ବଡ଼ ସୋମବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 5 ଭୁଲ । ନଚେତ ପୁରା ଘର ହୋଇଯିବ ବର୍ବାଦ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବାର କୌଣସି ନା କୌଣସି ଦେବଦେବୀଙ୍କ ପୂଜା ଆରାଧନା ସହିତ ଜଡ଼ିତ ଥାଏ । ଏବଂ ଶାସ୍ତ୍ର ଅନୁଯାୟୀ ସେହିଦିନ ସେହି ଦେବଦେବୀଙ୍କ ଶକ୍ତି ମଧ୍ୟ ପ୍ରଖର ହୋଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଅପଣଙ୍କୁ କହିବୁ ଯେ ସୋମବାର ଦିନ କେଉଁ ଦେବତାଙ୍କ ବାର ବ୍ରତ ଏବଂ ପୂଜା କରିବା ଉଚିତ । ଏହାବ୍ୟତୀତ କିଛି ବିଶେଷ ଉପାୟ ବିଷୟରେ ମଧ୍ୟ କହିବାକୁ ଯାଉଛୁ ।

ସପ୍ତାହର ପ୍ରଥମ ଦିନଟି ହେଉଛି ସୋମବାର ଯାହାକି ଭଗବାନ ଶିବଙ୍କ ବାର ହୋଇଥାଏ । ଏହିଦିନର ଅଧିପତି ହେଉଛନ୍ତି ଚନ୍ଦ୍ର ଏବଂ ଏହିଦିନ ଭଗବାନ ଶିବଙ୍କ ପୂଜାର ମହତ୍ତ୍ୱ ରହିଛି । ତେଣୁ ଏହିଦିନର ନାମ ରଖାଯାଇଛି ସୋମବାର । ତେଣୁ ଏହିଦିନ ଭଗବାନ ଚନ୍ଦ୍ର ଏବଂ ଶିବଙ୍କ ଆରାଧନା ମଧ୍ୟ କରାଯାଏ ଏବଂ ବ୍ରତ ମଧ୍ୟ ପାଳନ କରାଯାଏ ।

ସୋମବାର ଦିନ ରଖା ଯାଇଥିବା ବ୍ରତ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ତେଣୁ ପ୍ରତ୍ୟକ ବ୍ୟକ୍ତି ନିଜର କୌଣସି ମନସ୍କାମନା ପାଇଁ ଏବଂ ସୁଖ ଶାନ୍ତି ପାଇଁ ନିଶ୍ଚୟ ଏହି ଦିନ ବ୍ରତ ରଖିବା ଉଚିତ । କୁଆଁରୀ ଝିଅ ମାନେ ଉତ୍ତମ ଜୀବନସାଥୀ ପାଇବା ପାଇଁ ଏହି ସୋମବାର ବ୍ରତ ରଖିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ସୋମବାର ଦିନଟି ଭଗବାନ ଶିବ ଏବଂ ଚନ୍ଦ୍ରଙ୍କ ସହିତ ଜଡ଼ିତ ଅଟେ । ତେଣୁ ଏହିଦିନ ଭଗବାନ ଶିବଙ୍କୁ ପସନ୍ଦ ଅନୁସାରେ କାର୍ଯ୍ୟ କରାଯାଇ ଥାଏ । ଏହିଦିନ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗା ଜଳ ଅର୍ପିତ କରନ୍ତୁ ଏବଂ ଭଗବାନଙ୍କ ପ୍ରିୟ ବସ୍ତୁ ଅର୍ପିତ କରନ୍ତୁ ।

ଭଗବାନ ଶିବଙ୍କର ଅତି ପ୍ରିୟ ହୋଇଥାଏ ବେଲପତ୍ର ତେଣୁ ସୋମବାର ଦିନ ବେଲପତ୍ର ମଧ୍ୟ ଅର୍ପିତ କରନ୍ତୁ । ରାତିରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏପରି କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଭଗବାନ ଶିବଙ୍କୁ ଧଳା ରଙ୍ଗର ବସ୍ତୁ ଅତ୍ୟନ୍ତ ପ୍ରିୟ ଅଟେ ।ତେଣୁ ଭଗବାନ ଶିବଙ୍କୁ କ୍ଷୀର ଦହି , ଧଳା ଫୁଲ ଅର୍ପଣ କରନ୍ତୁ । ଏହାଦ୍ବାରା ଭଗବାନଙ୍କ କୃପା ବର୍ଷା ହୋଇଥାଏ । ଏହିଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସୋମବାର ଦିନ ଘରୁ ବାହାରକୁ ଯିବା ସମୟରେ ନିଶ୍ଚୟ ଆଇନା ଦର୍ଶନ କରି ଯାଆନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ କାମ ସଫଳତା ପୂର୍ବକ ସମ୍ପନ୍ନ ହୋଇଥାଏ ।

ସୋମବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ :-

ସୋମବାର ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରି ଶିବ ମନ୍ଦିରକୁ ପ୍ରବେଶ କରନ୍ତୁ ନାହିଁ । ମହିଳା ମାନେ ସୋମବାର ଦିନ କେଶ ଧୋଇବା ମଧ୍ୟ ବର୍ଜିତ ଅଟେ । ଏହାଦ୍ବାରା ପରିବାର ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ବ୍ରତରେ ବ୍ରତଧାରୀଙ୍କୁ ସଂଯମ ରକ୍ଷା କରିବା ଉଚିତ । ନଚେତ ମହାଦେବ କ୍ରୋଧିତ ହେବେ । ସୋମବାର ଦିନ ବ୍ରତଧାରୀ ନାସପାତି ସେବନ କରିବା ଉଚିତ ନୁହେଁ । ଏହାବ୍ୟତୀତ ମାଂସ ସେବନ କରିବା ଉଚିତ ନୁହେଁ କିମ୍ବା ସମ୍ପୂର୍ଣ୍ଣ ସାତ୍ଵିକ ଭୋଜନ କରିବା ଉଚିତ । ମହାଦେବଙ୍କୁ ତୁଳସୀ ଭୁଲରେବି ଅର୍ପିତ କରନ୍ତୁ ନାହିଁ କିମ୍ବା ଖଣ୍ଡିତ ଚାଉଳ ଏବଂ ଶଙ୍ଖରେ ପାଣି ମଧ୍ୟ ଅର୍ପିତ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *