦୋଷ ଦେଇଥାନ୍ତି | ବାସ୍ତୁ ଶାସ୍ତ୍ର ରେ ଆର୍ଥିକ ସମସ୍ୟା କୁ ଦୂର କରିବା ପାଇଁ ଅନେକ ଚମତ୍କାର ଉପାୟ କୁହାଯାଇଛି |

ଧନ ପ୍ରାପ୍ତି ର ଏହିପରି ଏକ ଉପାୟ ଲକ୍ଷ୍ମଣା ଗଛ ସହ ଜଡିତ ଅଛି | ଏହି ଗଛ କୁ ଲକ୍ଷ୍ମଣ ବୁଟି ନାମ ରେ ମଧ୍ୟ ଜଣାଯାଏ |କୁହାଯାଏ କି ଘରେ ଏହି ଗଛ ଲଗେଇବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏବଂ ସେହି ପରିବାର ଉପର ନିଜର କୃପା ବରଷେଇ ଥାନ୍ତି |ଆସନ୍ତୁ ଏହି ଗଛର ଅନେକ ଚମତ୍କାରୀତା ଉପାୟ ବିଷୟରେ ଜାଣିବା :-

ଲକ୍ଷ୍ମଣା ଗଛ ଲଗେଇବାର ଫାଇଦା :-

ଘରର ବାସ୍ତୁ ଦୋଷ ଦୂର ହୋଇଯାଏ –

ବାସ୍ତୁ ଶାସ୍ତ୍ର ଅନୁସାରେ, ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଛି ତେବେ ଆପଣ ଘରେ ଲକ୍ଷ୍ମଣା ଗଛ ଲଗେଇ ନିଅନ୍ତୁ | ଏହି ଗଛ କୁ ଲଗେଇବା ଦ୍ୱାରା ସମସ୍ତ ବାସ୍ତୁ ଦୋଷ ଦୂର ହୁଏ ବୋଲି ବିଶ୍ୱାସ ରହିଛି |ଏହା ବ୍ୟତୀତ ଯଦି ଆପଣଙ୍କୁ କେହି ଯାଦୁ କିମ୍ବା ତନ୍ତ୍ର ମନ୍ତ୍ର କରିଛି ତେବେ ତାହା ମଧ୍ୟ ଦୂର ହୋଇଥାଏ |

ଚୁମ୍ବକ ପରି ଟାଣିଥାଏ ଧନ –

ଯେଉଁ ଲୋକ ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି, ତାଙ୍କ ପାଇଁ ଲକ୍ଷ୍ମଣା ଗଛ ରାମବାଣ ପରି କାମ କରିପାରେ |କୁହାଯାଏ କି ଏହି ଗଛ ଧନ କୁ ଚୁମ୍ବକ ପରି ଟାଣିଥାଏ | ଯେଉଁ ଘରେ ଏହି ଗଛ ଲଗା ଯାଇଥାଏ, ସେହି ଘରୁ ଦରିଦ୍ରତା ଛାଡି ଚାଲିଯାଇ ଥାଏ ଏବଂ ପରିବାର ରେ ସୁଖ ସମୃଦ୍ଧି ଆସିଥାଏ |

ଖରାପ ଶକ୍ତିର ପ୍ରଭାବ ଦୂର ହୋଇଥାଏ –

ଯେଉଁ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ, ସେହି ଘରେ ପରିବାର ଲୋକଙ୍କ ମଧ୍ୟ ରେ କଳହ ବଢିଯାଇ ଥାଏ ଏବଂ ଛୋଟ ଛୋଟ କଥାରେ ଝଗଡା ହୋଇଥାଏ | ଏମିତି ସ୍ଥିତିରେ ଯଦି ଲକ୍ଷ୍ମଣା ଗଛ ଘରେ ଲଗେଇ ଦିଅନ୍ତି ତେବେ ଖରାପ ଶକ୍ତିର ପ୍ରଭାବ ଶେଷ ହୋଇଯାଇଥାଏ |ଏହା ସହିତ ସକାରାତ୍ମକ ଉର୍ଜାର ପ୍ରଭାବ ବଢିବା ଯୋଗୁ ବିଗିଡି ଯାଉଥିବା କାମ ବନିବାକୁ ଲାଗିଯାଏ |

ସୋଇ ରହିଥିବା ଭାଗ୍ୟ ଜାଗ୍ରତ ହୁଏ –

ଯାହାଙ୍କ ଭାଗ୍ୟ ଖରାପ ଅଛି, ସେହିପରି ଲୋକଙ୍କ ପାଇଁ ଲକ୍ଷ୍ମଣା ଗଛ ଭାଗ୍ୟର ତାଲା ଖୋଲିବା ପରି ହୋଇଥାଏ |ଘରେ ଏହି ଗଛ ଲଗେଇବା ଦ୍ୱାରା ଆମଦାନୀ ର ସ୍ରୋତ ବନି ଯାଏ | ଗାଡି ସମ୍ପତି କିଣିବାର ଯୋଗ ବନିଯାଏ | ପରିବାର ସହ ସମୟ ଭଲ ବିତିଥାଏ | ନୂଆ ଜାଗା କୁ ଯିବାର ମଧ୍ୟ ଅବସର ମିଳିଥାଏ |

ଲକ୍ଷ୍ମଣା ଗଛ ଲଗେଇବାର ସଠିକ ଦିଗ –

ବାସ୍ତୁ ଶାସ୍ତ୍ର ରେ ଲକ୍ଷ୍ମଣା ଗଛ ର ଦିଗବି ବର୍ଣନା କରାଯାଇଛି |ବାସ୍ତୁ ହିସାବରେ ଏହି ଗଛ କୁ ଘରର ଛାତ ଉପରେ ଉତ୍ତର ପୂର୍ବ ଦିଗ ରେ ଲଗେଇବା ଉଚିତ | ଏହି ଦିଗ ରେ ଏହି ଗଛ ଲଗେଇବା ଦ୍ୱାରା ଅଧିକ ପୁର୍ଣ୍ୟଫଳ ମିଳିଥାଏ |

Leave a Reply

Your email address will not be published. Required fields are marked *